କନ୍ଧମାଳରେ ଥରାଇଲାଣି ଶୀତ

କନ୍ଧମାଳ,୧୫।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲାରେ ଗତ ଦୁଇ ତିନି ଦିନ ହେଲା ପ୍ରବଳ ଶୀତ ଅନୁଭୁତ ହେଉଛି । ଖାଲି ଫୁଲବାଣୀ ନୁହେଁ ସମଗ୍ର ଜିଲା ଶୀତରେ ଥରୁଛି । ପାରଦ ଦିନକୁ ଦିନ ଖସିବାରେ ଲାଗିଛି । ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି । ଭୋରରୁ କୁହୁଡି ସାଙ୍ଗକୁ ଶୀତ ଧନ ଜୀବନ ଅସ୍ତବ୍ୟସ୍ଥ କରାଇ ଦେଉଛି। ଲୋକେ ନାହିଁ ନ ଥିବା ସମସ୍ୟା ଭୋଗୁ ଥିବା ବେଳେ ସକାଳ ୯ଟା ପୂର୍ବରୁ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି।