ବିସ୍ଫୋରଣ ସ୍ଥଳରୁ ଜବତ ସାମଗ୍ରୀ କୋର୍ଟରେ ଦାଖଲ

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜଭବନ ଛକସ୍ଥିତ ଇଣ୍ଡିଆନ୍‌ ଅଏଲ ପେଟ୍ରୋଲ ପମ୍ପ୍‌ ବିସ୍ଫୋରଣ ଘଟଣାର ୧୨ ଦିନ ପରେ ବି ପୋଲିସ କେବଳ ଫୋରେନ୍‌ସିକ୍‌ ରିପୋର୍ଟକୁ ଚାହିଁ ବସିଛି। ରିପୋର୍ଟ ମିଳିବା ପରେ ପୋଲିସ ତଦନ୍ତ ଆଗକୁ ବଢିବ। ସେପଟରେ ନିଖୋଜ ସୀମାଞ୍ଚଳ ପରିଡ଼ା ମୃତ କି ଜୀବତ ସେନେଇ ପୋଲିସ କିଛି ବି ସ୍ପଷ୍ଟ କରୁନାହିଁ। ପରିବାର ଲୋକେ ପୋଲିସ୍‌ ସୂଚନାକୁ ଅପେକ୍ଷା କରି ରହିଥିବାବେଳେ ସୋମବାର କ୍ୟାପିଟାଲ ଥାନା ପୋଲିସ ବିସ୍ପୋରଣ ସ୍ଥଳରୁ ଜବତ ସାମଗ୍ରୀକୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଦାଖଲ କରିଛି। ଏହି ସାମଗ୍ରୀ ମଧ୍ୟରେ ମଣିଷ ଶରୀରର ବିଭିନ୍ନ ଅଂଶ, ଚପଲ,ଏଟିଏମ୍‌ କାର୍ଡ, ରକ୍ତ ଲାଗିଥିବା ସାମଗ୍ରୀ ଓ ପେଟ୍ରୋଲ ପମ୍ପ୍‌ର କିଛି ନମୁନା ରହିଛି। ଏସବୁକୁ ୩ଟି ପେଟି, ୨୧ ଡବା ଓ ୨୦ରୁ ଊର୍ଦ୍ଧ୍ୱ ପ୍ୟାକେଟରେ ସିଲ୍‌ କରାଯାଇ କୋର୍ଟରେ ଦାଖଲ କରାଯାଇଥିଲା। କୋର୍ଟଙ୍କ ଅନୁମତି ପରେ ଏ ସବୁକୁ ଫୋରେନ୍‌ସିକ୍‌ ଲାବ୍‌କୁ ପଠାଇ ଦିଆଯାଇଛି। ଫରେନ୍‌ସିକ୍‌ ରିପୋର୍ଟ ମିଳିବା ପରେ ପୋଲିସ ସ୍ପଷ୍ଟ କରିବ ବିସ୍ଫୋରଣରେ କେତେଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ନିଖୋଜ ସୀମାଞ୍ଚଳଙ୍କ ବାପା ଓ ମା’ଙ୍କ ଠାରୁ ସଂଗ୍ରହ କରାଯାଇଥିବ ରକ୍ତ ନମୁନାକୁ ଜବତ ମାଂସ ଖଣ୍ଡର ଡିଏନ୍‌ଏ ନମୁନା ସହ ମିଶାଯିବ। ତାହା ମିଶିଗଲେ ବିସ୍ଫୋରଣସ୍ଥଳରୁ ଜବତ ମାଂସ ସୀମାଞ୍ଚଳଙ୍କର ବୋଲି ସ୍ପଷ୍ଟ ହେବ।
ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଜବତ ମାଂସ ଖଣ୍ଡକୁ କ୍ୟାପିଟାଲ ହସ୍ପଟାଲରେ ରଖାଯାଇଥିଲା। ଏହାସହ ବିସ୍ଫୋରଣ ସ୍ଥଳରୁ ଜବତ ସାମଗ୍ରୀ ମଧ୍ୟ ପୋଲିସ ନିକଟରେ ରହିଥିଲା। ଜବତ ସାମଗ୍ରୀ କୋର୍ଟ ସମ୍ପତ୍ତି ହୋଇଥିବାରୁ ତାହାକୁ ଦାଖଲ କରାଗଲା। କୋର୍ଟଙ୍କ ଅନୁମତିକ୍ରମେ ଏହାକୁ ଫୋରେନ୍‌ସିକ୍‌ ଲାବ୍‌କୁ ପଠାଇ ଦିଆଯାଇଛି। ଆଉ ୪ଦିନ ଭିତରେ ଏହାର ରିପୋର୍ଟ ଆସିବ। ସେପଟେ ପୋଲିସର ଏଭଳି ବିଳମ୍ବ ପାଇଁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୀମାଞ୍ଚଳଙ୍କ ପରିବାର। ଆହୁରି ବଳମ୍ବ ହେଲେ ସିପି ଅଫିସ ଆଗରେ ଧାରଣାରେ ବସିବେ ବୋଲି ସୀମାଞ୍ଚଳଙ୍କର ଜଣେ ସମ୍ପର୍କୀୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ ହସ୍ପିଟାଲ ପାଇଖାନାରୁ ମିଳିଲା ରୋଗୀଙ୍କ ମୃତଦେହ

ଭବାନୀପାଟଣା,୧।୫: କଳାହାଣ୍ଡି ଜିଲା କାମଠଣା କୋଭିଡ୍‌ ହସ୍ପିଟାଲରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ହସ୍ପିଟାଲ ପାଇଖାନା ଭିତରେ ଜଣେ କୋଭିଡ୍‌ ଆକ୍ରାନ୍ତ ବୃଦ୍ଧଙ୍କ ମୃତ୍ୟୁ...

ସମ୍ପର୍କୀୟଙ୍କୁ ଭେଟିବାକୁ ଯାଉଥିଲେ, ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସିଲା କାର୍‌

ଫୁଲନଖରା,୨୧।୪(ଡି.ଏନ୍‌.ଏ.): କଟକ-ଭୁବନେଶ୍ୱର ୧୬ ନଂ ଜାତୀୟ ରାଜପଥର ବମ୍ଫକୁଦ ଛକ ନିକଟରେ ଗୁରୁବାର ଭୋର ସମୟରେ ଏକ କାର ବ୍ରିଜ଼ ତଳକୁ ଖସିପଡିଛି। କାରରେ ୪ଜଣ...

ପରିବା ଦର ଆକାଶଛୁଆଁ

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ମହଙ୍ଗା ଦରଦାମ୍‌ରେ ଖାଉଟି ହନ୍ତସନ୍ତ ହେଉଥିବାବେଳେ ଦାଉ ସାଧିଛି ସାମ୍ଭାବ୍ୟ ବନ୍ୟା। ଲଗାଣ ବର୍ଷାରେ ଚାଷଜମି ଜଳମଗ୍ନ ହୋଇଥିବାରୁ ଫସଲ ନଷ୍ଟ ହେବାରେ...

ଚାକିରିରୁ ତଡ଼ା ଖାଇଲେ ବୀରମିତ୍ରପୁର ଥାନା ଅଧିକାରୀ

କଟକ ଅଫିସ,୧।୭: ଜଣେ ନାବାଳିକାଙ୍କୁ ଥାନା ଭିତରେ ରଖି ବଳାତ୍କାର ଏବଂ ପରେ ଗର୍ଭପାତ କରାଇଥିବା ଅଭିଯୋଗରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କ...

ରାଜଭବନ ପେଟ୍ରୋଲ ପମ୍ପ ଅଞ୍ଚଳ ଏବେ ବିପଦମୁକ୍ତ

ଭୁବନେଶ୍ୱର,୮।୧୦(ବ୍ୟୁରୋ): ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ଅଞ୍ଚଳ ଏବେ ବିପଦମୁକ୍ତ ହୋଇଛି। ଏନେଇ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଆଇଓସିଏଲ...

୪ ବର୍ଷରେ ବନ୍ଦ ହୋଇଥିଲା ଆର୍‌ଏଓ୍ବାଇ : ୭ ସହରରୁ ୩ ସହରରେ ପ୍ରକଳ୍ପ ଶୂନ

ଭୁବନେଶ୍ୱର, ୨୬।୭(ବ୍ୟୁରୋ) : ରାଜୀବ ଆବାସ ଯୋଜନା(ଆର୍‌ଏଓ୍ବାଇ) ୨୦୧୧ରୁ ଆରମ୍ଭ ହୋଇ ୨୦୧୫ ଜୁନ୍‌ ମାସରେ ବନ୍ଦ ହୋଇଯାଇଥିଲା। ଓଡିଶାର ୭ଟି ସହରକୁ ଏହି ଯୋଜନାରେ...

୭ଜଣଙ୍କୁ ‘ଦଧୀଚି ପ୍ରତିଭା ସମ୍ମାନ’

ଭୁବନେଶ୍ୱର,୬।୯(ବ୍ୟୁରୋ): ଦଧୀଚି ଏଜୁକେଶନାଲ ଟ୍ରଷ୍ଟ ପକ୍ଷରୁ ଶନିବାର ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ୩ୟ ‘ଦଧୀଚି ପ୍ରତିଭା ସମ୍ମାନ-୨୦୨୦’ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୋଟ ୭ଜଣଙ୍କୁ ‘ଦଧିଚି...

CORONAVIRUS UPDATE: ଗଞ୍ଜାମରେ ଆଉ ୫ ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୯୪କୁ ବୃଦ୍ଧି

ଭୁବନେଶ୍ୱର,୯।୫(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗଞ୍ଜାମରେ ଶନିବାର ଅପରାହ୍ନରେ ଆଉ ୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ...

Advertisement
Archives

Model This Week