କଂଗ୍ରେସର ବସିବ ଚିନ୍ତନ ଶିବିର,ଯୋଗ ଦେବେ ଚେଲ୍ଲା କୁମାର

ଭୁବନେଶର, ୩୦।୫(ବ୍ୟୁରୋ): ରାଜ୍ୟ କଂଗ୍ରେସର ଚିନ୍ତନ ଶିବିର ଆସନ୍ତା ଜୁନ୍‌ ୧ ଓ ୨ ତାରିଖରେ ବସିବ । ଶରତ ପଟ୍ଟନାୟକ ପିସିସି ସଭାପତି ହେବା ପରେ ପ୍ରଥମ ଥର ପାଇଁ କଂଗ୍ରେସର ଚିନ୍ତନ ଶିବିର ବସିବାକୁ ଯାଉଛି। କଂଗ୍ରେସର ବ୍ଲକ ସଭାପତି, ଜିଲା ସଭାପତି, ଏମ୍‌ପି, ବିଧାୟକ, ପୂର୍ବତନ ବିଧାୟକ, ପୂର୍ବତନ ପିସିସି ସଭାପତି, ବରିଷ୍ଠ ନେତା ଏହି ବୈଠକରେ ଉପସ୍ଥିତ ରହିବେ। କଂଗ୍ରେସକୁ ତୃଣମୂଳ ସ୍ତରରୁ କିଭଳି ଭାବେ ସଶକ୍ତ କରାଯିବ ସେନେଇ ବୈଠକରେ ଆଲୋଚନା ହେବ। ଏହି ଚିନ୍ତନ ଶିବିରରେ ପ୍ରଭାରୀ ଡ଼. ଚେଲ୍ଲା କୁମାର, ସହ ପ୍ରଭାରୀ ରୁଦ୍ର ରାଜୁ ଯୋଗଦେବେ।