Categories: କନ୍ଧମାଳ

କଣ୍ଟେନ୍‌ମେଣ୍ଟ ଜୋନ୍‌ ହେଲା ରାଇକିଆ

ରାଇକିଆ,୧୦ା୭(ଡି.ଏନ୍‌.ଏ.)- ରାଇକିଆ ସହରର ଦୁଇଟି ଅଞ୍ଚଳରୁ ଶୁକ୍ରବାର ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି ଟୁଇଟ କରି ସୂଚନା ଦେବା ସହ ଜିଲାପ୍ରଶାସନର ନିର୍ଦ୍ଦେଶକମେ ରାଇକିଆ ଓ ଏହାର ଆଖପାଖ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ରାଇକିଆ ସହର ସମେତ ଗମାଣ୍ଡି, ଗଞ୍ଜନାଜୁ, ଦଡିଙ୍ଗିଆ ପଞ୍ଚାୟତର ଗଣ୍ଡିସି, ଦାଲବାଲି, ବେରେଡାକିଆ ପଞ୍ଚାୟତର ବେରେଡାକିଆ ଓ କାନ ଶୁଗଡବାଡ଼ି ପଞ୍ଚାୟତର କାଜୁରି ଏବଂ ମାଣିକେଶର ପଞ୍ଚାୟତର ସିଡିନପଟା ଓ ଲେନଡିରିକିଆ କଣ୍ଟେନ୍‌ମେଣ୍ଟ ଜୋନ୍‌ କରାଯାଇ ପ୍ରବେଶ ପଥରେ ବାରିକେଡ୍‌ କରାଯାଉଛି। ଅନ୍ୟକେତେକ ଅଞ୍ଚଳକୁ ବଫର୍‌ ଜୋନ୍‌ କରାଯାଇଛି। ଆକ୍ରାନ୍ତ ୨ ଜଣ ପୁରୁଷ ହୋଇଥିବା ବେଳେ ଜଣଙ୍କ ବୟସ ୧୬ ଏବଂ ଅନ୍ୟଜଣଙ୍କ ୨୮ବର୍ଷ। ଉଭୟ ଗଞ୍ଜାମ ଜିଲା ଯାଇ ସଂକ୍ରମିତ ହୋଇଥିବା ଜଣାପଡିଛି। ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ଘରଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ ଆରମ୍ଭ ହେବ।