Categories: ଜାତୀୟ

ରାମ ମନ୍ଦିର ନିର୍ମାଣ ପାଇଁ ୧ ଲକ୍ଷ ୧୧ ହଜାର ୧୧୧ ଟଙ୍କା ଦାନ ଦେଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୧୮।୧: ଅଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଦେଶରେ ରାମ ମନ୍ଦିର ସମର୍ପଣ ନିଧି ଅଭିଯାନ ଆରମ୍ଭ କରାଯାଇଛି। ଏହା ଅଧୀନରେ ଦେଶର ଲୋକମାନେ କୋଟି କୋଟି ଟଙ୍କା ଦାନ କରୁଛନ୍ତି। ଏହି ତାଲିକାରେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂଙ୍କ ନାମ ମଧ୍ୟ ଯୋଡା ଯାଇଛି। ସେ ୧ ଲକ୍ଷ ୧୧ ହଜାର ୧୧୧ ଟଙ୍କା ଦାନ ଦେଇଛନ୍ତି। ଦିଗବିଜୟ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଧ୍ୟମରେ ରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟକୁ ଏକ ଚେକ ପଠାଇଥିଲେ। ଏହି ସମୟରେ ସେ ମୋଦିଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ଏଥିସହ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଦେଶର ଲୋକଙ୍କୁ ନିବେଦନ କରିଛନ୍ତି। ତେବେ ରାମ ମନ୍ଦିରର ପୁରାତନ ଦାନର ହିସାବକୁ ଜନସାଧାରଣଙ୍କ ନିକଟରେ ରଖିବାକୁ ବିଶ୍ୱ ହିନ୍ଦୁ ପରିଷଦକୁ ସେ ନିବେଦନ କରିଛନ୍ତି।

Share