Posted inଫୁରସତ

କୁକୁରର ବିବେକ

ନୂଆଦିଲ୍ଲୀ୪।୭: ଏବେ ସୋସିଆଲ ମିଡ଼ିଆରେ ଗୋଟିଏ କୁକୁରର ବିବେକ ସମ୍ପର୍କିତ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। କୁକୁର କିପରି ମଣିଷ ଭଳି ମାନବିକତା ଗୁଣର ଉଦାହରଣ  ସୃଷ୍ଟି କରୁଛି ତାହା ଭିଡ଼ିଓରେ ଦେଖିବାକୁ ମିଳୁଛି। ଏହା ବହୁ ୟୁଜରଙ୍କୁ ଭାବପ୍ରବଣ କରିଛି। ଏହି  ଭିଡ଼ିଓରେ ଯେ ଜଣେ ମହିଳା ନିଜ ପୋଷା କୁକୁର ସହିତ ରାସ୍ତାରେ ଯାଉଥିବାର ଦେଖାଯାଉଛି। ତାଙ୍କ ବିପରୀତ ଦିଗରୁ ଜଣେ ବ୍ୟକ୍ତି ବାଡ଼ି ଧରି ଆସୁଛନ୍ତି। ସେହି ବ୍ୟକ୍ତିଙ୍କୁ କିଛି ଦେଖାଯାଉ ନ ଥିବା ଜଣାପଡୁଛି। ରାସ୍ତାରେ ମଝିରେ ଏକ ବଡ଼ କାଠ ଖଣ୍ଡ ପଡ଼ି ରହିଛି। ମହିଳା ଜଣଙ୍କ କାଠ ଖଣ୍ଡକୁ ଡ଼େଇଁ ଚାଲିଗଲେ। ତେବେ କୁକୁର ସେଠାରେ ଅଟକି ଗଲା। ସମ୍ମୁଖରୁ ଆସୁଥିବା ଦୃଷ୍ଟି ବାଧିତ ବ୍ୟକ୍ତିଙ୍କୁ କିଛି ଦେଖାଯାଉ ନାହିଁ। ତେଣୁ ସେ କିପରି କାଠକୁ ଡେଇଁ ଆଗକୁ ଯିବେ। କୁକୁର କାଠକୁ କାମୁଡ଼ି ଧରି ରାସ୍ତା କଡ଼ରେ ରଖିଦେଉଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ମହିଳା ଜଣକ ଏନେଇ କିଛି ଭାବି ନ ଥିବା ବେଳେ କୁକୁର କିପରି ନିଜ ବିବେକ ପଣିଆର ପରିଚୟ ଦେଇଛି ତାହା ଭିଡ଼ିରେ ଦେଖିବାକୁ ମିଳୁଛି। ମହିଳା ଜଣଙ୍କ ପୋଷା କୁକୁରର ଏଭଳି କାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଭିଡ଼ିଓକୁ ଆଇଏଫ୍‌ଏସ୍‌ ଅଧିକାରୀ ସୁଧା ରମଣ ଟୁଇଟରରେ ଶେୟାର କରିଛନ୍ତି। ୨୦ ସେକେଣ୍ଡର ଏହି ଭିଡିଓକୁ ଏପର୍ଯ୍ୟନ୍ତ ୨୧ ହଜାରରୁ ଅଧିକ ଲୋକ ଦେଖିଛନ୍ତି। ଯେତେବେଳେ ଅଢ଼େଇ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି ଏବଂ କିଛି ଲୋକ ମଧ୍ୟ ମନ୍ତବ୍ୟ ଦେଇଛନ୍ତି। ସେହିପରି ୫୭୨ ଜଣ ୟୁଜର ଏହାକୁ ରିଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରତ୍ନଭଣ୍ଡାର ଗଣତି ମଣତି ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ, ୩ ମାସ ମଧ୍ୟରେ…

କଟକ,୧୨।୨: ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ ନେଇ ହାଇକୋର୍ଟ ଆଜି ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ବିଧାନସଭା ଅଧିବେଶନରେ ରିପୋର୍ଟ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା, ଜମି ପଟ୍ଟାରେ ଲାଗିବ QR କୋଡ୍

ଭୁବନେଶ୍ବର,୧୨।୨: କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ନୂଆ ଜମି ପଟ୍ଟା । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।…

ପ୍ରେମ ପାଇଁ ନିଜ ଧର୍ମ ଛାଡିଲେ ପ୍ରେମିକା, ମୁସଲିମ୍‌ ଯୁବତୀ ହେଲେ ହିନ୍ଦୁ ଘରର ବୋହୂ

ଭୁବନେଶ୍ୱର,୧୨।୨: ପ୍ରେମ ଋତୁରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ପ୍ରେମୀ ଯୁଗଳ । ପ୍ରେମ ପାଇଁ ପ୍ରେମିକା ଛାଡିଲେ ନିଜ ଧର୍ମ । ଆପଣାଇଲେ ସନାତନ ଧର୍ମ…

ପ୍ରତିବାଦ ସମୟରେ ବାମପନ୍ଥୀ ନେତାଙ୍କୁ ଧକ୍କା ଦେଲା କାର୍‌, ଜିଲାପାଳଙ୍କ ଅଫିସରେ ଧସେଇ ପଶିଲେ…

ବାଲେଶ୍ୱର,୧୨ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଷ୍ଟେଶନରେ ଗୁରୁବାର ଟ୍ରେଡ୍‌ ୟୁନିଅନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସକାଳେ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ ଟ୍ରେନ୍‌କୁ ଅଟକାଇ ପ୍ରତିବାଦ କରାଯାଇଛି। ଏଥିସହ ସହରର…

ଛତ୍ରପୁରରେ ବନ୍ଦର ପ୍ରଭାବ: ଜାତୀୟ ରାଜପଥ ଅବରୋଧ, ପୂର୍ବତନ ବିଧାୟକ ଗିରଫ

ଛତ୍ରପୁର,୧୨।୨(ଦିଲ୍ଲୀପ ସାମଲ) : ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।…

ଶେଷ ହେବ ରାହୁଲଙ୍କ ଲୋକସଭା ସଦସ୍ୟତା! ନୋଟିସ ଦେଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୨।୨: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଲୋକସଭାରେ କଂଗ୍ରେସ ଏମ୍‌ପି ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସଂସଦରେ ସଦସ୍ୟତା ସମାପ୍ତ କରିବାକୁ ଦାବି କରି…

ଓ୍ବାଶିଂ ମେଶିନରେ ନିଆଁ ଲାଗି ୨ ମହଲାକୁ ବ୍ୟାପିଲା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଦାରିଙ୍ଗବାଡ଼ି,୧୨ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ବଜାରରେ ଏକ ୩ ମହଲା କୋଠାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷୟ ହୋଇଥିବା ଜଣାପଡ଼ିଛି।…

ପାକିସ୍ତାନକୁ ପରାସ୍ତ କରିବାରେ ଭାରତ ପାଖରେ ଗୋଟିଏ ସୁଯୋଗ, ଯଦି ଏପରି ହୁଏ ନମ୍ବର ୧ ହେବ ଦଳ

ନୂଆଦିଲ୍ଲୀ,୧୨।୨: ଭାରତ ଟି-୨୦ ବିଶ୍ୱକପ ଆମେରିକା ବିପକ୍ଷରେ ବିଜୟ ସହିତ ଆରମ୍ଭ କରିଥିଲା, ଏବଂ ବର୍ତ୍ତମାନ ପରବର୍ତ୍ତୀ ମ୍ୟାଚ ନାମ୍ବିଆ ବିପକ୍ଷରେ ହେବ। ଭାରତୀୟ ଦଳ ଫେବୃଆରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri