ମନ୍ଥର ଗତିରେ ଚାଲିଛି ନିର୍ମାଣ କାର୍ଯ୍ୟ

କେସିଙ୍ଗା,୨୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ଗୋକୁଲେଶ୍ୱର ଗ୍ରାମପଞ୍ଚାୟତ ଗୋକୁଳେଶ୍ୱରରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ବିନା ସୂଚନା ଫଳକ, ନିମ୍ନମାନର ଏବଂ ମନ୍ଥର ଗତିରେ ନିର୍ମାଣ କାର୍ଯ୍ୟ ଚାଲିଛି। ଏ ନେଇ ଗ୍ରାମବାସୀ ଜିଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗୋକୁଳେଶ୍ୱର ଗ୍ରାମପଞ୍ଚାୟତରେ ରାଜସ୍ବ ନିରୀକ୍ଷଙ୍କ କାର୍ଯ୍ୟାଳୟ ନ ଥିବାରୁ ରାଜସ୍ବ ଆଦାୟ କରିବା ପାଇଁ ବହୁ ଅସୁବିଧା ହେଉଥିଲା। ରାଜ୍ୟ ସରକାର ଚାଷୀଙ୍କ ସମସ୍ୟା ଦୃଷ୍ଟିରେ ରଖି ନୂତନ ରାଜସ୍ବ ନିରୀକ୍ଷଙ୍କ କାର୍ଯ୍ୟାଳୟ ନିର୍ମାଣ ପାଇଁ ରାଜ୍ୟ ସରକାର ରେଭ୍ୟୁ ଡିପାର୍ଟ ମେଣ୍ଟ ପକ୍ଷରୁ ଆର୍ଥ ମଞ୍ଜୁର କରିଛନ୍ତି। ଗ୍ରାମାଞ୍ଚଳରେ ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଥିବା ବେଳେ ଠିକାଦାର ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରି ରାଜସ୍ବ ନିରୀକ୍ଷଙ୍କ କାର୍ଯ୍ୟାଳୟ ନିମ୍ନମାନର କାମ ସିମେଣ୍ଟ, ଲୁହାରଡ଼ ଲଗାଇ କାମ କରୁଥିବା ଗ୍ରାମବାସୀ ଜିଲାପାଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଅକଯ୍ୟୁକେଟିଭ ଇଞ୍ଜିନିୟରଙ୍କ ନିକଟରେ ଅଭିଯୋଗ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ପରେ ଠିକାଦାର ଜଣକ ଫାଉଣ୍ଡେଶନ ଖୋଲି ପୁଣି ନୂତନ କାର୍ଯ୍ୟ କରିଥିଲେ। ନିମ୍ନମାନର ସିମେଣ୍ଟ, ରଡ଼ ଲଗାଇ କାମ କରିଥିଲେ। ବର୍ତ୍ତମାନ ସୁଦ୍ଧା ରାଜସ୍ବ ନିରୀକ୍ଷଙ୍କ କାର୍ଯ୍ୟାଳୟରେ ବିନା ସୂଚନା ଫଳକରେ କାମ ଚାଲିଛି। ଆଜକୁ ୩ ମାସରୁ ଊଦ୍ଧର୍‌ବ ହେଲାଣି ମନ୍ଥର ଗତିରେ କାମ ଚାଲିଛି। କାର୍ଯ୍ୟାଳୟ ନିର୍ମାଣ ସମୟରେ ସିମେଣ୍ଟ ଇଟାରେ ପାଣି ସିଞ୍ଚନ କରାଯାଉ ନାହିଁ। ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତ ରହିଥିବାରୁ ଠିକାଦାରଙ୍କ ମୁନ୍ସୀ ଦ୍ୱାରା କାମ କରାଯାଉଛି। କାର୍ଯ୍ୟାଳୟ ନିର୍ମାଣର ପ୍ରତ୍ୟେକ କଲମଗୁଡ଼ିକରେ ନିମ୍ନମାନର, ବାଲି ସିମେଣ୍ଟ, ଚିପସ ମିଶାଇ କାମ କରାଯାଉ ଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ବିଭାଗୀୟ ଯନ୍ତ୍ରୀ ଶୁଖିଶ୍ୟାମ ନାଏକଙ୍କୁ ପଚାରିବାରୁ ମୁ ଜଣେ ସବୁବେଳେ ସେହି ଗୋଟାଏ କାର୍ଯ୍ୟରେ ରହିପାରିବି କି, ଅନେକେ କାମ ମୋର ରହିଛି ବୋଲି ପ୍ରକାଶ କରିଥିଲେ।