Categories: ଜାତୀୟ

ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ କଲା କଂଗ୍ରେସ

ନୂଆଦିଲ୍ଲୀ,୨୪।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ କଂଗ୍ରେସ ୩୦ ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦଳର ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଗୁଲାମ ନବୀ ଆଜାଦ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ, ସଚିନ ପାଇଲଟଙ୍କ ନାମ ସାମିଲ ଅଛି।
ସୂଚନାଯୋଗ୍ୟ, ଫେବୃୟାରୀ ୧୦ରେ ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଏଥିପାଇଁ ସମସ୍ତ ଦଳ ପ୍ରାର୍ଥୀ ଘୋଷଣା କରିଛନ୍ତି। ସମସ୍ତ ରାଜନୈତିକ ଦଳ ନିର୍ବାଚନ ଜିତିବା ଅଣ୍ଟା ଭିଡିଛନ୍ତି।

Share