ଦାଦନ ଦୁର୍ଦ୍ଦଶା: ରୁଲିଂ ଦେଲେ ବାଚସ୍ପତି

ଭୁବନେଶ୍ୱର,୧୫ା୩(ବ୍ୟୁରୋ): ଧରିତ୍ରୀରେ ଗତ ୧୧ ତାରିଖରେ ପ୍ରକାଶିତ ‘ତେଲଙ୍ଗାନାରେ ଓଡ଼ିଆ ଦାଦନଙ୍କ ଦୁର୍ଦ୍ଦଶା, ଝିଅକୁ ବନ୍ଧକ ରଖି ସ୍ବାମୀଙ୍କ ମୃତଦେହ ଆଣିଲେ ସ୍ତ୍ରୀ’ ଶୀର୍ଷକ ଖବରକୁ ନେଇ ମଙ୍ଗଳବାର ବିଧାନସଭାରେ କଂଗ୍ରେସ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛି। ବାଚସ୍ପତିଙ୍କ ରୁଲିଂ ଦାବି କରି କଂଗ୍ରେସ ସଦସ୍ୟ ବିଧାନସଭାରେ ହଟ୍ଟଗୋଳ କରିଛନ୍ତି। ଏହି ଖବର ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମଙ୍ଗଳବାର ଶୂନ୍ୟକାଳରେ କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ଏହି ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ‘ତେଲଙ୍ଗାନାରେ ଓଡ଼ିଆ ଦାଦନଙ୍କ ଦୁର୍ଦ୍ଦଶା, ଝିଅକୁ ବନ୍ଧକ ରଖି ସ୍ବାମୀଙ୍କ ମୃତଦେହ ଆଣିଲେ ସ୍ତ୍ରୀ’ ଖବର ଧରିତ୍ରୀରେ ପ୍ରକାଶ ପାଇଛି। କାମ ନ ପାଇ ଲୋକମାନେ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନା ଯାଉଛନ୍ତି। ସେଠାରେ ଇଟାଭାଟିରେ କମ୍‌ ପାରିଶ୍ରମିକରେ ଖଟୁଛନ୍ତି। ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ବନମାଳ ଗ୍ରାମର ଶୁକଦେବ ପରାଭୁଏ(୪୨) ଦାଦନ ଖଟିବାକୁ ତେଲଙ୍ଗାନାର ପୈଦାପଲ୍ଲୀ ଯାଇଥିଲେ। ଇଟାଭାଟିରେ କାମ କରୁଥିବାବେଳେ ଗତ ୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଇଟାଭାଟି ମାଲିକ ତାଙ୍କ ଶବ ସେଠାରେ ସତ୍କାର କରିବାକୁ ବସିଥିଲେ। ମାତ୍ର ଶୁକଦେବଙ୍କ ସ୍ତ୍ରୀ ଉଷା ପରାଭୁଏ ସ୍ବାମୀଙ୍କ ମୃତଦେହ ନେବାକୁ କହିଥିଲେ ମଧ୍ୟ ଇଟାଭାଟି ମାଲିକ ଛାଡ଼ି ନ ଥିଲେ। ଶେଷରେ ନିରୁପାୟ ହୋଇ ନିଜ ୧୨ ବର୍ଷ ଝିଅକୁ ସେଠାରେ ବନ୍ଧକ ରଖି ସ୍ବାମୀଙ୍କ ମୃତଦେହ ଧରି ଗାଁକୁ ଆସିଥିଲେ। କାମଧନ୍ଦା ନ ପାଇ ଗତ ୪ ମାସ ତଳେ ୨ ପୁଅ ଓ ଝିଅକୁ ଧରି ଯାଇଥିବା ଶୁକଦେବଙ୍କର ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ ମୃତ୍ୟୁ ଘଟିଲା। ସରକାର କହୁଛନ୍ତି ରାଜ୍ୟର ବିକାଶ ହେଉଛି। କିନ୍ତୁ ଲୋକମାନଙ୍କୁ ଗଣ୍ଡାଏ ଖାଇବାକ୍‌ୁ କିମ୍ବା କାମ ଦେଇପାରୁନାହାନ୍ତି। ଫଳରେ ସେମାନେ ବାଧ୍ୟ ହୋଇ ଅନ୍ୟ ରାଜ୍ୟକୁ ଚାଲି ଯାଉଛନ୍ତିି। ବଲାଙ୍ଗୀର ଜିଲାରୁ ବହୁ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ଜିଲାରେ ଥିବା ଇଟାଭାଟିଗୁଡ଼ିକୁ ଭାଙ୍ଗିଦେବାକୁ ଜିଲାପାଳ ରାତିଅଧିଆ ଅର୍ଡର ଦେଉଛନ୍ତି। ତହସିଲଦାର ଓ ପୋଲିସ ଯାଇ ରାତି ୩ଟାରେ ଇଟାଭାଟି ଭାଙ୍ଗି ଦେଉଛନ୍ତି। ସେଠାରେ ଯେଉଁମାନେ କାମ କରୁଥିଲେ ସେମାନେ ରୋଜଗାର ହରାଇ ବସୁଛନ୍ତି। ପିଲାଛୁଆଙ୍କ ମୁହଁରେ ଆହାର ଦେବା ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ବାଧ୍ୟ ହୋଇ ଯାଉଛନ୍ତି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଲୋକମାନଙ୍କୁ କାମ ମିଳୁନି। ୧୨ ବର୍ଷର ଝିଅକୁ ବନ୍ଧକ ରଖିବାକୁ ପଡୁଛି। ଏହାଠାରୁ ହୃଦୟ ବିଦାରକ ଘଟଣା କିଛି ହୋଇ ନ ପାରେ। ଏହି ଘଟଣାର ତଦନ୍ତ ପାଇଁ ବାଚସ୍ପତି ତୁରନ୍ତ ରୁଲିଂ ଦିଅନ୍ତୁ। ଗୃହର ମଧ୍ୟଭାଗକୁ ଆସି ସାଲୁଜା ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ। ବାଚସ୍ପତି ରୁଲିଂ ଦେବାକୁ ପ୍ରତିଶ୍ରୁତି ଦେବା ପରେ ସାଲୁଜା ନିଜ ସିଟ୍‌କୁ ଯାଇଥିଲେ। ଏହି ପ୍ରସଙ୍ଗକୁ ନେଇ ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ। ସେ କହିଥିଲେ, ଧରିତ୍ରୀରେ ପ୍ରକାଶିତ ଖବର ଅତ୍ୟନ୍ତ ସମ୍ବେଦନଶୀଳ। ଏହି ଖବର ଉପରେ ତଦନ୍ତ କରିବାକୁ ବାଚସ୍ପତି ତୁରନ୍ତ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। କଂଗ୍ରେସ ସଦସ୍ୟଙ୍କ ଉଦ୍‌ବେଗକୁ ଦେଖି ବାଚସ୍ପତି ଏହି ଖବର ଉପରେ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ରୁଲିଂ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri