ପୂଜାଛୁଟି ପରେ କଲେଜ ଖୋଲିିପାରେ

ଭୁବନେଶ୍ୱର, ୧୦ । ୧୦(ବ୍ୟୁରୋ): ଦୁର୍ଗାପୁଜା ଛୁଟି ପରେ କଲେଜ ଖୋଲିପାରେ। ଏଥିପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏହାର ଅନୁଧ୍ୟାନ ପାଇଁ ୧୦ଦିନ ତଳେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି। ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଏବଂ ବୈଷୟିକ ଶିକ୍ଷା ବିିଭାଗ ସାମିଲ ଅଛନ୍ତି। ସେହିଭଳି ୬ଟି ସବ୍‌କମିଟି ଗଠନ କରାଯାଇଛି। ସବ୍‌କମିଟି ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ତେବେ କଲେଜ ଖୋଲିବା ନିଷ୍ପତ୍ତି ସରକାର ନେବେ ବୋଲି ଉଚ୍ଚଶିକ୍ଷା ବିଭାଗ ସଚିବ ଶାସ୍ବତ ମିଶ୍ର ସୂଚନା ଦେଇଛନ୍ତି।