Categories: ଜାତୀୟ

ସେନାକୁ ଶ୍ରେୟଦେଲା କଂଗ୍ରେସ

ନୂଆଦିଲ୍ଲୀ,୭।୭: ଶେଷରେ ଚାଇନା ସୈନ୍ୟ ଏଲ୍‌ଏସିରୁ ୨ କିଲୋମିଟର ପଛକୁ ହଟିଛି। ଏଥିଲାଗି ସବୁ ଶ୍ରେୟ ଭାରତୀୟ ସେନାକୁ ଦେଇଛି କଂଗ୍ରେସ। ପୂର୍ବ ଲଦାଖରେ ଚାଇନା ସୈନ୍ୟଙ୍କ ଅନୁପ୍ରବେଶ ନେଇ ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଟିଙ୍କୁ ଟାର୍ଗେଟ କରିଆସୁଥିବା କଂଗ୍ରେସ ପିଏଲ୍‌ଏ କେବେହେଲେ ଭାରତୀୟ ସେନାର ସାମ୍ନା କରିପାରିବ ନାହିଁ, ତେଣୁ ପଛକୁ ଫେରିବାକୁ ବାଧ୍ୟ ହେଲା ବୋଲି କହିଛି। କଂଗ୍ରେସ ମୁଖପାତ୍ର ପଓ୍ବନ ଖେର କହିଛନ୍ତି, ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ଅଞ୍ଚଳକୁ ଚାଇନା କବ୍ଜାକରିନି ବୋଲି କହିବା ସମ୍ପର୍କରେ ବିବୃତି ରଖିବା ଉଚିତ। ସେ ସତ କହିଲେ କଂଗ୍ରେସ ତାଙ୍କୁ ଆଉ ପ୍ରଶ୍ନ କରିବନାହିଁ ବୋଲି ସେ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚାଇନା ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରି ସମାଧାନ ବାଟ କାଢ଼ିଲେ। ଭାରତର ବୈଦେଶିକ ମନ୍ତ୍ରୀ କ’ଣ କରୁଛନ୍ତି ବୋଲି ଖେର ପ୍ରଶ୍ନ ଉଠାଇ ସମାଲୋଚନା କରିଛନ୍ତି।

Share