ପୁନଃ ନିଯୁକ୍ତି ଦାବିରେ ଚୁକ୍ତିିଭିତ୍ତିକ ନର୍ସିଂ, ଫାର୍ମାସିଷ୍ଟଙ୍କ ଧାରଣା

କଟକ ଅଫିସ, ୬।୪: ପୁନଃ ନିଯୁକ୍ତି ଦାବିରେ ଏସ୍‌ସିବିର ଚୁକ୍ତି ଭିତ୍ତିକ ନର୍ସ ଓ ଫାର୍ମାସିଷ୍ଟମାନେ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ସୋମବାର ଧାରଣାରେ ବସିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ୨୦୧୯ ମାର୍ଚ୍ଚ ୨୪ରୁ ସେମାନଙ୍କୁ ଚୁକ୍ତି ଭିତ୍ତିରେ କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ରଖାଯାଇଥିଲା। ପ୍ରତ୍ୟେକ ତିନି ମାସରେ ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ଏପରିକି ସେମାନେ କରୋନା ରୋଗୀଙ୍କର ସେବା କରିବାକୁ ଯାଇ ନିଜେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏପରିସ୍ଥଳେ ୨୦୨୧ ମାର୍ଚ୍ଚ ୩୧ରେ କେବଳ ୯ଜଣ ଫାର୍ମାସିଷ୍ଟ ଓ ୩୫ଜଣ ଷ୍ଟାଫନର୍ସଙ୍କୁ ରଖାଯାଇ ଅନ୍ୟମାନଙ୍କୁ ଛଟେଇ କରାଯାଇଛି। ଅନ୍ୟପକ୍ଷରେ କିଛି ଜିଲାରେ ଚୁକ୍ତିଭିତ୍ତିକ ଛଟେଇ ନର୍ସଙ୍କୁ ପୁନଃ ନିଯୁକ୍ତି ଦିଆଯାଇଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସୋମବାର ୨୫୨ ଷ୍ଟାଫନର୍ସ ଓ ଫାର୍ମାସିଷ୍ଟ ଧାରଣାରେ ବସିଥିଲେ। ଏସ୍‌ସିବି ଅଧୀକ୍ଷକ ଲୁସି ଦାସ କହିଛନ୍ତି, ଏସ୍‌ସିବିରେ କରୋନା ବେଡ୍‌ ୫୦୦ରୁ ୭୫କୁ କମେଇ ଦିଆଯାଇଛି। ଏଣୁ ଷ୍ଟାଫଙ୍କ ସଂଖ୍ୟା ସେହି ଅନୁପାତରେ କମାଯାଇଛି। ଯଦି ଏସ୍‌ସିବିରେ ପୁନର୍ବାର କରୋନା ବେଡ୍‌ ସଂଖ୍ୟା ବୃଦ୍ଧି କରାଯାଏ ତେବେ ଆମ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇବ। ସେମାନେ ଚାହିଁଲେ ଦରଖାସ୍ତ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri