ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ ମିଶିବା ପରେ ଜିଲା ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ରବୀନ୍ଦ୍ରଙ୍କ ସହ ତାଙ୍କୁ ସମର୍ଥନ କରୁଥିବା ବହୁ ବରିଷ୍ଠ, ଯୁବ, ଛାତ୍ରନେତା ବିଜେଡି ଛାଡ଼ି ପଦ୍ମ ଧରିଛନ୍ତି। ଅପରପକ୍ଷରେ ବସ୍ତା ବିଧାୟିକା ସୁବାସିନୀ ଜେନା ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ ଭୋଟିଂ କରି ଦଳରୁ ନିଲମ୍ବିତ ହେବା ପରେ ଏହି ନିର୍ବାଚନମଣ୍ଡଳୀର ବହୁ ଆଗଧାଡ଼ିର ନେତା, କର୍ମୀ ମଧ୍ୟ ବିଜେଡି ଛାଡ଼ିଛନ୍ତି। ଏସବୁ ଘଟଣା ଜିଲାରେ ବିଜେଡିକୁ ଶକ୍ତ ଝଟକା ଦେଇଛି। ଏଠାରେ ଭାଜପା ଶକ୍ତି ବୃଦ୍ଧି ହେଉଥିବାରୁ ବିଜେଡି ଏବେ ଅଲୋଡ଼ା ନେତାଙ୍କୁ ଭରସା କରିଛି। ଏହି କ୍ରମରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ବୁଧବାର ନବୀନନିବାସ ଯାଇ ପୁଣି ବିଜେଡିକୁ ଫେରିଛନ୍ତି। ଉଭୟଙ୍କ ପରିବାର ସଦସ୍ୟ ଓ ସମର୍ଥକମାନେ ମଧ୍ୟ ଶଙ୍ଖ ଦଳରେ ସାମିଲ ହୋଇଛନ୍ତି। ଉଭୟ ନେତା ବିଜେଡିକୁ ଫେରିବା ପରେ ଦଳର ସାଙ୍ଗଠନିକ ଚିତ୍ର ବଦଳିଯିବ ବୋଲି ଦଳୀୟ ନେତା, କର୍ମୀଙ୍କ ମଧ୍ୟରେ ଚର୍ଚ୍ଚା ହେଲାଣି।
ପୂର୍ବରୁ ଜିଲା ବିଜେଡିର ଦାୟିତ୍ୱ ରବୀନ୍ଦ୍ରଙ୍କ ନିକଟରେ ଥିଲା। ଦଳ ତାଙ୍କ ନେତୃତ୍ୱକୁ ଭରସାକରି ୨ଥର ଜିଲା ସଭାପତି ଓ ୨ଥର ଏମ୍‌ପି ଟିକେଟ୍‌ ଦେଇଥିଲା। ୨୦୧୯ ନିର୍ବାଚନ ପରଠାରୁ ଜିଲା ବିଜେଡିରେ ଅନ୍ତଃକନ୍ଦଳ ଦେଖାଦେଇଥିଲା। ପୂର୍ବତନ ବିଧାୟକ ସ୍ବରୂପ ଦାସ ଏବଂ ରବୀନ୍ଦ୍ରଙ୍କ ଗୋଷ୍ଠୀ ସମାନ୍ତରାଳ ଭାବେ ଦଳୀୟ କାର୍ଯ୍ୟ କରୁଥିଲେ। ସେହିପରି ୨୦୧୯ରେ ପୂର୍ବତନ ମନ୍ତ୍ରୀ ରଘୁନାଥ ଭାଜପାରେ ଯୋଗଦେବା ସହ ବସ୍ତା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ପାଇଥିଲେ। କିନ୍ତୁ ୨୦୨୪ ନିର୍ବାଚନ ପୂର୍ବରୁ ସେ ମଧ୍ୟ ଭାଜପାରୁ ଇସ୍ତଫା ଦେଇଥିଲେ। ବିଜେଡିର ଏମ୍‌ପି ଟିକେଟ ତାଙ୍କୁ ମିଳିବ ବୋଲି ସେତେବେଳେ ଚର୍ଚ୍ଚା ହେଉଥିଲା। ମାତ୍ର ଭାଜପାରୁ ଆସିଥିବା ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଜେଡିରୁ ଏମ୍‌ପି ଟିକେଟ ମିଳିଥିଲା। ଫଳରେ ରଘୁନାଥ ଅଲୋଡ଼ା ହୋଇ ରହିଥିଲେ। ସେହିପରି ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ୨୦୦୯ରୁ ୨୦୧୯ ମଧ୍ୟରେ ୨ଥର ବିଜେଡିରୁ ବିଧାୟକ ହୋଇଥିଲେ। ୨୦୧୯ ନିର୍ବାଚନରେ ସେ ଭାଜପା ବିଧାୟକ ସ୍ବର୍ଗତ ମଦନ ମୋହନ ଦତ୍ତଙ୍କଠାରୁ ପରାଜିତ ହୋଇଯାଇଥିଲେ। ପରେ ୨୦୨୦ ଉପନିର୍ବାଚନରେ ବିଜେଡି ତାଙ୍କ ପରିବର୍ତ୍ତେ ସ୍ବରୂପ ଦାସଙ୍କୁ ପ୍ରାର୍ଥୀ କରିଥିଲା। ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ସେ ମଧ୍ୟ ଦଳରୁ ଅଲୋଡ଼ା ହୋଇ ରହିବାରୁ ୨୦୨୧ରେ ଭାଜପାରେ ଯୋଗଦେଇଥିଲେ। ରବୀନ୍ଦ୍ର ଭାଜପାରେ ଯୋଗଦେବା ପରେ ସେ ଗତ ୧୩ ତାରିଖରେ ଭାଜପାର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ତେବେ ନିଲମ୍ବନ ପରେ ସୁବାସିନୀ ଲଙ୍ଗଳେଶ୍ୱରସ୍ଥିତ ତାଙ୍କ ବାସଭବନରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଭବିଷ୍ୟତରେ ସେ ଭାଜପାରେ ସାମିଲ ହେବା ଆଶଙ୍କାକରି ବିଜେଡିର ଗଡ଼ କୁହାଯାଉଥିବା ବସ୍ତା ନିର୍ବାଚନମଣ୍ଡଳୀରେ ସଙ୍ଗଠନର ସ୍ଥିତି ସୁଦୃଢ଼ ରଖିବା ପାଇଁ ବିଜେଡି ଜିଲା ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଡ. ଲେଖାଶ୍ରୀ ସାମନ୍ତସିଂହାର, ପୂର୍ବତନ ବିଧାୟକ ସ୍ବରୂପ ଦାସ, ସୁକାନ୍ତ ନାୟକ ପ୍ରମୁଖ ଅକସ୍ମାତ୍‌ ପୂର୍ବତନ ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ବାସଭବନରେ ପହଞ୍ଚତ୍ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। କର୍ମୀମାନଙ୍କୁ ଦଳ ନ ଛାଡ଼ିବା ପାଇଁ ଆହ୍ବାନ ଦେଇଥିଲେ। ତେବେ ଭାଜପାର ଡବଲ ଇଞ୍ଜିନ ସରକାର ଚାଲିଥିବା ବେଳେ ବିଜେଡି ଏବେ ଅଲୋଡ଼ାଙ୍କୁ ଭରସାକରି କେତେ ସଫଳତା ପାଇବ, ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସମୀକ୍ଷା କଲେ କଳିକେଶ, ହସ୍ପିଟାଲରେ ରୋଗୀଙ୍କୁ…

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ସମୀକ୍ଷା କରିଛନ୍ତି ବଲାଙ୍ଗୀର ବିଧାୟକ କଲିକେଶ…

ଯୁଦ୍ଧ ମଧ୍ୟରେ ଦେଶବାସୀଙ୍କୁ ବଡ଼ ଭରସା ଦେଲେ ପ୍ରଧାନମନ୍ତ୍ରୀ, କହିଲେ ଆପଣଙ୍କ ଉପରେ ଲଦିବୁ ନାହିଁ…

ନୂଆଦିଲ୍ଲୀ,୨୮।୩: ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ, କେହି ଭାବି ନଥିଲେ ଯେ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହେବ।…

ଲୁଣାନଦୀର ଜଳସ୍ତର କମୁଛି: ଆଗାମୀ ଦିନରେ ଦେଖାଦେବ…

କେନ୍ଦ୍ରାପଡ଼ା, ୨୮ା୩ (ଜଗନ୍ନାଥ ଧଳ)ଡିସେମ୍ବର ମାସଠାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣାନଦୀର ଜଳସ୍ତର କମିବାରେ ଲାଗିଛି। ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପିଇବା ପାଣି ସମସ୍ୟା…

LPG ଏବଂ PNG ର ଏକ୍ସପାଏରୀ ଡେଟ୍‌ ଅଛି କି? ଜାଣନ୍ତୁ କେମିତି କରିବେ ଚେକ୍‌…

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଇନ୍ଧନ ଯୋଗାଣ ନେଇ ଚିନ୍ତା ମଧ୍ୟରେ, ଭାରତର ଅନେକ ପରିବାର LPG ସିଲିଣ୍ଡର ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ଏହା PNG…

ମୋଦିଙ୍କ ପାଇଁ ବଡ଼ କଥା କହିଦେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୨୮।୩: ନେପାଳର ନୂଆ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା ଶନିବାର ଦିନ କହିଛନ୍ତି ଯେ ସେ ‘ଭାରତ ସହିତ ମିଶି କାମ କରିବାକୁ ଖୁବ ଆଗ୍ରହୀ ଅଛନ୍ତି।’ ତାଙ୍କ…

ଥକି ପଡିଲେଣି ଇସ୍ରାଏଲୀ ସେନା? ଫସିଗଲେ କି ନେତାନ୍ୟାହୁ? ସର୍ଭେରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ଜେରୁଜେଲମ,୨୮।୩: ଇସ୍ରାଏଲୀ ସାମରିକ ବାହିନୀ ସମ୍ପର୍କରେ ଏକ ବଡ଼ ଚେତାବନୀ ସାମ୍ନାକୁ ଆସିଛି। ଦେଶର ମୁଖ୍ୟ କର୍ମଚାରୀ ଇୟାଲ ଜମିର ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି ଯେ…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଯୁଦ୍ଧ ଭିତରେ ଭାରତ ପାଇଁ ଆସିଲା ଆଉ ଏକ ଖୁସି ଖବର

ନୂଆଦିଲ୍ଲୀ,୨୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ପରେ ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା ରହିଛି। ଫଳସ୍ବରୂପ, ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦିଆଯାଇଛି। ତଥାପି, ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri