ବର୍ଷକରେ ପାଖାପାଖି ୧୦ ହଜାର କଣ୍ଡୋମ୍‌ ଅର୍ଡର କରିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କଲା କମ୍ପାନୀ

ନୂଆଦିଲ୍ଲୀ,୩୧।୧୨: ବ୍ୟବସାୟ ଦୁନିଆରେ ସବୁବେଳେ କିଛି ରୋଚକ ଘଟଣା ଘଟେ। ନିକଟରେ ଅନଲାଇନ୍‌ ଷ୍ଟୋର କମ୍ପାନୀ ବ୍ଲିଙ୍କିଟ ୨୦୨୩ରେ ବିଭିନ୍ନ ସହରରୁ ମିଳିଥିବା ଅର୍ଡର ତାଲିକାକୁ ଏକ ନିଆରା ଢଙ୍ଗରେ ପ୍ରକାଶ କରିଛି। ବିଭିନ୍ନ ସ୍ଥାନରେ ଏହି ଅର୍ଡରଗୁଡିକର ବିଭିନ୍ନ ହୋର୍ଡିଂ ଲଗାଇ କମ୍ପାନୀ ଗ୍ରାହକମାନଙ୍କୁ ସମ୍ମାନିତ କରିଛି।
ବ୍ଲିଙ୍କିଟ ସିଇଓ ତଥା ସହ-ପ୍ରତିଷ୍ଠାତା ଆଲବିନ୍ଦର ଧିଣ୍ଡସା କହିଛନ୍ତି, ୨୦୨୩ରେ କିଛି ଆକର୍ଷଣୀୟ ବିକ୍ରୟ ଧାରା ସୃଷ୍ଟି ହୋଇଛି। ଏହି କ୍ରୟ ଢାଞ୍ଚା ସାମାଜିକ ପରିବର୍ତ୍ତନକୁ ସୂଚିତ କରେ। ତାଙ୍କ କହିବାନୁସାରେ, ଦକ୍ଷିଣ ଦିଲ୍ଲୀର ଜଣେ ଗ୍ରାହକ କ୍ୱିକ୍‌ ଡେଲିଭରୀ ପ୍ଲାଟଫର୍ମ ବ୍ଲିଙ୍କିଟରୁ ୯,୯୪୦ କଣ୍ଡୋମ ଅର୍ଡର କରିଛନ୍ତି। ‘ବ୍ଲିଙ୍କିଟ ଟ୍ରେଣ୍ଡସ ୨୦୨୩’ ଅନୁଯାୟୀ, ଗୁରୁଗ୍ରାମରେ ୬୫,୯୭୩ ଲାଇଟର୍‌ ଅର୍ଡର କରିଥିଲେ। ଏହାସହ ଜଣେ ମାସକରେ ୩୮ଟି ଅନ୍ତଃବସ୍ତ୍ର ଅର୍ଡର କରିଛନ୍ତି। ଅନ୍ୟ ଜଣେ ଗ୍ରାହକ ୯୭୨ ମୋବାଇଲ ଚାର୍ଜର ଅର୍ଡର କରିଛନ୍ତି।

Share