ଫୁଟବଲ୍‌ର ରଙ୍ଗ କଳା ଧଳା କାହିଁକି

ଫୁଟବଲ୍‌ ଖେଳ ଓ ଏହାର ଖେଳାଳୀଙ୍କର ସାରା ପୃଥିବୀରେ ଅନେକ ଫ୍ୟାନ୍‌ ଅଛନ୍ତି। ପୃଥିବୀ ପ୍ରସିଦ୍ଧ ଏହି ଖେଳ। ତେଣୁ ଏହି ଖେଳ କଥା ଉଠିଲେ ଆଖି ଆଗରେ ନାଚି ଉଠେ କଳା ଧଳା ରଙ୍ଗର ଏକ ବଲ୍‌। ଯାହାକୁ ନେଇ ଦୁଇ ଟିମ୍‌ର ଖେଳାଳୀ ଖେଳିଥାନ୍ତି। ତେବେ କେବେ ଭାବିଛନ୍ତି କି ଏହି ବଲ୍‌ କଳା ଧଳା ରଙ୍ଗର କାହିଁକି ହୋଇଥାଏ। ଜାଣନ୍ତୁ ସେ ସମ୍ପର୍କରେ…

ଆଜିକାଲି ଫୁଟବଲ୍‌ ବିଭିନ୍ନ ରଙ୍ଗର ଆସିଲାଣି। ହେଲେ ଫୁଟବଲ୍‌ କହିଲେ କଳା ଧଳା ରଙ୍ଗର ବଲ୍‌ ଭାବେ ସମସ୍ତଙ୍କ ମନରେ ଘର କରି ରହିଛି। କାରଣ ଏହା ଦୀର୍ଘ ବର୍ଷ ହେବ ବ୍ୟବହାର ହୋଇଛି। ତେବେ ପ୍ରାରମ୍ଭିକ ସମୟରେ ଫୁଟ୍‌ବଲ ବାଦାମୀ ରଙ୍ଗର ଚମଡ଼ାରେ ତିଆରି ହେଉଥିଲା। ତେଣୁ ତା’ର ରଙ୍ଗ ବାଦାମୀ ରଙ୍ଗ ଥିଲା। ୧୯୬୬ ବିଶ୍ୱକପ୍‌ ପର୍ଯ୍ୟନ୍ତ ଫୁଟବଲ୍‌ର ରଙ୍ଗ ବାଦାମୀ ହିଁ ଥିଲା। କିନ୍ତୁ ଏହାପରେ ଧୀରେ ଧୀରେ ଫୁଟବଲ୍‌ ମ୍ୟାଚ୍‌କୁ ଟିଭିରେ ପ୍ରସାରିତ କରାଗଲା। ଅଧିକରୁ ଅଧିକ ମ୍ୟାଚ୍‌ ଟେଲିକାଷ୍ଟ ହେବାଦ୍ୱାରା ଦର୍ଶକଙ୍କ ସଂଖ୍ୟା ବଢିଲା। ସେତେବେଳେ କଳା ଧଳା ଟିଭି ପରବାରେ ବାଦାମୀ ରଙ୍ଗର ବଲ୍‌ ସ୍ପଷ୍ଟ ଦେଖାଯାଉ ନ ଥିଲା। ବଲ୍‌ କୁଆଡେ ଗତି କରୁଥିଲା କୁଆଡ଼େ ଯାଉଥିଲା ଜଣା ପଡ଼ୁ ନ ଥିଲା। ଏହି କାରଣରୁ ହିଁ ବଲ୍‌ର ରଙ୍ଗ ବଦଳାଇବାକୁ ଚିନ୍ତା କରାଯାଇଥିଲା।୧୯୭୦ରେ ଆଡିଡାସ କମ୍ପାନୀ ଏହି ସମସ୍ୟାକୁ ସମାଧାନ କରିବାକୁ ଯାଇ ‘ଟେଲଷ୍ଟାର’ ବା ‘ଟେଲିଭିଜନ୍‌ ଷ୍ଟାର’ ନାମକ ବଲ୍‌ ତିଆରି କଲା, ଯାହାର ରଙ୍ଗ କଳା ଧଳା ଥିଲା। ଏହି ବଲ୍‌କୁ ସର୍ବପ୍ରଥମେ ମେକ୍ସିକୋରେ ହୋଇଥିବା ୧୯୭୦ ଫିଫା ବିଶ୍ୱକପ୍‌ରେ ବ୍ୟବହାର କରାଯାଇଥିଲା। ଧଳା ବ୍ୟାକଗ୍ରାଉଣ୍ଡରେ କଳାରଙ୍ଗ ଥିବାରୁ ଟିଭି ପରଦାରେ ଏହା ସ୍ପଷ୍ଟ ଦେଖାଗଲା। ବଲ୍‌ର ଡିଜାଇନ୍‌ ବି ଖାସ୍‌ ଥିଲା। ଧଳାରଙ୍ଗର ହେକ୍ସାଗନ ଉପରେ କଳାରଙ୍ଗର ପେଣ୍ଟାଗନ୍‌ କରାଯାଇଥିଲା। ଦୀର୍ଘବର୍ଷ ଧରି ଏହି ବଲ୍‌ ବ୍ୟବହାର ହେଲା। ତେବେ ଆଜିକାଲି ଏହାର ଡିଜାଇନ୍‌ରେ ଆସିଛି କିଛିଟା ପରିବର୍ତ୍ତନ। ତଥାପି ଫୁଟବଲ୍‌ କହିଲେ ପ୍ରଥମେ ମନକୁ ଏହି କଳାଧଳା ବଲ୍‌ ହିଁ ଆସିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri