ଧସିଲା ବୈତରଣୀ ନଦୀବନ୍ଧ

ଆରଡ଼ି,୨।୨(ଡି.ଏନ.ଏ.) ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ବୋଡ଼କ ନିକଟରେ ବୈତରଣୀ ନଦୀ ମଧ୍ୟକୁ ମଙ୍ଗଳବାର ପ୍ରାୟ ୧୦୦ ଫୁଟ ଲମ୍ବର ମାଟି ଅତଡ଼ା ଧସି ଯାଇଛି। ଏଥି ସହିତ ୨ଟି ତାଳଗଛ ମଧ୍ୟ ନଦୀଗର୍ଭକୁ ଚାଲିଯାଇଛି। କ୍ରମାଗତ ଭାବେ ପ୍ରତିବର୍ଷ ଏହି ସ୍ଥାନରେ ନଦୀ କୂଳ ଖାଉଥିଲେ ବି ଜଳସମ୍ପଦ ବିଭାଗ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଅଞ୍ଚଳବାସୀଙ୍କ ଚିନ୍ତାର କାରଣ ହୋଇଛି। ଏହି ସ୍ଥାନରେ ଗାଁର ଖେଳପଡ଼ିଆ ରହିଛି। ତାହା ମଧ୍ୟ ନଦୀ ଗର୍ଭରେ ଲୀନ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ଯେଉଁ ସ୍ଥାନରେ ଅତଡ଼ା ଧସୁଛି ସେଠାରେ ପଥର ପ୍ୟାକିଂ କରା ନ ଯାଇ ଅନାବଶ୍ୟକ ସ୍ଥାନରେ କରାଯାଉଥିତ୍ବା ବୋଡ଼କ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଉକ୍ତ ସ୍ଥାନରେ ପଥର ପ୍ୟାକିଂ କରିବାକୁ ଦାବି ହେଉଛି।