୨୦ ଦିନରେ ୩୦ରୁ ଅଧିକ ଲୋକଙ୍କୁ ପଚରାଉଚରା କଲାଣି ପୋଲିସ

ବମ୍ବେ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି। ହେଲେ ପ୍ରଶଂସକମାନେ ତାଙ୍କୁ ନ୍ୟାୟ ଦେବା ଲାଗି ଦାବି କରି ଆସୁଛନ୍ତି।

ପ୍ରାଥମିକ ତଦନ୍ତରୁ ପୋଲିସ ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ବୋଲି କହୁଛି। ହେଲେ ପ୍ରଶଂସକ, ପରିବାରଲୋକେ, କିଛି ନେତା ଏବଂ ଅଭିନେତା ତାଙ୍କ ମୃତ୍ୟୁକୁ ହତ୍ୟା ବୋଲି ଦର୍ଶାଉଛନ୍ତି। ଏପରିକି ଏହି ମାମଲାର ସିବିଆଇ ଯାଞ୍ଚ କରାଯାଉ ବୋଲି ଦାବି ହେଉଛି। ଏବେ ପର୍ଯ୍ୟନ୍ତ ପୋଲିସ ପାଖାପାଖି ତିରିଶ ଜଣ ଲୋକଙ୍କୁ କରିଛି ପଚରାଉଚରା। ଏହି ସମୟରେ ଅନେକ ତଥ୍ୟ ପୋଲିସର ହସ୍ତଗତ ହୋଇଥିବା ପ୍ରକାଶ।

ଜୁନ ୧୪ରେ ସୁଶାନ୍ତଙ୍କ ମୃତ୍ୟୁ ଖବର ଜଣାପଡ଼ିଥିଲା। ଉକ୍ତ ଦିନ ରାତିରେ ପୋଷ୍ଟମର୍ଟମ ରିପୋର୍ଟରେ ତାଙ୍କ ମୃତ୍ୟୁକୁ ଆତ୍ମହତ୍ୟା କୁହାଯାଇଥିଲା। ରଶି ଲଗାଇବା ପରେ ଅଣନିଶ୍ୱାସୀ ହୋଇ ତାଙ୍କ ମୃତ୍ୟୁ ଘଟିଥିବା କୁହାଗଲା। ୧୬ ଦିନ ପରେ ଆସିଥିବା ଭିସ୍‌ରା ରିପୋର୍ଟରେ ମଧ୍ୟ ସମାନ କଥା ଆସିଥିଲା।

ଏସବୁ ମଧ୍ୟରେ ପୋଲିସ ପ୍ରଥମେ ଦିପେଶ ସାଓ୍ବନ୍ତଙ୍କୁ ପଚରାଉଚରା କରାଯାଇଥିଲା। ପରେ ରୋଷେୟା, ଚାବି ନିର୍ମାଣ କାରୀ, କ୍ରିଏଟିଭ୍‌ ମ୍ୟାନେଜର ସିଦ୍ଧାର୍ଥ ପିଠାନୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସେହିଭଳି ପରିବାରଲୋକଙ୍କୁ ପଚରାଉଚରା କରାଯାଇଥିଲା। ଯେଉଁଥିରେ ରହିଥିଲେ ସୁଶାନ୍ତଙ୍କ ବାପା, ଦୁଇ ଭଉଣୀ। ସେତେବେଳେ ୬ମାସ ଧରି ସୁଶାନ୍ତ ଡିପ୍ରେଶନରେ ଥିବା ଜଣାପଡ଼ିଥିଲା। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ବୟାନ ରେକର୍ଡ କରାଯାଇଥିଲା।

ଶେଷ ଥର ପାଇଁ ସୁଶାନ୍ତ ଫୋନ୍‌ କରିଥିବା ବନ୍ଧୁ ମହେଶ ସେଟ୍ଟୀ,ପିଆର୍‌ ଟିମ୍‌, ବ୍ୟବସାୟର ମ୍ୟାନେଜର, ପ୍ରେମିକା କୁହାଯାଉଥିବା ରିୟା ଚକ୍ରବର୍ତ୍ତୀ, ନିର୍ଦ୍ଦେଶକ ମୁକେଶ ଛାବଡ଼ା, ରିୟାଙ୍କ ଭାଇ ସୋବିଜ୍‌, ବନ୍ଧୁ ସନ୍ଦିପଙ୍କୁ ପଚରାଉଚରା କରିସାରିଛି। ଆଗାମୀ ଦିନରେ ସଞ୍ଜୟ ଲୀଲା ବନ୍‌ଶାଲୀଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri