Posted inଭଦ୍ରକ

୯ ଦିନ ଧରି ସମବାୟ ସମିତିରେ ତାଲା

ପଦ୍ମପୁର, ୧୨।୧୨(ଡି.ଏନ.ଏ.)  ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ୫ ସେବା ସମବାୟ ସମିତିରେ ଚାଷୀମାନଙ୍କ ଧାନ କିଣା ପାଇଁ ଅନ୍‌ଲାଇନ ପଞ୍ଜୀକରଣରେ ତ୍ରୁଟିକୁ ନେଇ ଚୁଡ଼ାମଣି ସେବା ସମବାୟ ସମିତିର ସମ୍ପାଦକଙ୍କୁ ନିଲମ୍ବନ ସହ ୫ ସମିତିର ଡାଟାଏଣ୍ଟ୍ରି ଅପରେଟରଙ୍କୁ ବହିଷ୍କାର କରାଯାଇଛି। ସମ୍ପୃକ୍ତ ସମିତିର ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଏହାକୁ ଅଗଣତାନ୍ତ୍ରିକ ଓ ଏକପାଖିଆ ବୋଲି ଦର୍ଶାଇ କର୍ମଚାରୀମାନେ ପୁନଃ ବିଚାର ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିବା ସହ କଳାବ୍ୟାଜ୍‌ ପିନ୍ଧି କାମ କରୁଥିଲେ। ହେଲେ ବିଭାଗୀୟ ଅଧିକାରୀ କୌଣସି ସମାଧାନ ନ କରିବାରୁ ବାସୁଦେବପୁର ବ୍ଲକର ୨୨ ଓ ତିହିଡ଼ିର ୧୬ ସମିତିର ୨ଶହରୁ ଊର୍ଦ୍ଧ୍ୱ କର୍ମଚାରୀ ଗତ ଶୁକ୍ରବାରଠାରୁ ଭଦ୍ରକ ବାଇପାସ୍‌ ସ୍ଥିତ ଏଆର୍‌ସିଏସ୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ୯ଦିନ ବିତିଥିଲେ ମଧ୍ୟ ସମାଧାନର ସୂତ୍ର ବାହାରିପାରି ନାହିଁ। ଫଳରେ ସମିତିଗୁଡ଼ିକରେ ତାଲା ଝୁଲୁଛି।
ଜିଲାପାଳ ତ୍ରିଲୋଚନ ମାଝି ଧାରଣାରତ କର୍ମଚାରୀମାନଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ସେମାନେ ପଞ୍ଜୀକରଣରେ ବାଦ୍‌ ପଡ଼ିଥିବା ଚାଷୀମାନଙ୍କର ପୁନଃ ପଞ୍ଜୀକରଣ ପାଇଁ ସୁଯୋଗ, ବହିଷ୍କୃତ ଓ ନିଲମ୍ବିତ କର୍ମଚାରୀମାନଙ୍କର ପୁନଃ ନିଯୁକ୍ତି, ସମବାୟ ବ୍ୟାଙ୍କର ଅଧିକାରୀ ଓ ସମିତିର କର୍ମକର୍ତ୍ତାଙ୍କୁ ନେଇ ସହମତି ଭିତ୍ତିରେ ଦ୍ୱିପାକ୍ଷିକ ରାଜିନାମାକୁ କାର୍ଯ୍ୟକାରୀ ପ୍ରମୁଖ ଦାବିକୁ ନେଇ ଅଡ଼ି ବସିଛନ୍ତି। ଆସନ୍ତା ସୋମବାର ସୁଦ୍ଧା ଏହି ଦାବି ପୂରଣ ନ ହେଲେ ବାଲେଶ୍ୱର-ଭଦ୍ରକ ଜିଲାର ୨୨୭ ସେବା ସମବାୟ ସମିତିର କର୍ମଚାରୀ ସମୂହ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ସଂଘର ସଭାପତି ନିରଞ୍ଜନ ସାହୁ, ସମ୍ପାଦକ ଅରୁଣଜୟ ପାତ୍ର, ବାସୁଦେବପୁର ସଂଘର ସଭାପତି ବନମାଳି ମହାକୁଡ଼, ସମ୍ପାଦକ ଅନିରୁଦ୍ଧ ନାୟକ ପ୍ରମୁଖ ଏ ସମ୍ପର୍କରେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ମିଲର ଉଠାଉନାହାନ୍ତି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାନ ବସ୍ତା ରଖି ପ୍ରତିବାଦ, ସମସ୍ୟାର ସମାଧାନ ନ ହେଲେ…

ଭଦ୍ରକ, ୧୩।୨(ସନାତନ ରାଉତ): ଭଦ୍ରକ ଜିଲାରେ ଧାନ କିଣା ଓ ମଣ୍ଡିରୁ ଧାନ ଉଠାଇବା ମିଲରମାନେ ବନ୍ଦ କରିଥିବାରୁ ଜିଲାରେ ଧାନ କିଣା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି…

୧୨ ଘଣ୍ଟିଆ ଭାରତ ବନ୍ଦ: ଭଦ୍ରକରେ ଜୋରଦାର ପ୍ରଭାବ

ଭଦ୍ରକ, ୧୨।୨(ସନାତନ ରାଉତ):କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଡାକରାରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଗୁରୁବାର ଭାରତ ବନ୍ଦ କରାଯାଇଛି l ଭଦ୍ରକ ସହରରେ ଏହାର ଜୋରଦାର ପ୍ରଭାବ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ପେଟ୍ରୋଲ ପକାଉ ଥିବାବେଳେ ହଠାତ୍‌ ଜଳିଗଲା ବାଇକ୍‌

ବାସୁଦେବପୁର,୯।୧: ରାସ୍ତାରେ ଜଳିଗଲା ବାଇକ। ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡରୁ ସୁଦର୍ଶନ ପୁରକୁ ସଂଯୋଗ କରୁଥିବା ରାସ୍ତାର ଗୋପାଳପୁର ଛକଠାରେ ସୋମବାର  ପୂର୍ବାହ୍ନ ସାଢ଼େ ୧୨ଟାବେଳେ…

ପ୍ରେମ କରୁଥିଲେ ଝିଅ; ମାଡ଼ ଖାଇଲେ ମା’-ମାଉସୀ

ଭଦ୍ରକ,୯।୨(ସନାତନ ରାଉତ):ପ୍ରେମ ବିବାହକୁ ବିରୋଧ କରିବାରୁ ଝିଅର ଶାଶୁଘର ଲୋକଙ୍କଠାରୁ ମାଡ଼ ଖାଇଲେ ମା’ ଓ ମାଉସୀ। ଅକ୍ରମଣରେ ମା’, ମାଉସୀଙ୍କ ସମେତ ୪ଜଣ ଆହତ ହୋଇଛନ୍ତି।…

 ୭୨ ବର୍ଷୀୟ ବୃଦ୍ଧଙ୍କ ନାଁରେ ଅସଦାଚରଣ ଅଭିଯୋଗ: କୋର୍ଟ ଚାଲାଣ ପରେ ଥାନା ଘେରିଲେ ଗ୍ରାମବାସୀ 

ତିହିଡ଼ି,୧।୨(ସଞ୍ଜିତ ବଳ): ତିହିଡି଼ ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଶତାଧିକ ଅଧିବାସୀ ରବିବାର ପୂର୍ବାହ୍ନରେ ଥାନା ଘେରାଉ କରିଛନ୍ତି l ଗ୍ରାମର ଜଣେ ବୃଦ୍ଧଙ୍କୁ…

ଆଜି ଓଡ଼ିଶା ବନ୍ଦ: ଜାତୀୟ ରାଜପଥ ଅବରୋଧ, ଗାଡି ଚଳାଚଳ ଠପ୍‌

ଭଦ୍ରକ, ୨୮।୧(ସନାତନ ରାଉତ): ଭଦ୍ରକରେ ବନ୍ଦ ପାଳନ ଜୋରଦାର ହେଉଛି । ୧୬ ନମ୍ବର ଜାତୀୟ ରାଜପଥ ବନ୍ଦ ରହିଥିବାବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri