ବେକରେ ରଶି ଲଗାଇ ଝୁଲିପଡ଼ିଲେ କନ୍‌ଷ୍ଟେବଲ

ଫୁଲବାଣୀ ଅଫିସ, ୧୩।୩: ବେକରେ ରଶି ଲଗାଇ ଝୁଲିପଡ଼ିଲେ କନ୍‌ଷ୍ଟେବଲ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲା ଟିକାବାଲି ଥାନା ଅଞ୍ଚଳରେ। ମୃତ କନ୍‌ଷ୍ଟେବଲ ଶ୍ରୀନିବାସ ଘଟାଲା ଟିକାବାଲି ଥାନାର ଜଣେ କର୍ତ୍ତବ୍ୟରତ କର୍ମଚାରୀ ଥିଲେ। ସୋମବାର ସକାଳେ ସେ ତାଙ୍କ ବାସଭବନରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
ଖବର ପାଇ ଘଟଣାସ୍ଥଳରେ ଜି. ଉଦୟଗିରି ଏସ୍‌ଡିପିଓ ଏବଂ ବାଲିଗୁଡା ଏସ୍‌ଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପାରିବାରିକ ଅଶାନ୍ତି ଯୋଗୁ ଶ୍ରୀନିବାସ ଆତ୍ମହତ୍ୟା କରିଥିବା କୁହାଯାଉଛି।