Posted inଜାତୀୟ

ସମ୍ବିଧାନରେ ‘ସମାଜବାଦ’, ‘ଧର୍ମନିରପେକ୍ଷ’ ଶବ୍ଦ ରହିବ

ନୂଆଦିଲ୍ଲୀ,୨୬ା୧୧(ପି.ଟି.):ସମ୍ବିଧାନର ପ୍ରସ୍ତାବନାରେ ରହିଥିବା ସମାଜବାଦ, ଧର୍ମନିରପେକ୍ଷ ଏବଂ ଅଖଣ୍ଡତା ଶବ୍ଦକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା କେତେକ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ୧୯୭୬ରେ ତତ୍କାଳୀନ ଇନ୍ଦିରା ଗାନ୍ଧୀ ସରକାର ୪୨ତମ ସମ୍ବିଧାନ ସଂଶୋଧନ କରାଇ ପ୍ରସ୍ତାବନାରେ ଉପରୋକ୍ତ ଶବ୍ଦ ଯୋଡ଼ିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ପୂର୍ବତନ ରାଜ୍ୟ ସଭା ସଦସ୍ୟ ସୁବ୍ରମଣ୍ୟମ୍‌ ସ୍ବାମୀ ଏବଂ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରିଥିଲେ। ଏହା ପୂର୍ବରୁ ୨୦୨୦ରେ ବଳରାମ ସିଂ ନାମକ ବ୍ୟକ୍ତି ଆଇନଜୀବୀ ବିଷ୍ଣୁଶଙ୍କର ଜୈନଙ୍କ ଜରିଆରେ ଆବେଦନ କରିଥିଲେ। ଗତ ୨୨ ତାରିଖରେ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍‌ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ପିଟିଶନଗୁଡ଼ିକର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ।
ରିଟ୍‌ ପିଟିଶନଗୁଡ଼ିକ ଉପରେ ଅଧିକ ବିଚାର ବିମର୍ଶ ଏବଂ ନ୍ୟାୟିକ ନିର୍ଣ୍ଣୟ ନେବା ଆବଶ୍ୟକ ନାହିଁ। ସମ୍ବିଧାନ ସଂଶୋଧନ ସମେତ ଏହାର ପ୍ରସ୍ତାବନାରେ ସଂଶୋଧନ କ୍ଷମତା ପାର୍ଲାମେଣ୍ଟର ରହିଛି ବୋଲି ସିଜେଆଇ ତାଙ୍କ ରାୟରେ କହିଛନ୍ତି। ସମ୍ବିଧାନ ଗୃହୀତ ହେବା ତାରିଖ ଅନୁଚ୍ଛେଦ ୩୬୮ ଅଧୀନରେ ସରକାରଙ୍କ କ୍ଷମତାକୁ ସଙ୍କୁଚିତ କରିବ ନାହିଁ ଏବଂ ଏହାକୁ ଚ୍ୟାଲେଞ୍ଜ କରାଯିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ବହୁବର୍ଷ ଅତିବାହିତ ହେବା ପରେ ଏହି ପ୍ରସଙ୍ଗ କାହିଁକି ଉଠୁଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ପୂର୍ବରୁ ୧୯୭୬ର ସମ୍ବିଧାନ ସଂଶୋଧନର ନ୍ୟାୟିକ ସମୀକ୍ଷା କରାଯାଇଥିଲା। ଜରୁରୀ ପରିସ୍ଥିତି ସମୟରେ ଯାହା କିଛି ପାର୍ଲାମେଣ୍ଟ କରିଥିଲା ସେଗୁଡ଼ିକୁ ଅବୈଧ କୁହାଯାଇପାରିବ ନାହିଁ ବୋଲି ଅଦାଲତ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ ଜୁନ୍‌ ୨୫ରୁ ୧୯୭୭ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଦେଶରେ ଏମର୍ଜେନ୍ସି ଜାରି କରିଥିଲେ। ଏହି ସମୟରେ ୧୯୭୬ରେ ସମ୍ବିଧାନ ସଂଶୋଧନ କରାଯାଇ ପ୍ରସ୍ତାବନାରେ ସମାଜବାଦ ଏବଂ ଧର୍ମନିରପେକ୍ଷ ଶବ୍ଦ ଯୋଡ଼ାଯାଇଥିଲା। ଏହି ସଂଶୋଧନ ଫଳରେ ପ୍ରସ୍ତାବନାରେ ଭାରତର ସଂଜ୍ଞା ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ରରୁ ‘ସାର୍ବଭୌମ, ସମାଜବାଦ, ଧର୍ମନିରପେକ୍ଷ ଗଣତାନ୍ତ୍ରିକ ସାଧାରଣତନ୍ତ୍ର’ ହୋଇଥିଲା। ଏହାକୁ ଚ୍ୟାଲେଞ୍ଜ କରିଥିବା ଆବେଦନକାରୀମାନେ ମାମଲାକୁ ବୃହତ୍ତର ପୀଠକୁ ପଠାଇବା ପାଇଁ କରିଥିବା ଆବେଦନକୁ ପୂର୍ବରୁ ଖଣ୍ଡପୀଠ ଖାରଜ କରିଦେଇଥିଲେ। ଭାରତୀୟ ଅର୍ଥରେ ସମାଜବାଦ ଅର୍ଥ ଏକ କଲ୍ୟାଣକାରୀ ରାଷ୍ଟ୍ର ବୁଝାଯାଏ ବୋଲି ଖଣ୍ଡପୀଠ କହିଥିଲେ। ପିଟିଶନର ଅଶ୍ୱିନୀ ଉପାଧ୍ୟାୟ ତାଙ୍କ ଆବେଦନରେ କହିଥିଲେ, ସେ ସମାଜବାଦ ଏବଂ ଧର୍ମନିରପେକ୍ଷ ଚିନ୍ତାଧାରା ବିରୋଧୀ ନୁହନ୍ତି। ତେବେ ପ୍ରସ୍ତାବନାରେ ଏହି ଶବ୍ଦ ଯୋଡ଼ାଯିବାକୁ ସେ ବିରୋଧ କରନ୍ତି। ଏପରିିକି ଜନତା ପାର୍ଟି ନେତୃତ୍ୱରେ ଗଢ଼ାଯାଇଥିବା ପରବର୍ତ୍ତୀ ସରକାର ମଧ୍ୟ ପ୍ରସ୍ତାବନାରେ ଶବ୍ଦ ସଂଯୋଗକୁ ସମର୍ଥନ କରିଥିଲେ। ତେବେ ୧୯୪୯ରେ ସମାଜବାଦ ଓ ଧର୍ମନିରପେକ୍ଷ ଗୃହୀତ ବଦଳରେ ଏହାକୁ ପ୍ରସ୍ତାବନାର ଅଲଗା ପାରାଗ୍ରାଫ ଭାବେ ରଖିବା ଉଚିତ କି ବୋଲି ସୁବ୍ରମଣ୍ୟମ ସ୍ବାମୀ ତାଙ୍କ ପିଟିଶନ୍‌ରେ ପ୍ରଶ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?