Categories: ଜାତୀୟ

ଲଳିତ ମୋଦିଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ବନ୍ଦ ହେଲା

ନୂଆଦିଲ୍ଲୀ,୨୪ା୪: ଆଇପିଏଲ୍‌ର ପୂର୍ବତନ କମିଶନର ଲଳିତ ମୋଦି ନ୍ୟାୟପାଳିକା ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ମନ୍ତବ୍ୟ ପାଇଁ ନିଃସର୍ତ୍ତ କ୍ଷମା ମାଗିବା ପରେ ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାକୁ ବନ୍ଦ କରିଦେଇଛନ୍ତି। ଅଦାଲତ କିମ୍ବା ଭାରତୀୟ ନ୍ୟାୟପାଳିକା ବିରୋଧରେ ଭବିଷ୍ୟତରେ ଏଭଳି ମନ୍ତବ୍ୟ ଦେବେନାହିଁ ବୋଲି ଲଳିତ ସତ୍ୟପାଠ ଜରିଆରେ ଜଷ୍ଟିସ୍‌ ଏମ୍‌.ଆର୍‌. ଶାହା ଏବଂ ସି.ଟି. ରବିକୁମାରଙ୍କ ଖଣ୍ଡପୀଠଙ୍କୁ ଜଣାଇଥିଲେ। ତାଙ୍କ ନିଃସର୍ତ୍ତ କ୍ଷମାପ୍ରାର୍ଥନାକୁ ଖଣ୍ଡପୀଠ ଗ୍ରହଣ କରିବା ସହ ଭବିଷ୍ୟତରେ ଏଭଳି ଉଦ୍ୟମକୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯିବ ବୋଲି ତାଗିଦ କରିଥିଲେ।

Share