Posted inଜାତୀୟ

ସମ୍ବିଧାନରେ ‘ସମାଜବାଦ’, ‘ଧର୍ମନିରପେକ୍ଷ’ ଶବ୍ଦ ରହିବ

ନୂଆଦିଲ୍ଲୀ,୨୬ା୧୧(ପି.ଟି.):ସମ୍ବିଧାନର ପ୍ରସ୍ତାବନାରେ ରହିଥିବା ସମାଜବାଦ, ଧର୍ମନିରପେକ୍ଷ ଏବଂ ଅଖଣ୍ଡତା ଶବ୍ଦକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା କେତେକ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ୧୯୭୬ରେ ତତ୍କାଳୀନ ଇନ୍ଦିରା ଗାନ୍ଧୀ ସରକାର ୪୨ତମ ସମ୍ବିଧାନ ସଂଶୋଧନ କରାଇ ପ୍ରସ୍ତାବନାରେ ଉପରୋକ୍ତ ଶବ୍ଦ ଯୋଡ଼ିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ପୂର୍ବତନ ରାଜ୍ୟ ସଭା ସଦସ୍ୟ ସୁବ୍ରମଣ୍ୟମ୍‌ ସ୍ବାମୀ ଏବଂ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରିଥିଲେ। ଏହା ପୂର୍ବରୁ ୨୦୨୦ରେ ବଳରାମ ସିଂ ନାମକ ବ୍ୟକ୍ତି ଆଇନଜୀବୀ ବିଷ୍ଣୁଶଙ୍କର ଜୈନଙ୍କ ଜରିଆରେ ଆବେଦନ କରିଥିଲେ। ଗତ ୨୨ ତାରିଖରେ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍‌ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ପିଟିଶନଗୁଡ଼ିକର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ।
ରିଟ୍‌ ପିଟିଶନଗୁଡ଼ିକ ଉପରେ ଅଧିକ ବିଚାର ବିମର୍ଶ ଏବଂ ନ୍ୟାୟିକ ନିର୍ଣ୍ଣୟ ନେବା ଆବଶ୍ୟକ ନାହିଁ। ସମ୍ବିଧାନ ସଂଶୋଧନ ସମେତ ଏହାର ପ୍ରସ୍ତାବନାରେ ସଂଶୋଧନ କ୍ଷମତା ପାର୍ଲାମେଣ୍ଟର ରହିଛି ବୋଲି ସିଜେଆଇ ତାଙ୍କ ରାୟରେ କହିଛନ୍ତି। ସମ୍ବିଧାନ ଗୃହୀତ ହେବା ତାରିଖ ଅନୁଚ୍ଛେଦ ୩୬୮ ଅଧୀନରେ ସରକାରଙ୍କ କ୍ଷମତାକୁ ସଙ୍କୁଚିତ କରିବ ନାହିଁ ଏବଂ ଏହାକୁ ଚ୍ୟାଲେଞ୍ଜ କରାଯିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ବହୁବର୍ଷ ଅତିବାହିତ ହେବା ପରେ ଏହି ପ୍ରସଙ୍ଗ କାହିଁକି ଉଠୁଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ପୂର୍ବରୁ ୧୯୭୬ର ସମ୍ବିଧାନ ସଂଶୋଧନର ନ୍ୟାୟିକ ସମୀକ୍ଷା କରାଯାଇଥିଲା। ଜରୁରୀ ପରିସ୍ଥିତି ସମୟରେ ଯାହା କିଛି ପାର୍ଲାମେଣ୍ଟ କରିଥିଲା ସେଗୁଡ଼ିକୁ ଅବୈଧ କୁହାଯାଇପାରିବ ନାହିଁ ବୋଲି ଅଦାଲତ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ ଜୁନ୍‌ ୨୫ରୁ ୧୯୭୭ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଦେଶରେ ଏମର୍ଜେନ୍ସି ଜାରି କରିଥିଲେ। ଏହି ସମୟରେ ୧୯୭୬ରେ ସମ୍ବିଧାନ ସଂଶୋଧନ କରାଯାଇ ପ୍ରସ୍ତାବନାରେ ସମାଜବାଦ ଏବଂ ଧର୍ମନିରପେକ୍ଷ ଶବ୍ଦ ଯୋଡ଼ାଯାଇଥିଲା। ଏହି ସଂଶୋଧନ ଫଳରେ ପ୍ରସ୍ତାବନାରେ ଭାରତର ସଂଜ୍ଞା ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ରରୁ ‘ସାର୍ବଭୌମ, ସମାଜବାଦ, ଧର୍ମନିରପେକ୍ଷ ଗଣତାନ୍ତ୍ରିକ ସାଧାରଣତନ୍ତ୍ର’ ହୋଇଥିଲା। ଏହାକୁ ଚ୍ୟାଲେଞ୍ଜ କରିଥିବା ଆବେଦନକାରୀମାନେ ମାମଲାକୁ ବୃହତ୍ତର ପୀଠକୁ ପଠାଇବା ପାଇଁ କରିଥିବା ଆବେଦନକୁ ପୂର୍ବରୁ ଖଣ୍ଡପୀଠ ଖାରଜ କରିଦେଇଥିଲେ। ଭାରତୀୟ ଅର୍ଥରେ ସମାଜବାଦ ଅର୍ଥ ଏକ କଲ୍ୟାଣକାରୀ ରାଷ୍ଟ୍ର ବୁଝାଯାଏ ବୋଲି ଖଣ୍ଡପୀଠ କହିଥିଲେ। ପିଟିଶନର ଅଶ୍ୱିନୀ ଉପାଧ୍ୟାୟ ତାଙ୍କ ଆବେଦନରେ କହିଥିଲେ, ସେ ସମାଜବାଦ ଏବଂ ଧର୍ମନିରପେକ୍ଷ ଚିନ୍ତାଧାରା ବିରୋଧୀ ନୁହନ୍ତି। ତେବେ ପ୍ରସ୍ତାବନାରେ ଏହି ଶବ୍ଦ ଯୋଡ଼ାଯିବାକୁ ସେ ବିରୋଧ କରନ୍ତି। ଏପରିିକି ଜନତା ପାର୍ଟି ନେତୃତ୍ୱରେ ଗଢ଼ାଯାଇଥିବା ପରବର୍ତ୍ତୀ ସରକାର ମଧ୍ୟ ପ୍ରସ୍ତାବନାରେ ଶବ୍ଦ ସଂଯୋଗକୁ ସମର୍ଥନ କରିଥିଲେ। ତେବେ ୧୯୪୯ରେ ସମାଜବାଦ ଓ ଧର୍ମନିରପେକ୍ଷ ଗୃହୀତ ବଦଳରେ ଏହାକୁ ପ୍ରସ୍ତାବନାର ଅଲଗା ପାରାଗ୍ରାଫ ଭାବେ ରଖିବା ଉଚିତ କି ବୋଲି ସୁବ୍ରମଣ୍ୟମ ସ୍ବାମୀ ତାଙ୍କ ପିଟିଶନ୍‌ରେ ପ୍ରଶ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri