ଡିଭାଇଡରରେ ପିଟିହୋଇ ଜଳିଗଲା କଣ୍ଟେନର, ବର୍ତ୍ତିଗଲେ ଡ୍ରାଇଭର

କଟକ ଅଫିସ,୧୦ା୩: ଶିଖରପୁର ଟ୍ରାଫିକ ଛକରେ ଗୁରୁବାର ସଡ଼କ ଦୁର୍ଘଟଣା ଘଟିଛି। ଏକ ମାଲ୍‌ ବୋଝେଇ କଣ୍ଟେନର ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯିବାରୁ ଏଥିରେ ନିଆଁ ଲାଗି ଜଳିଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୌଭାଗ୍ୟ ବଶତଃ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନିଆଁର ପ୍ରକୋପ ଏତେ ଥିଲା ଯେ, ରାସ୍ତାରେ ଠିଆ ହୋଇଥିବା ଆଉ ଏକ ପିକ୍‌ଅପ୍‌ ଭ୍ୟାନ ମଧ୍ୟ ଜଳିଯାଇଛି।

ସୂଚନାନୁଯାୟୀ, ଆଜି ଭୋର୍‌ ସମୟରେ ମାଲ୍‌ ବୋଝେଇ କଣ୍ଟେନରଟି ଓଏମ୍‌ପିରୁ ଜଗତପୁର ଅଭିମୁଖେ ଯାଉଥିବା ସମୟରେ ଶିଖରପୁର ଟ୍ରାଫିକ ଛକରେ ଭାରସାମ୍ୟ ଡିଭାଇଡରରେ ପିଟି ହୋଇଯାଇଥିଲା। ଫଳରେ ଏଥିରେ ନିଆଁ ଲାଗିଯାଇଛି। କିଛି ସମୟ ପାଇଁ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।