କୃଷି ଓ କୃଷକର ପରିସ୍ଥିତିରେ ସୁଧାର ଆସିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଅମରପାଲି,୯ା୮(ପୀତାମ୍ବର ସାହୁ): କୃଷକ ବିକାଶ ପରିଷଦର ଆହ୍ବାନକ୍ରମେ ସଂଯୁକ୍ତ କିଶାନ ମୋର୍ଚ୍ଚା ଓ ପଶ୍ଚିମ ଓଡ଼ିଶା କୃଷକ ସଂଗଠନବ ସମନ୍ବୟ ସମିତି ପକ୍ଷରୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଜିଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଚାଷୀମାନଙ୍କ ବିଭିନ୍ନ ଦାବି ନେଇ ଏକ ଦାବୀପତ୍ର ପ୍ରଦାନ କରିବା ସହିତ ପ୍ରତିବାଦ କରିଛନ୍ତି। ଦାିବପତ୍ରରେ ଚାଷୀମାନଙ୍କର ପାଞ୍ଚୋଟି ଦାବି ଉଲ୍ଲେଖ କରାଯାଇଛି। ସଂପ୍ରତି ପରିସ୍ଥିତିରେ ଦେଶର କୃଷି ଓ କୃଷକଙ୍କ ପରିସ୍ଥିତି ଦୁର୍ଦ୍ଦିନରେ ଅଛି। ରାଜ୍ୟର ଚାଷ ଜମି,ଖଣି ଖାଦାନ ଆଦି କମ୍ପାନୀ ହାତରେ ଟେକି ଦିଆଯାଇଛି। ଟାଟା ପାଓ୍ବାର ହାତରେ ବିଦ୍ୟୁତ୍‌ ଶକ୍ତିକୁ ଟେକି ଦେଇ ଚାଷ,ଚାଷୀ ଓ ଉପଭୋକ୍ତାଙ୍କୁ ଶୋଷଣ କରାଯାଉଛି। ଅଗଷ୍ଟ ୯ ତାରିଖ କ୍ରାନ୍ତିଦିବସ ଅବସରରେ ଚାଷୀ, ଆଦିବାସୀ, ଶ୍ରମିକ ଓ ଜନସାଧାରଣ ମିଳିତ ଭାବେ ଜଡିତ ହୋଇ ବିଭିନ୍ନ ଦାବି ନେଇ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତି ପକ୍ଷରୁ ବୀରମହାରାଜପୁର ଉପଜିଲାପାଳ ଅଶୋକ କୁମାର ଭୋଇଙ୍କ ମାଧ୍ୟରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।