କଟକ ଅଫିସ,୨୬।୮: କଟକ ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଜିଲାର ବିଭିନ୍ନ ସ୍ଥାନରୁ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ସଂକ୍ରମଣ ବ୍ୟାପିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ସ୍ବାବ୍ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିଛି। ଉକ୍ତ କର୍ମଚାରୀଙ୍କୁ ଚିକିତ୍ସା ପାଇଁ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି। ଏହାପରେ ଅନ୍ୟ କର୍ମଚାରୀଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ମଙ୍ଗଳବାର ଅପରାହ୍ନରେ ଜିଲାପାଳ ଭବାନୀ ଶଙ୍କର ଚୟନୀ ଅଗଷ୍ଟ ୨୬ ଓ ୨୭ ତାରିଖ ଦୁଇ ଦିନ ଧରି ଜିଲାପାଳଙ୍କ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ କାର୍ଯ୍ୟାଳୟ ପରିସରକୁ ସମ୍ପୂର୍ଣ୍ଣ ବିଶୋଧନ କରାଯିବ।
Posted inଆମ ଜିଲା ଖବର, କଟକ View All
ନୂତନ ସରକାରୀ ଓକିଲ ନିଯୁକ୍ତି: ଭଞ୍ଜନଗର-ଜଗନ୍ନାଥପ୍ରସାଦ କୋର୍ଟରେ ୧୪ ଜଣ ନିଯୁକ୍ତ,ଜାଣନ୍ତୁ…
ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଭାଜପା କ୍ଷମତାକୁ ଆସିବା ପରେ ଗଞ୍ଜାମ ଜିଲାରେ ସରକାରୀ ଓକିଲ ତାଲିକା ତୁରନ୍ତ ବଦଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବିଭିନ୍ନ କାରଣ ଯୋଗୁ...
ପୁରୁଷୋତ୍ତମପୁରରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ; କର୍ମୀମାନେ ଏକତ୍ରିତ ହୋଇ…
ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍ଏସି ପକ୍ଷରୁ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏଥିରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର...
ଦିଗପହଣ୍ଡିରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ, ବାଇକ୍ ଶୋଭାଯାତ୍ରା ସହ…
ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ବିଜେଡ଼ି ବ୍ଲକ ଓ ନଗର କମିଟି...
ଶଟ ସର୍କିଟ୍ରୁ ଜଳିଗଲା ଘର
ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...
ମହିଳା ହେବେ ସଶକ୍ତ: ମିଶନ ଶକ୍ତି କାଫେ ଉଦଘାଟିତ
ତୁମୁଡିବନ୍ଧ,୨୬।୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେକୁ କନ୍ଧମାଳ ଏମ୍ପି ସୁକାନ୍ତ କୁମାର ପାଣିଗ୍ରାହୀ ଆଜି ଶୁକ୍ରବାର...
ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ
ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...
ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି
ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...
ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ: ଯୋଗଦେବେ ୫୦ ହଜାରରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା
ଭଞ୍ଜନଗର,୨୬/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗୀ ଠାରେ ଶୁକ୍ରବାର ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ ହୋଇଯାଇଛି । ଏହା ରବିବାର ପର୍ଯ୍ୟନ୍ତ...
Archives


