Categories: ଜାତୀୟ

ଏହି ନେତାଙ୍କୁ ଆସାମ ନିର୍ବାଚନ ପ୍ରଚାର ତାଲିକାରୁ ବାଦ ଦେଲା କଂଗ୍ରେସ

ଗୁଆହାଟି,୧୩।୩: ମାର୍ଚ୍ଚ ୨୭ରୁ ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୩୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଛି। ତାଲିକାରେ ଗୁଲାମ ନବୀ ଆଜାଦ, କପିଲ ସିବଲ, ଆନନ୍ଦ ଶର୍ମା, ମନୀଷ ତିୱାରୀ, ରାଜ ବବରଙ୍କୁ ସାମିଲ କରାଯାଇ ନାହିଁ। ଦଳର ମୁଖ୍ୟ ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁରସିଦ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ଷ୍ଟାର ପ୍ରଚାରକ ଭାବେ ନାମିତ କରାଯାଇଛି। ଏପରି କି କଂଗ୍ରେସର ଅନ୍ୟ ନେତା ସଚିନ ପାଇଲଟ, ନବଜୋତ ସିଂ ସିଦ୍ଧୁ, ମୁକୁଲ ୱାସନିକ ପ୍ରମୁଖ ଆସାମ ଦାୟିତ୍ୱରେ ରହିଛନ୍ତି।

Share