ବିସ୍ଫୋରଣ ସ୍ଥଳରୁ ଜବତ ସାମଗ୍ରୀ କୋର୍ଟରେ ଦାଖଲ

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜଭବନ ଛକସ୍ଥିତ ଇଣ୍ଡିଆନ୍‌ ଅଏଲ ପେଟ୍ରୋଲ ପମ୍ପ୍‌ ବିସ୍ଫୋରଣ ଘଟଣାର ୧୨ ଦିନ ପରେ ବି ପୋଲିସ କେବଳ ଫୋରେନ୍‌ସିକ୍‌ ରିପୋର୍ଟକୁ ଚାହିଁ ବସିଛି। ରିପୋର୍ଟ ମିଳିବା ପରେ ପୋଲିସ ତଦନ୍ତ ଆଗକୁ ବଢିବ। ସେପଟରେ ନିଖୋଜ ସୀମାଞ୍ଚଳ ପରିଡ଼ା ମୃତ କି ଜୀବତ ସେନେଇ ପୋଲିସ କିଛି ବି ସ୍ପଷ୍ଟ କରୁନାହିଁ। ପରିବାର ଲୋକେ ପୋଲିସ୍‌ ସୂଚନାକୁ ଅପେକ୍ଷା କରି ରହିଥିବାବେଳେ ସୋମବାର କ୍ୟାପିଟାଲ ଥାନା ପୋଲିସ ବିସ୍ପୋରଣ ସ୍ଥଳରୁ ଜବତ ସାମଗ୍ରୀକୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଦାଖଲ କରିଛି। ଏହି ସାମଗ୍ରୀ ମଧ୍ୟରେ ମଣିଷ ଶରୀରର ବିଭିନ୍ନ ଅଂଶ, ଚପଲ,ଏଟିଏମ୍‌ କାର୍ଡ, ରକ୍ତ ଲାଗିଥିବା ସାମଗ୍ରୀ ଓ ପେଟ୍ରୋଲ ପମ୍ପ୍‌ର କିଛି ନମୁନା ରହିଛି। ଏସବୁକୁ ୩ଟି ପେଟି, ୨୧ ଡବା ଓ ୨୦ରୁ ଊର୍ଦ୍ଧ୍ୱ ପ୍ୟାକେଟରେ ସିଲ୍‌ କରାଯାଇ କୋର୍ଟରେ ଦାଖଲ କରାଯାଇଥିଲା। କୋର୍ଟଙ୍କ ଅନୁମତି ପରେ ଏ ସବୁକୁ ଫୋରେନ୍‌ସିକ୍‌ ଲାବ୍‌କୁ ପଠାଇ ଦିଆଯାଇଛି। ଫରେନ୍‌ସିକ୍‌ ରିପୋର୍ଟ ମିଳିବା ପରେ ପୋଲିସ ସ୍ପଷ୍ଟ କରିବ ବିସ୍ଫୋରଣରେ କେତେଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ନିଖୋଜ ସୀମାଞ୍ଚଳଙ୍କ ବାପା ଓ ମା’ଙ୍କ ଠାରୁ ସଂଗ୍ରହ କରାଯାଇଥିବ ରକ୍ତ ନମୁନାକୁ ଜବତ ମାଂସ ଖଣ୍ଡର ଡିଏନ୍‌ଏ ନମୁନା ସହ ମିଶାଯିବ। ତାହା ମିଶିଗଲେ ବିସ୍ଫୋରଣସ୍ଥଳରୁ ଜବତ ମାଂସ ସୀମାଞ୍ଚଳଙ୍କର ବୋଲି ସ୍ପଷ୍ଟ ହେବ।
ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଜବତ ମାଂସ ଖଣ୍ଡକୁ କ୍ୟାପିଟାଲ ହସ୍ପଟାଲରେ ରଖାଯାଇଥିଲା। ଏହାସହ ବିସ୍ଫୋରଣ ସ୍ଥଳରୁ ଜବତ ସାମଗ୍ରୀ ମଧ୍ୟ ପୋଲିସ ନିକଟରେ ରହିଥିଲା। ଜବତ ସାମଗ୍ରୀ କୋର୍ଟ ସମ୍ପତ୍ତି ହୋଇଥିବାରୁ ତାହାକୁ ଦାଖଲ କରାଗଲା। କୋର୍ଟଙ୍କ ଅନୁମତିକ୍ରମେ ଏହାକୁ ଫୋରେନ୍‌ସିକ୍‌ ଲାବ୍‌କୁ ପଠାଇ ଦିଆଯାଇଛି। ଆଉ ୪ଦିନ ଭିତରେ ଏହାର ରିପୋର୍ଟ ଆସିବ। ସେପଟେ ପୋଲିସର ଏଭଳି ବିଳମ୍ବ ପାଇଁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୀମାଞ୍ଚଳଙ୍କ ପରିବାର। ଆହୁରି ବଳମ୍ବ ହେଲେ ସିପି ଅଫିସ ଆଗରେ ଧାରଣାରେ ବସିବେ ବୋଲି ସୀମାଞ୍ଚଳଙ୍କର ଜଣେ ସମ୍ପର୍କୀୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ପ୍ରବଳ ବର୍ଷା କାରଣରୁ ଯୁକ୍ତ ୩ ଇଂରାଜୀ ପରୀକ୍ଷା ସ୍ଥଗିତ: ପରୀକ୍ଷା ହଲରୁ ଫେରିଲେ ଛାତ୍ରୀଛାତ୍ର

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ଛାତ୍ରଛାତ୍ରୀମାନେ ପୂର୍ବରୁ ମହାବିଦ୍ୟାଳୟରେ ପହଞ୍ଚି ସାରିଥିଲେ ଏବଂ ପରୀକ୍ଷା ଦେବା ପାଇଁ ଶ୍ରେଣୀ କୋଠରୀ ଭିତରେ ନିଜ ନିଜ ସିଟ୍‌ରେ ବସି ମଧ୍ୟ ସାରିଥିଲେ।…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri