ଓଡ଼ିଶା ପାଇଁ ସ୍ବତନ୍ତ୍ର ସହାୟତା ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧ା୧୨(ଅନିଲ ଦାସ): ୨୦୨୫-୨୬ ଆର୍ଥିକବର୍ଷ ପାଇଁ କେନ୍ଦ୍ର ସରକାର ବଜେଟ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଏ ନେଇ ରାଜସ୍ଥାନର ଜୟସାଲମେରଠାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌ ବଜେଟ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଳ୍ପ, ପର୍ଯ୍ୟଟନ, ସହରାଞ୍ଚଳ ବିକାଶ ଓ ଭିତ୍ତିଭୂମି ପାଇଁ ଆସନ୍ତା ବଜେଟରେ ଓଡ଼ିଶା ଲାଗି ସ୍ବତନ୍ତ୍ର ସହାୟତା ଦାବି କରିଛନ୍ତି। ଏଥିସହିତ ରାଜ୍ୟରେ ଚାଲୁ ରହିଥିବା ଓ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ଲାଗି ବ୍ୟୟ ବରାଦ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି।
କ୍ୟାପିଟାଲ ଇନ୍‌ଭେଷ୍ଟମେଣ୍ଟ ପାଇଁ ରାଜ୍ୟଗୁଡ଼ିକୁ ଦିଆଯାଉଥିବା ସ୍ବତନ୍ତ୍ର ସହାୟତା ରାଶି(ଏସ୍‌ଏସିଆଇ)କୁ ବୃଦ୍ଧି କରିବାକୁ ସେ ଦାବି କରିଛନ୍ତି। ୨୦୨୪-୨୫ ବଜେଟରେ ଏସ୍‌ଏସିଆଇକୁ ୧.୫୦ ଲକ୍ଷ କୋଟିକୁ ବୃଦ୍ଧି କରାଯାଇଛି, ଯାହାକି ଓଡ଼ିଶା ସମେତ ଅନ୍ୟ ସମସ୍ତ ରାଜ୍ୟକୁ ଫାଇଦା ମିଳିଛି। ତେବେ ଏସ୍‌ଏସିଆଇ ପାର୍ଟ-୧ ଅନୁଦାନ ସମୁଦାୟ ବ୍ୟୟବରାଦର ମାତ୍ର ୩୭ ପ୍ରତିଶତ ଏବଂ ଅବଶିଷ୍ଟ ୬୩ ପ୍ରତିଶତ ସେକ୍ଟରାଲ ରିଫର୍ମସ ପାଇଁ ବିନିଯୋଗ କରାଯାଇଛି। ୨୦୨୫-୨୬ ବଜେଟରେ ଏସ୍‌ଏସିଆଇ ପାର୍ଟ-୧ ରାଶି ଅତିକମ୍‌ରେ ୬୦ ପ୍ରତିଶତକୁ ବୃଦ୍ଧି କରିବା ସହ ବାକି ସେକ୍ଟରାଲ ରିଫର୍ମ ପାଇଁ ବଜେଟରେ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଜାତୀୟ ହାର ତୁଳନାରେ ଓଡ଼ିଶାରେ ସହରୀକରଣ କମ୍‌ ରହିଛି। ସହରଗୁଡ଼ିକ ବିକାଶର ଇଞ୍ଜିନ୍‌ ଭାବେ କାର୍ଯ୍ୟ କରୁଥିବା ବେଳେ ରାଜ୍ୟର ଗ୍ରାମାଞ୍ଚଳରୁ ବହୁ ସଂଖ୍ୟାରେ ଲୋକେ ସହରାଭିମୁଖୀ ହେଉଛନ୍ତି। ଏଥିପାଇଁ ବହୁ ପୁଞ୍ଜିନିବେଶର ଆବଶ୍ୟକତା ରହିଛି। ଏ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ଆବଶ୍ୟକ। ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟର ସହରୀକରଣକୁ ସହାୟତା କରିବା ପାଇଁ ଆଗାମୀ ବିଜେଟରେ ଏକ ନୂତନ ଯୋଜନା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି।
ସେହିପରି ଆସନ୍ତା ବଜେଟରେ ରାଜ୍ୟରେ ନୂତନ ଶିଳ୍ପଭିତ୍ତିକ ସହରାଞ୍ଚଳ ବିକାଶ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଗୋପାଳପୁର (ସଲ୍‌ଟ ପାନ ଲ୍ୟାଣ୍ଡ) ଓ ଝାରସୁଗୁଡ଼ା ସହରାଞ୍ଚଳର ବିକାଶ ପାଇଁ ଅନୁଦାନ ପ୍ରଦାନ କରାଗଲେ ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର ଅର୍ଥନୈତିକ ବିକାଶ ତ୍ୱରାନ୍ବିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆସନ୍ତା ବର୍ଷଗୁଡ଼ିକରେ ଓଡ଼ିଶା ଦେଶ ବିକାଶର ଇଞ୍ଜିନ୍‌ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ନିତାନ୍ତ ଆବଶ୍ୟକ। ରାଜ୍ୟରେ ଶିଳ୍ପ ପାର୍କ ଓ କରିଡର, ବିଦ୍ୟୁତ୍‌ ଗ୍ରୀଡ୍‌, ରେଲଓ୍ବେ ଭିତ୍ତିଭୂମି, ସଡ଼କ ଓ ଏକ୍ସପ୍ରେସ୍‌ଓ୍ବେ, ବନ୍ଦର ଏବଂ ବିମାନବନ୍ଦର ଭଳି ପ୍ରକଳ୍ପ ପାଇଁ ବୃହତ୍‌ ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛି।
ସାଗରମାଳା ପ୍ରକଳ୍ପ, ପୂର୍ବତଟ ଅର୍ଥନୈତିକ କରିଡର ଏବଂ ଜାତୀୟ ଜଳପଥ-୫ ଆଦି ପ୍ରକଳ୍ପ ପ୍ର୍ରତିଷ୍ଠା ହେଲେ ଓଡ଼ିଶାର ଶିଳ୍ପ ବିକାଶ କ୍ଷେତ୍ରକୁ ତ୍ୱରାନ୍ବିତ କରିବ। ଏସବୁ କ୍ଷେତ୍ରକୁ ଦୃଷ୍ଟିଦେବାକୁ ବୈଠକରେ ମୁଖ୍ୟମନ୍ତ୍ରୀ ଅର୍ଥମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେହିପରି ପାରାଦୀପ ବନ୍ଦରର ଦକ୍ଷତା ଓ ବୈଷୟିକ କ୍ଷମତା ବୃଦ୍ଧି କରିବା ସହ କଣ୍ଟେନର ହ୍ୟାଣ୍ଡଲିଂ ଭିତ୍ତିଭୂମିର ସମ୍ପ୍ରସାରଣ, ଶିଳ୍ପ ପ୍ରକଳ୍ପଗୁଡ଼ିକର ପରିବେଶ ମଞ୍ଜୁରୀ ପାଇଁ ଫାଷ୍ଟ ଟ୍ରାକିଂ ସହାୟତା, ଆକାଂକ୍ଷୀ ଜିଲାଗୁଡ଼ିକରେ ଶିଳ୍ପାୟନ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ଏବଂ ଓଡ଼ିଶାରେ ରେୟାର ଆର୍ଥ କମ୍ପ୍ଲେକ୍ସ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦିଆଯାଇଛି।
ସେହିପରି ଓଡ଼ିଶାରେ ବିଶ୍ୱସ୍ତରୀୟ ପର୍ଯ୍ୟଟନର ବିକାଶ କରିବା ପାଇଁ ରାଜ୍ୟ ସରକାର ଆଗାମୀ ଦିନରେ ୧୦ ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଆସନ୍ତା ବଜେଟରେ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ର ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ଦେଇଛନ୍ତି।
ଏଥିସହିତ ଜଳ ଜୀବନ ମିଶନ (ଜେଏମ୍‌ଏମ୍‌) ପାଇଁ ଚଳିତ ଆର୍ଥିକ ବର୍ଷର କେନ୍ଦ୍ରୀୟ ସହାୟତା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ଉପସ୍ଥାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?