ଜିଲାପାଳ ପରାମର୍ଶ କ୍ରମେ ଜୋର୍‌ ସୋରରେ ଚାଲିଛି ସଫେଇ ଅଭିଯାନ, ସାମିଲ ହେଲେ…

ଗଞ୍ଜାମ,୨୩।୬(ବିଦ୍ୟାଧର ସାହୁ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହୱାନ ଓ ଗଞ୍ଜାମ ଜିଲାପାଳ ଭି କୀର୍ତ୍ତି ଭାସନଙ୍କ ପରାମର୍ଶ କ୍ରମେ ଜିଲାର ବିଭିନ୍ନ ସ୍ଥାନରେ ସଫେଇ ଅଭିଯାନ ଜୋର୍‌ ସୋରରେ ଚାଲିଛି । ମଙ୍ଗଳବାର ଗଞ୍ଜାମ ବ୍ଲକ ମଲାଡ଼ ଗ୍ରାମ ପଞ୍ଚାୟତରେ ମୋ ଗଞ୍ଜାମ ସ୍ବଚ୍ଛ ଗଞ୍ଜାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ପଞ୍ଚାୟତ ସରପଞ୍ଚ ମମତା ବେହେରା ସ୍ବଚ୍ଛ ଭାରତ ଅଭିଯାନ ସଫେଇ ଅଭିଯାନରେ ସାମିଲ ହେବା ସହ ଗାଁ ସ୍ବଚ୍ଛ ରଖିବାକୁ ଶପଥ ନେଇଥିଲେ। ସମିତି ସଭ୍ୟା ପ୍ରତିନିଧି ଲିଙ୍ଗରାଜ ମହାପାତ୍ର, ଭାଜପା ଯୁବ ନେତା ପି କ୍ରିଷ୍ଣା ରାଓ, ସରପଞ୍ଚ ପ୍ରତିନିଧି ସୁଦାମ ବେହେରା, ଗାଁ ସାଥି,ପ୍ରାଣୀ ମିତ୍ର, କୃଷି ମିତ୍ର, ଏମବିକେ, ଆଶାକର୍ମୀ ଅଙ୍ଗନବାଡି କର୍ମୀ, ଯୁବ ଓ ମହିଳା ଗୋଷ୍ଠୀ ଉପସ୍ଥିତ ଥିଲେ । ଏହି ଅବସରରେ ପଣିବନ୍ଧ ଗାଁ ରୋଡ଼ ପାର୍ଶ୍ୱ,ଗ୍ରାମ ରାସ୍ତା, ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଆଦି ସଫେଇ କରାଯାଇଥିଲା। ପ୍ଲାଷ୍ଟିକ ମୁକ୍ତ ପଞ୍ଚାୟତ ଗଠନ ପାଇଁ ସରପଞ୍ଚ ବେହେରା ଆହୱାନ ଦେଇଥିଲେ ।

Odisha’s No.1 Odia Daily

Share