ଏହା କୌଣସି ମେଳାର ଚିତ୍ର ନୁହେଁ, ଆଫଗାନିସ୍ତାନ ଏୟାରପୋର୍ଟର ଅବସ୍ଥା

କାବୁଲ୍‌,୧୬ା୮: ଆଫଗାନିସ୍ତାନକୁ ତାଲିବାନ ସମ୍ପୂର୍ଣ୍ଣ କବ୍‌ଜା କରିବା ପରେ ଲୋକେ ନିଜ ନିଜର ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି। ସୋମବାର ସକାଳେ କାବୁଲ ଏୟାରପୋର୍ଟର ଏକ ଫଟୋ ସାମ୍ନାକୁ ଆସିଛି। ଯାହା ଦେଖିଲେ ଆଖିକୁ ବିଶ୍ୱାସ କରି ହେବନାହିଁ। ଏଠାରେ ହଜାର ହଜାର ସଂଖ୍ୟାରେ ଲୋକ ବିମାନରେ ବସିବା ପାଇଁ ବିକଳ ହେଉଛନ୍ତି। ଏୟାରପୋର୍ଟର ଏପରି ଅବସ୍ଥା ଦେଖି ଯେ କେହି କହିବ ଏହା ବୋଧେ କେଉଁ ମେଳା ମହୋତ୍ସବର ଫଟୋ।

ଏହି ଫଟୋଟିକୁ ଆଫଗାନିସ୍ତାନର ଜଣେ ସାମ୍ବାଦିକ ତାଙ୍କ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିରେ ଦେଖିବାକୁ ମିଳିଛି ହଜାର ହଜାର ସଂଖ୍ୟାରେ ଲୋକ ନିଜ ନିଜ ଲଗେଜ୍‌ ଧରି ଏଣେତେଣେ ବୁଲୁଛନ୍ତି। କେହି କେହି ବିମାନରେ ଯିବାକୁ ସିଟ୍‌ ଅପେକ୍ଷାରେ ରହିଛନ୍ତି। ଏପରି ଜନଗହଳି ଏୟାରପୋର୍ଟର ରନ୍‌ଓ୍ବେ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି। ପ୍ରବଳ ଭିଡ଼ ମଧ୍ୟରେ ଲୋକେ ଯିବା ପାଇଁ ପରସ୍ପର ମଧ୍ୟରେ ଠେଲାପେଲା ହେଉଛନ୍ତି। ଭିଡ଼କୁ ଦେଖି ଏଠାରେ ଦଳାଚକଟାରେ ଲୋକଙ୍କ ପ୍ରାଣ ଚାଲିଯିବାର ମଧ୍ୟ ଆଶଙ୍କା କରାଯାଉଛି।

Share