Categories: ଜାତୀୟ

‘କଂଗ୍ରେସର ଅବସ୍ଥା ଜମିଦାରଙ୍କ ପରି’

ନୂଆଦିଲ୍ଲୀ,୧୦।୯: ଦେଶର ଭେଟେରାନ ନେତା ତଥା ଏନସିପି ମୁଖ୍ୟ ଶରଦ ପାୱାର କଂଗ୍ରେସକୁ କଡ଼ା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ଏହା ଗ୍ରହଣ କରିବା ଉଚିତ ଯେ, ଏବେକ ପୂର୍ବପରି କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ନାହିଁ। କଂଗ୍ରେସର ଅବସ୍ଥା ଜମିଦାରଙ୍କ ଭଳି, ଯେଉଁମାନେ ସେମାନଙ୍କ ମହଲକୁ ବଞ୍ଚାଇ ପାରି ନାହଁାନ୍ତି। ଶରଦ ପାୱାର ଆହୁରି ମଧ୍ୟ କହିଛନ୍ତି ଯେ, ଅନ୍ୟ ବିରୋଧୀ ଦଳ ସହ କଂଗ୍ରେସର ଘନିଷ୍ଠତା ସେତେବେଳେ ବଢିବ ଯେତେବେଳେ ଦଳ ପ୍ରକୃତ ସତ ସ୍ବୀକାର କରିବ। ଏହା ଉପରେ ବିସ୍ତୃତ ଭାବରେ ସେ କହିଛନ୍ତି, ମୁଁ ଉତ୍ତରପ୍ରଦେଶର ଜମିଦାରଙ୍କ କାହାଣୀ ଶୁଣିଥିଲି। ସେମାନଙ୍କର ବଡ଼ ଜମି ଏବଂ ବଡ ମହଲ ଥିଲା। କିନ୍ତୁ ଲ୍ୟାଣ୍ଡ ସିଲିଂ ଆକ୍ଟ ହେତୁ ସେମାନଙ୍କର ଜମି ହରାଇଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ଜମି ରକ୍ଷଣାବେକ୍ଷଣ କରିବାର କ୍ଷମତା ତାଙ୍କ ପାଖେ ନ ଥିଲା। ଚାଷରୁ ତାଙ୍କର ଆୟ ମଧ୍ୟ ପୂର୍ବ ପରି ସମାନ ନଥିଲା, କାରଣ ହଜାରେ ଏକର ଜମି ବଦଳରେ ତାଙ୍କୁ ୧୦-୨୦ ଏକର ଜମି ତାଙ୍କ ପାଖେ ଥିଲା। ତେଣୁ ଅହାଂକାର ଛାଡି ଦଳ ଆଗକୁ ବଢିବା ଉଚିତ୍‌ ବୋଲି ପାଓ୍ବାର କହିଛନ୍ତି।

Share