ବୟସରେ ପୂର୍ଣ୍ଣଚ୍ଛେଦ

‘କାଣ୍ଟା ଲଗା’ ମ୍ୟୁଜିକ୍‌ ଭିଡିଓରେ ଲୋକପ୍ରିୟତା ହାସଲ କରିବାଠାରୁ ଆରମ୍ଭ କରି ସଲମାନ ଖାନ୍‌ଙ୍କ ‘ମୁଝ୍‌ସେ ଶାଦି କରୋଗୀ’ ଚଳଚ୍ଚିତ୍ରରେ ଅଭିନୟ ସହ ରିଅଲଟି ଶୋ’ ବିଗ୍‌ବସ୍‌-୧୩ରେ ସାମିଲ ହୋଇଥିବା ଅଭିନେତ୍ରୀ ଶେଫାଳି ଜରିଓ୍ବାଲାଙ୍କର ମାତ୍ର ୪୨ ବର୍ଷ ବୟସରେ ମୃତ୍ୟୁ ଘଟିଛି । ଏଭଳି ଅକାଳ ବିୟୋଗର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଯୁବାବସ୍ଥା ବଜାୟ ରଖିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ ସହ ଏଥିପାଇଁ ଇଞ୍ଜେକ୍‌ଶନର ବାରମ୍ବାର ପ୍ରୟୋଗ ଏକ ମୁଖ୍ୟ କାରଣ ହୋଇଥାଇପାରେ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ଶେଫାଳି ଏକ ପୂଜା ପାଇଁ ଦିବସବ୍ୟାପୀ ଉପବାସ ରଖିଥିଲେ। ପରେ ଆଣ୍ଟି-ଏଜିଂ ଇଞ୍ଜେକଶନ୍‌ ନେବା ଦ୍ୱାରା ହଠାତ୍‌ ରକ୍ତଚାପ କମିଯିବାରୁ ତାଙ୍କ ମୃତ୍ୟୁ ଘଟିଲା। ଅନ୍ୟପକ୍ଷରେ ଡାକ୍ତରୀ ବିଜ୍ଞାନ କହୁଛି ଯେ, ଷ୍ଟେରଏଡ୍‌ ଓ ହର୍‌ମୋନାଲ ଇଞ୍ଜେକଶନ୍‌ ଏବଂ ମଞ୍ଜୁରୀ ପାଇ ନ ଥିବା ନୂଆ ଆଣ୍ଟି-ଏଜିଂ ଡ୍ରଗ୍ସସବୁର ନକାରାତ୍ମକ ପ୍ରଭାବ ଶରୀର ଉପରେ ପଡ଼ିଥାଏ। କେବଳ ଭାରତ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ବହୁ ସେଲିବ୍ରିଟିଙ୍କ ସମେତ ଅନେକେ ଯୁବାବସ୍ଥାରେ ରହିବା ଲାଗି ଏହି ପନ୍ଥା ଆପଣାଉଛନ୍ତି। ଏବଂ ଏହା ଏବେ ଏକ ବିରାଟକାୟ ବେପାରରେ ପରିଣତ ହୋଇଗଲାଣି।
‘ଆଣ୍ଟି-ଏଜିଂ’ର ସାଧାରଣ ବ୍ୟାଖ୍ୟାନ ହେଲା ଯୁବାବସ୍ଥା ବଜାୟ ରଖିବାର ପ୍ରୟାସ। ଦେଖିବାକୁ ଗଲେ ମଣିଷ ଜନ୍ମଠାରୁ ମୃତ୍ୟୁ ଯାଏ ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରିଥାଏ। ଶୈଶବ, କୈଶୋର, ବୟସ୍କ ଅବସ୍ଥା ଦେଇ ମଣିଷ ଜୀବନର ଶେଷ ପର୍ଯ୍ୟାୟରେ ପହଞ୍ଚେ। ହେଲେ ଅନେକେ ଯୌବନ ଅବସ୍ଥାରେ ଦୀର୍ଘବର୍ଷ ରହିବାକୁ ଚାହୁଁଥିବାରୁ କୃତ୍ରିମ ଉପାୟ ଅବଲମ୍ବନ କରୁଛନ୍ତି। ଏହା ଏବେ ଟ୍ରେଣ୍ଡ୍‌ ହୋଇଗଲାଣି। ଏହାକୁ ପ୍ରସାର କରିବାକୁ ସାମାଜିକ ଗଣମାଧ୍ୟମ ଜରିଆରେ ସେଲିବ୍ରିଟି ଓ ଇନ୍‌ଫ୍ଲୁଏନ୍ସର ଯୋଡ଼ି ହୋଇଗଲେଣି। ବାସ୍ତବତା ହେଲା ଜଣେ ଯଦି ୮୦ କିମ୍ବା ୯୦ ବର୍ଷ ବୟସ ଯାଏ ସୁସ୍ଥ ଭାବେ ଜିଇ ପାରିଲେ, ତାଙ୍କ ଜୀବନ ଠିକ୍‌ରେ ଚାଲିଲା ବୋଲି କୁହାଯାଇଥାଏ। ଅର୍ଥାତ୍‌ ଏଠାରେ ଦୀର୍ଘ ବୟସକୁ ଆଶୀର୍ବାଦ ବୋଲି ଧରାଯିବା କଥା। ହେଲେ ସେହି ବଢ଼ୁଥିବା ବୟସକୁ ହର୍‌ମୋନାଲ ଇଞ୍ଜେକଶନ୍‌ ହେଉ ବା ଅନ୍ୟ ଯେକୌଣସି ପଦ୍ଧତିରେ ବାଧା ସୃଷ୍ଟି କରାଯିବା ଦ୍ୱାରା ମଣିଷ ଖୁବ୍‌ଶୀଘ୍ର ମୃତ୍ୟୁକୁ କୋଳାଗ୍ରତ କରିବା ଦିଗରେ ଧାଉଁଛି ବୋଲି କୁହାଯାଇପାରେ। ଯେତେବେଳେ ଯାହା ହେବା କଥା ତାହା ହେବାକୁ ନ ଦିଆଯାଇ ଯଦି ଜବରଦସ୍ତ ରୋକାଯିବ, ପରିଣତି ଭୟଙ୍କର ହେବା ସ୍ବାଭାବିକ। ଗୌରବର୍ଣ୍ଣ ଦିଶିବା ଲାଗି ଯୁବତୀ, ମହିଳା ଏପରିକି ପୁରୁଷମାନେ ମଧ୍ୟ ବିଭିନ୍ନ ପ୍ରକାର କ୍ରିମ୍‌ ଲଗାଇବା ଓ ବଟିକା ଖାଇବାରେ ପୂର୍ବରୁ ଅଭ୍ୟସ୍ତ ଥିବା ଦେଖାଯାଇଛି। ମୁଣ୍ଡରେ ବାଳ ରୋପଣ ଓ ପାଚିଲା ଚୁଟିରେ କେଉଁ କଲ୍‌ର ଲଗାଇଲେ ମଣିଷ ଯୁବା ଦିଶିବେ ସେଥିଲାଗି ଅନେକ କମ୍ପାନୀ ସେମାନଙ୍କ ପସରା ମେଲାଇ ଦେଇଛନ୍ତି। କହିବାକୁ ଗଲେ ବିଉଟି ଇଣ୍ଡଷ୍ଟ୍ରି ବା ସୌନ୍ଦର୍ଯ୍ୟ ଶିଳ୍ପର ଆକାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିସହିତ ହେଲ୍‌ଥ ଆଣ୍ଡ୍‌ ଓ୍ବେଲନେସ୍‌ ବା ସ୍ବାସ୍ଥ୍ୟ ଓ ଆରୋଗ୍ୟ ଶିଳ୍ପ ମଧ୍ୟ ମିଶିଯାଇ ଆଣ୍ଟି-ଏଜିଂର ନୂଆ ବ୍ୟାଖ୍ୟାନ ସୃଷ୍ଟି କରୁଛନ୍ତି। ବିଗତ କିଛିବର୍ଷ ହେବ ଯୁବପିଢ଼ି ଅତ୍ୟଧିକ ଶାରୀରିକ ବ୍ୟାୟାମ କରିବା ସହ ବିଭିନ୍ନ କମ୍ପାନୀ ଦ୍ୱାରା ବଜାରରେ ଉପଲବ୍‌ଧ ହେଉଥିବା ବଟିକା, ପାଉଡର ଓ ହେଲ୍‌ଥ ଟନିକ୍‌ ବ୍ୟବହାର କରୁଛନ୍ତି। ଯଦି ଏଭଳି ଅପ୍ରାକୃତିକ ପଦ୍ଧତି ଆପଣାଯାଇ ଜଣେ ମୋଟା ଲୋକ ପତଳା ହୋଇପାରୁଛି, ନିଶ୍ଚିତ ଭାବେ ତାହାର ପ୍ରଭାବ ଶରୀର ଉପରେ ଦୀର୍ଘମିଆଦୀ ପଡ଼ିବା ଥୟ। ସ୍ଲିମ୍‌ ରହିବା, ସିକ୍ସ ପ୍ୟାକ୍‌ କନ୍‌ସେପ୍ଟକୁ ମୁଣ୍ଡ ଭିତରେ ପୂରାଉଥିବା ସଂସ୍ଥାର ବ୍ୟବସାୟ ଭଲ ହୋଇପାରେ। କିନ୍ତୁ ତାହା ଅନେକ କ୍ଷେତ୍ରରେ କ୍ଷତି ପହଞ୍ଚାଉଥିବା ଲକ୍ଷ୍ୟ କରାଯାଉଛି। ଏଥିରୁ ବୁଝିବାକୁ ହେବ ଯେ, ଯେତେସବୁ ଅବାସ୍ତବ ଉପାୟ ଅବଲମ୍ବନ କରାଯାଉଛି, ତାହା ଦ୍ୱାରା ଲାଭ ଅପେକ୍ଷା କ୍ଷତି ବଢ଼ିଯାଉଛି। କାରଣ ଏହା ପ୍ରକୃତି ବିରୋଧୀ। ହସଖୁସିରେ ସାଧାରଣ ଓ ସରଳ ଜୀବନ ଜିଇବାର ମଜା ଧୀରେ ଧୀରେ ଲୋକେ ଭୁଲିଗଲେଣି। ବୟସ ବଢ଼ିଯାଉଥିବାର ଭୟ ଯୋଗୁ ଯେଉଁସବୁ ଉଗ୍ର ଉପାୟ ଅବଲମ୍ବନ କରାଯାଉଛି, କେବେ କେବେ ତାହାହିଁ ବୟସରେ ପୂର୍ଣ୍ଣଚ୍ଛେଦ ପକାଇ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?