ସଂସ୍କୃତିର କଥା କୁହେ ସମ୍ବିଧାନ

୧୯୪୯, ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ୧୯୫୦, ଜାନୁଆରୀ ୨୬ରେ ଏହାକୁ ଲାଗୁ କରାଯାଇଥିଲା। ଏହା ଭାରତୀୟ ଇତିହାସରେ ଏକ ନୂତନ ଯୁଗର ଆରମ୍ଭକୁ ଚିହ୍ନିଟ କରିଥିଲା। ଆଜିକାଲି କିଛି ଲୋକ ଭାରତୀୟ ସମ୍ବିଧାନ ବିଷୟରେ ବହୁତ କଥା କହୁଛନ୍ତି। ଏହିପରି ଲୋକମାନେ କୁହନ୍ତି, ଭାରତୀୟ ସମ୍ବିଧାନ ଆମକୁ ଧର୍ମ ଏବଂ ସଂସ୍କୃତି ବିଷୟରେ କହିବାକୁ ଅନୁମତି ଦିଏ ନାହିଁ। ଏହିପରି ଲୋକମାନେ ଜାଣିବା ଉଚିତ ଯେ, ଭାରତୀୟ ସମ୍ବିଧାନର ମୂଳ କପିରେ ଏପରି ଅନେକ ଚିତ୍ର ରହିଛି, ଯାହା ଭାରତୀୟତା ଏବଂ ସଂସ୍କୃତି ସହିତ ଜଡ଼ିତ। କିଛି ଚିତ୍ର ଆମ ସଂସ୍କୃତିକୁ ପ୍ରତିଫଳିତ କରେ, କିଛି ଆମ ଧର୍ମର ସ୍ବରୂପ ବିଷୟରେ ସୂଚୀତ କରେ। କେହି କେହି ଆମର ଗୌରବମୟ ଇତିହାସ ସଂପର୍କରେ ଉଲ୍ଲେଖ କରନ୍ତି। କେତେକ ସ୍ବାଧୀନତା ଆନ୍ଦୋଳନର ନାୟକଙ୍କ ଉପରେ ଧ୍ୟାନ ଦିଅନ୍ତି। କେତେକ ଭାରତୀୟ କଳା ସହିତ ଜଡ଼ିତ ଥିବାବେଳେ ଅନ୍ୟ କେତେକ ଆମର ପ୍ରାକୃତିକ ସୌନ୍ଦର୍ଯ୍ୟ ବିଷୟରେ ସୂଚନା ଦେଉଛନ୍ତି। ସମ୍ବିଧାନର ନିର୍ମାତାମାାନେ ଅତି ଉଦାର ଭାବରେ ସମ୍ବିଧାନରେ ଧର୍ମ ଏବଂ ସଂସ୍କୃତିକୁ ସ୍ଥାନ ଦେଇଛନ୍ତି।
ସମ୍ବିଧାନର ପ୍ରସ୍ତାବନାରେ ‘ସତ୍ୟ ମେବ ଜୟତେ’ ସହିତ ତିନି ମୁଖ ଥିବା ସିଂହର ଚିତ୍ର ଅଛି। ଏହା ଦର୍ଶାଏ ଯେ, ଭାରତ ଏକ ସ୍ବାଧୀନ ଗଣତନ୍ତ୍ର ଦେଶ, ଭାରତୀୟଙ୍କ ବ୍ୟତୀତ ଆଉ କେହି ଭାରତ ଉପରେ ଶାସନ କରିବେ ନାହିଁ। ହାତୀ, ଘୋଡ଼ା, ଷଣ୍ଢ ଏବଂ ବାଘର ଚିତ୍ରଗୁଡ଼ିକ ଦର୍ଶାଏ ଯେ, ଭାରତର ଦେଶ କ’ଣ ହେବ ଏବଂ ଏହାର ନାଗରିକଙ୍କ ପ୍ରତି କିପରି ବ୍ୟବହାର କରାଯିବ। ସମ୍ବିଧାନର ପ୍ରଥମ ଭାଗରେ ଭାରତର ସଂଜ୍ଞା ଦିଆଯିବା ପୂର୍ବରୁ ପ୍ରଥମ ପୃଷ୍ଠାରେ ନନ୍ଦୀଙ୍କ ଚିତ୍ର ସହିତ କିଛି ପ୍ରାଚୀନ ପ୍ରତୀକ ଅଛି। ଏହା ମାଧ୍ୟମରେ କୁହାଯାଇଛି ଯେ, ଭାରତ ହେଉଛି ଏକ ପ୍ରାଚୀନ ସଂସ୍କୃତି ଏବଂ ସନାତନ ରାଷ୍ଟ୍ରର ଉଦ୍‌ଘୋଷ ସହିତ ଚାଲୁଥିବା ଦେଶ। ସମ୍ବିଧାନର ଦ୍ୱିତୀୟ ଭାଗରେ ଆଶ୍ରମ ଅର୍ଥାତ୍‌ ବୈଦିକ ସମୟର ଗୁରୁକୁଳ ଦୃଶ୍ୟ ଦର୍ଶାଯାଇଛି। ଏହା ଉଲ୍ଲେଖ କରିଥାଏ ଯେ, ଭାରତ ଶିକ୍ଷା ପ୍ରଦାନ କରୁଥିବା ଗୁରୁ, ହବନ କରୁଥିବା ସାଧୁ, ଭିକ୍ଷୁ ଏବଂ କୁଟୀରରେ ବାସ କରୁଥିବା ଲୋକମାନଙ୍କ ତପସ୍ୟା ଆଧାରରେ ଚାଲୁଥିବା ଦେଶ। ଏହା ବ୍ୟତୀତ ପଶୁ, ପକ୍ଷୀ ଏବଂ ପରିବେଶର ସୁରକ୍ଷାକାରୀ ଉଦ୍ଭିଦରେ ପରିପୂର୍ଣ୍ଣର ଦେଶ ଭାରତ। ତୃତୀୟ ଭାଗରେ ମୂଳ ଅଧିକାର ବର୍ଣ୍ଣନା କରିବା ପୂର୍ବରୁ ରାମାୟଣର ଏକ ଦୃଶ୍ୟ ରହିଛି । ଏଥିରେ ପ୍ରଭୁ ଶ୍ରୀରାମଙ୍କ ଲଙ୍କା ଉପରେ ବିଜୟ ଏବଂ ମାତା ସୀତାଙ୍କ ଉଦ୍ଧାର ଚିତ୍ରିତ ହୋଇଛି। ଏହାର ଅର୍ଥ ହେଉଛି ଯେ, ଭାରତରେ ନାଗରିକମାନେ ରାମରାଜ୍ୟ ପରି ସମାନ ମୌଳିକ ଅଧିକାର ପାଇବେ ଏବଂ ଶାସନ ରାମରାଜ୍ୟ ପରି ସମାନ ହେବ। ଚତୁର୍ଥ ଭାଗରେ ଯୁଦ୍ଧ ପୂର୍ବରୁ କୁରୁକ୍ଷେତ୍ରରେ ପ୍ରଭୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଧର୍ମ ସ୍ଥାପନା ପାଇଁ ଗୀତା ଶିକ୍ଷା ଦେଉଥିବାର ଚିତ୍ର ରହିଛି ା ଏହା ମାଧ୍ୟମରେ କୁହାଯାଇଛି ଯେ, କୌଣସି ନାଗରିକଙ୍କ ଅଧିକାରକୁ ଉଲ୍ଲଂଘନ କରିବାକୁ ଦିଆଯିବ ନାହିଁ। ଭାଗ ପାଞ୍ଚରେ ଭାରତ ସଂଘ ଏବଂ ସରକାରଙ୍କ ଅଧିକାର-କର୍ତ୍ତବ୍ୟ, ନିୟମ କର୍ମ ପୂର୍ବରୁ ବୁଦ୍ଧଙ୍କ ଜୀବନର ଏକ ଝାଙ୍କି ଦେଖାଯାଇଛି। ଷଷ୍ଠ ଭାଗରେ ଭଗବାନ୍‌ ମହାବୀରଙ୍କ ଜୀବନ ସହ ଜଡ଼ିତ ଏକ ଚିତ୍ର ଦିଆଯାଇଛି। ବୁଦ୍ଧ ଏବଂ ମହାବୀରଙ୍କ ଚିନ୍ତାଧାରା ଜୀବଜନ୍ତୁଙ୍କ ପ୍ରତି ଦୟା ଏବଂ ସମାନତା ଉପରେ ଗୁରୁତ୍ୱ ଦେଇଥାଏ। ଏହାର ଅର୍ଥ ବ୍ୟାଖ୍ୟା କରାଯାଇପାରେ ଯେ, ଭାରତ ସଂଘ ପ୍ରତ୍ୟେକ ଜୀବ ପ୍ରତି ସମ୍ବେଦନଶୀଳ ଏବଂ ପ୍ରତ୍ୟେକ ନାଗରିକଙ୍କୁ ସମାନ ବ୍ୟବହାର କରେ। ଭାରତ ତଥା ବିଦେଶରେ ବୌଦ୍ଧ ଧର୍ମର ପ୍ରସାର କରୁଥିବା ଅଶୋକଙ୍କ ଏକ ଚିତ୍ର ରହିଛି। ଅଷ୍ଟମ ଭାଗରେ କେନ୍ଦ୍ରଶାସିତ ପ୍ରଦେଶର ଉପଯୋଗ ସମଗ୍ର ଦେଶ ପାଇଁ କିପରି ହେବ, ଏହି ବିଷୟ ଉଲ୍ଲେଖ କରିବା ପୂର୍ବରୁ ଗୁପ୍ତ ସମୟ କଳାର ଏକ ଚିତ୍ର ରହିଛି ।
ଏଥିରେ ହନୁମାନଜୀ ସଞ୍ଜୀବନୀ ଔଷଧ ଆଣିଥିବାର ଦେଖାଯାଇଛି। ଭାଗ ନଅରେ ବିକ୍ରମାଦିତ୍ୟଙ୍କ ରାଜକୀୟ ଚିତ୍ର ଚିତ୍ରିତ ହୋଇଛି। ଭାଗ ଦଶରେ ପ୍ରାଚୀନ ନାଳନ୍ଦା ବିଶ୍ୱବିଦ୍ୟାଳୟର ଏକ ଚିତ୍ର ଚିତ୍ରିତ ହୋଇଛି। ଏହା ମାଧ୍ୟମରେ କୁହାଯାଇଛି ଯେ, ପ୍ରାଚୀନ କାଳରୁ ଭାରତ ଶିକ୍ଷାର କେନ୍ଦ୍ର ହୋଇଆସୁଛି। ଭାଗ ଏଗାରରେ ଓଡ଼ିଶାର ଏକ ମୂର୍ତ୍ତି ଖୋଦିତ ହୋଇଛି। ଭାଗ ବାରରେ ଅର୍ଥ, ସମ୍ପତ୍ତି ଏବଂ ଅଧିକାର ବିଷୟରେ ଆଲୋଚନା କରିବା ପୂର୍ବରୁ ପ୍ରଭୁ ନଟାରାଜାଙ୍କ ଚିତ୍ର ଉଲ୍ଲେଖ କରାଯାଇଛି। ଭାଗ ତେରରେ ମହାବାଳିପୁରମ୍‌ ମୂର୍ତ୍ତିର ଏକ ଦୃଶ୍ୟ ରହିଛି। ଏଥିରେ ଭାଗୀରଥଙ୍କ ତପ ଏବଂ ଗଙ୍ଗା ଅବତରଣର ଦୃଶ୍ୟ ଚିତ୍ରିତ ହୋଇଛି। ଭାଗ ଚଉଦରେ ଆକବରଙ୍କ ଚିତ୍ର ଏବଂ ମୋଗଲ ସ୍ଥାପତ୍ୟକୁ ଚିତ୍ରଣ କରାଯାଇଛି। ଭାଗ ପନ୍ଦରରେ ଛତ୍ରପତି ଶିବାଜୀ ମହାରାଜ ଏବଂ ଗୁରୁ ଗୋବିନ୍ଦ ସିଂ ଜୀଙ୍କର ଚିତ୍ର ରହିଛି। ଏହାର ବାର୍ତ୍ତା ହେଉଛି ଶିବାଜୀ ମହାରାଜଙ୍କ ପରି ରାଜା ଏବଂ ଗୁରୁ ଗୋବିନ୍ଦ ସିଂଙ୍କ ପରି ଗୁରୁମାନେ ରହିବା ଉଚିତ୍‌। ବାସ୍ତବରେ ଯଦି ଭାରତ ଏପରି ରାଜା ଓ ଗୁରୁମାନଙ୍କୁ ପାଏ, ତେବେ ଭାରତ ବିଶ୍ୱର ଅଗ୍ରଣୀ ହୋଇପାରିବ। ଭାଗ ଷୋଳରେ ବ୍ରିଟିଶ୍‌ମାନଙ୍କ ବିରୋଧରେ ଲଢ଼ାଇ କରିଥିବା ରାଣୀ ଲକ୍ଷ୍ମୀବାଈଙ୍କ ଚିତ୍ର ସ୍ଥାନ ପାଇଛି। ଏହାର ଅର୍ଥ ହେଉଛି ଭାରତ ବୀରାଙ୍ଗନାଙ୍କ ଧରିତ୍ରୀ ଏବଂ ସେ ଦେଶ ସ୍ବାଧୀନତା ପାଇଁ ସବୁକିଛି ବଳିଦାନ ଦେଇପାରିବେ। ଭାଗ ସତରରେ ଗାନ୍ଧିଜୀଙ୍କ ଦାଣ୍ଡିଯାତ୍ରା ଏବଂ ଭାଗ ଅଠରରେ ଗାନ୍ଧୀଙ୍କ ନୂଆଖଲୀ ଗସ୍ତକୁ ଚିତ୍ରଣ କରାଯାଇଛି। ଭାଗ ଊଣେଇଶରେ ସେହି ବୀରମାନଙ୍କୁ ଚିତ୍ରଣ କରାଯାଇଛି, ଯେଉଁମାନେ ଭାରତ ବାହାରେ ଭାରତକୁ ସ୍ବାଧୀନ କରିବାକୁ ଉଦ୍ୟମ କରିଥିଲେ। ସେମାନଙ୍କ ମଧ୍ୟରେ ମୁଖ୍ୟ ହେଉଛନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଭାଗ କୋଡ଼ିଏରେ ହିମାଳୟର ଦୃଶ୍ୟ ଦର୍ଶାଯାଇଛି। ଏହା ମାଧ୍ୟମରେ ଆମର ପ୍ରାକୃତିକ ବୈଶିଷ୍ଟ୍ୟଗୁଡ଼ିକ କ’ଣ ତାହା ବ୍ୟାଖ୍ୟା କରାଯାଇଛି । ଭାଗ ଏକୋଇଶ ଏବଂ ବାଇଶରେ ମରୁଭୂମି ଦୃଶ୍ୟ ରହିଛି । ଏହି ଚିତ୍ରଗୁଡ଼ିକ ଦେଖିବା ପରେ, ଏହା କିପରି କୁହାଯାଇପାରେ ଯେ ଭାରତର ସମ୍ବିଧାନ ଧର୍ମ ଏବଂ ସଂସ୍କୃତି ବିଷୟରେ କଥାବାର୍ତ୍ତା କରେ ନାହିଁ? ଡ. ଭୀମରାଓ ଆମ୍ବେଡକରଙ୍କ ସ୍ବପ୍ନକୁ ପୂରଣ କରି ଏକ ସମତାପୂର୍ଣ୍ଣ ଓ ପ୍ରଜ୍ଞାଦୀପ୍ତ ସମାଜ ବ୍ୟବସ୍ଥା ପ୍ରସ୍ଥାପନ କରିବାକୁ ହେଲେ ସମ୍ବିଧାନକୁ ଶତ ପ୍ରତିଶତ କାର୍ଯ୍ୟକାରୀ କରିବାକୁ ହେବ। ସମ୍ବିଧାନ ପ୍ରଣୟନରେ ୨ ବର୍ଷ ୧୧ ମାସ ୧୮ ଦିନ ସମୟ ଲାଗିଥିଲା। ୬୦ରୁ ଅଧିକ ଦେଶର ସମ୍ବିଧାନଗୁଡ଼ିକର ଅଧ୍ୟୟନ ଏବଂ ସୁଦୀର୍ଘ ଆଲୋଚନା ପରେ ଆମ ସମ୍ବିଧାରର ଡ୍ରାଫ୍ଟ ତିଆରି ହୋଇଥିଲା। ଡ୍ରାଫ୍ଟ ତିଆରି ହେବା ପରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବା ପୂର୍ବରୁ ସେଥିରେ ୨ ହଜାରରୁ ଅଧିକ ସଂଶୋଧନ କରାଯାଇଥିଲା। ୧୯୫୦ ମସିହାରେ ସମ୍ବିଧାନ କାର୍ଯ୍ୟକାରୀ ହେବାପରେ ମଧ୍ୟ ଆଜି ପର୍ଯ୍ୟନ୍ତ ମୋଟ ୧୦୬ ଥର ସମ୍ବିଧାନରେ ସଂଶୋଧନ କରାଯାଇଛି। ବିଶ୍ୱର ଅନେକ ରାଷ୍ଟ୍ର ଭାବିଥିଲେ ନୂଆ ସମ୍ବିଧାନ ଅନୁସାରେ ଭାରତର ଶାସନ ତିଷ୍ଠି ପାରିବ ନାହିଁ ; ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣର ଲୋକଙ୍କୁ ଏହି ସମ୍ବିଧାନ ଏକାଠି କରିପାରିବ ନାହିଁ , ତେଣୁ ଭାରତୀୟ ଗଣତନ୍ତ୍ର ବେଶୀଦିନ ତିଷ୍ଠି ପାରିବ ନାହିଁ ା କିନ୍ତୁ ସମସ୍ତଙ୍କ ଆଶା, ଆକାଂକ୍ଷା ମିଥ୍ୟା ପ୍ରମାଣିତ ହୋଇଛି ା ଅନେକ ଘାତ-ପ୍ରତିଘାତ ଓ ଆହ୍ବାନ ମଧ୍ୟରେ ଭାରତର ସମ୍ବିଧାନକୁ ନେଇ ଭାରତ ତାହାର ବିକାଶ ପଥରେ ଆଗେଇ ଚାଲିଛି ା
ଘିଗିଡ଼ିଆ, ବାରୁଅ, କେନ୍ଦ୍ରାପଡ଼ା
ମୋ: ୯୮୬୧୦୬୯୫୫୩


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri