Posted inଖେଳ

କ୍ରୀଡ଼ାରେ ପୁରାତନ ଏବଂ ନୂତନ ବିଚାରଧାରାର ଲଢ଼େଇ

ଦେଖିବାକୁ ମିଳୁଛି କ୍ରୀଡ଼ା ଆସୋସିଏଶନଗୁଡ଼ିକରେ ରାଜନୈତିକ ଦଳ ପରି ଲଢ଼େଇ ଚାଲିଛି। ଆସୋସିଏଶନଗୁଡ଼ିକରେ ରାଜନୈତିକ ଦଳର ନେତାମାନେ ହସ୍ତକ୍ଷେପ କରୁଛନ୍ତି। କିନ୍ତୁ ଲୋଧା କମିଶନ କିଛି ନିୟମାବଳୀ କରିବାରୁ ବର୍ତ୍ତମାନ କେତେକ ଆସୋସିଏଶନରେ ପୁରାତନ ଖେଳାଳି ପଦାଧିକାରୀ ହେଲେଣି ା ସୌରଭ ଗାଙ୍ଗୁଲିଙ୍କ ପରେ ଏବେ ରୋଜର ବିନ୍ନି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ହୋଇଛନ୍ତି। ଭାରତର ପୂର୍ବତନ ହକି ଖେଳାଳି ଦିଲୀପ ତିର୍କୀ ହକି ଇଣ୍ଡିଆ ସଭାପତି ପଦ ମଣ୍ଡନ କରିଛନ୍ତି। ଫୁଟବଲ ଖେଳର ଅନ୍ତର୍ଜାତୀୟ ଗୋଲ ରକ୍ଷକ କଲ୍ୟାଣ ଚୌବେ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ସଭାପତି ମନୋନୀତ ହୋଇଛନ୍ତି। ଏହିପରି ଅନ୍ୟ କ୍ରୀଡ଼ା ଅନୁଷ୍ଠାନ ଲୋଧା କମିଶନର ନିୟାମବଳୀ ଅନୁସାରେ କାର୍ଯ୍ୟ କରିବା ଉଚିତ। ପୁରାତନ ଖେଳାଳିମାନେ ଅଗ୍ରାଧିକାର ପାଇଲେ ତାଙ୍କ ଖେଳ ଜୀବନର ଅଭିଜ୍ଞତା ଅନୁସାରେ ଖେଳର ପ୍ରସାର ପାଇଁ ଯୋଜନା କରିପାରିବେ। ଭାରତରେ ବର୍ତ୍ତମାନ ଅଧିକ ଲୋକ କ୍ରିକେଟ ଖେଳକୁ ପସନ୍ଦ କରୁଛନ୍ତି। ମାତ୍ର ଏହି ଖେଳ ପୃଥିବୀର ଅଳ୍ପ କେତେକ ଦେଶରେ ଲୋକପ୍ରିୟତା ପାଇଛି। କିନ୍ତୁ ଫୁଟବଲ ଖେଳ ପୃଥିବୀର ଅଧିକାଂଶ ଦେଶ ଖେଳିବା ପାଇଁ ଏବଂ ଏହାକୁ ଦର୍ଶକମାନେ ଦେଖିବା ପାଇଁ ଭଲ ପାଆନ୍ତି। ଭାରତରେ ଫୁଟବଲ୍‌ର ଚାହିଦା ଅତୀତରେ ଖୁବ୍‌ ଭଲ ଥିଲା। ୧୯୬୧ରୁ ୧୯୭୦ ପର୍ଯ୍ୟନ୍ତ ଏସିଆଡ୍‌ରେ ଭାରତ ୧ରୁ ୩ ମଧ୍ୟରେ ରହୁଥିଲା। ୧୯୬୧ରେ ଚୁନ୍ନି ଗୋସ୍ବାମୀ, ବଲରାମ ପ୍ରମୁଖ ଖେଳାଳି ଫୁଟବଲରେ ଲୋକପ୍ରିୟ ଥିଲେ। ଏସିଆଡ୍‌ରେ ଭାରତ ୧୯୬୧ରେ ସ୍ବର୍ଣ୍ଣ, ୧୯୭୦ରେ ବ୍ରୋଞ୍ଜ ପଦକ ପାଇଥିଲା। ପ୍ରକାଶଯୋଗ୍ୟ ଯେ, ସେତେବେଳେ ବ୍ରୋଞ୍ଜ ପଦକ ମୁକାବିଲାରେ ଭାରତ ପ୍ରତିପକ୍ଷ ଚାଇନାକୁ ହରାଇ ଦେଇଥିଲା। ମାତ୍ର ଏବେ ଚାଇନା ଫୁଟବଲରେ ଭାରତଠୁ ଭଲ ପ୍ରଦର୍ଶନ କରୁଛି। ଭାରତ ଏସିଆଡ୍‌ରେ ୨୪ତମ ସ୍ଥାନରେ ପହଞ୍ଚତ୍ଲାଣି।
ଅନ୍ୟ ଦେଶଗୁଡିକରେ ନୂତନ ବିଚାର ସହିତ ଆଧୁନିକ ପଦ୍ଧତିରେ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ତେଣୁ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳିମାନେ ଅନୁଷ୍ଠାନଗୁଡ଼ିକ ସହିତ ଯୋଡ଼ିହେଲେ ଖେଳର ମାନରେ ନିଶ୍ଚିତ ଉନ୍ନତି ଘଟିବ। ସେମାନେ ଯେହେତୁ ବିଭିନ୍ନ ଦେଶରେ ଖେଳିଥା’ନ୍ତି, ନିଜ ଅଭିଜ୍ଞତାରୁ ଯୁବ ଖେଳାଳିମାନଙ୍କୁ ଉପାଦେୟ ପରାମର୍ଶ ଦେଇପାରିବେ। କ୍ରୀଡ଼ାର ଉନ୍ନତି ପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇପାରିବ। କିଛିଦିନ ତଳେ କଲ୍ୟାଣ ଚୌବେ ଏଆଇଏଫ୍‌ଏଫ୍‌ ସଭାପତି ହେଲା ପରେ ଭାରତରେ ହେଉଥିବା ସନ୍ତୋଷ ଟ୍ରଫି ଫୁଟବଲ ମ୍ୟାଚ୍‌ଗୁଡିକ ବିଦେଶରେ ସୌଦି ଆରବରେ କରିବା ପାଇଁ ଯୋଜନା କଲେଣି। ଏହାଦ୍ୱାରା ଖେଳାଳିମାନଙ୍କର ଫୁଟବଲ ଖେଳ ପ୍ରତି ଉତ୍ସାହ ବଢ଼ିବ। ଆଗରୁ ଏଆଇଏଫ୍‌ଏଫ୍‌ ସଭାପତି ଥିବା ପ୍ରିୟରଞ୍ଜନ ଦାସମୁନ୍‌ସୀ ଓ ପ୍ରଫୁଲ୍ଲ ପଟେଲ ରାଜନୈତିକ ବ୍ୟସ୍ତତା କାରଣରୁ ବିଦେଶ ସମକକ୍ଷ ଆମ ଦେଶର ଫୁଟବଲକୁ କରିବା ପାଇଁ ସମୟ ପାଇ ନ ଥିଲେ। ଖେଳରେ ତାଙ୍କର ଅଭିଜ୍ଞତାର ଅଭାବ ରହୁଥିଲା। ଅଧିକାଂଶ ଆସୋସିଏଶନରେ ଏହା ଦେଖିବାକୁ ମିଳୁଛି। ଖେଳାଳିମାନଙ୍କ ବିକାଶ ଚିନ୍ତା ବିଶେଷ ହେଉନାହିଁ। ପୁରାତନ ବିଚାରାଧାରା ସଙ୍ଗଠକ ଓ କ୍ରୀଡ଼ାବିତ୍‌ ନୂତନ ବିଚାରଧାରା ସହିତ ଜଡିତ ନ ହେଲେ କ୍ରୀଡ଼ାର ମାନରେ ଉନ୍ନତି ହୋଇପାରିବନି।

ପ୍ରଫୁଲ୍ଲ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ICC: T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତି ଉପରେ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୨: ପୁରୁଷ T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତିକୁ ନେଇ ICC ଦୁଃଖ ପ୍ରକାଶ କରିଛି। ତେବେ ଏହି ଘଟଣା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଉପରେ…

T20 ବିଶ୍ୱକପ୍‌: ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଅନୁରୋଧ କଲା ବାଂଲାଦେଶ

ନୂଆଦିଲ୍ଲୀ,୯।୨: ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍‌କୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପାକିସ୍ତାନକୁ ଏହି…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ଇଟାଲୀକୁ ହରାଇ ସ୍କଟଲାଣ୍ଡର ବିଜୟ ଅଭିଯାନ ଆରମ୍ଭ

କୋଲକାତା,୯ା୨- ଟି୨୦ ବିଶ୍ୱକପ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ସ୍କଟଲାଣ୍ଡ ୭୩ ରନର ବ୍ୟବଧାନରେ ଇଟାଲୀକୁ ପରାସ୍ତ କରିଛି। ଏହି ବିଜୟ ସହ ସ୍କଟଲାଣ୍ଡ ଟି୨୦ ବିଶ୍ୱକପ୍‌ ଲାଗି…

ସ୍ୱର୍ଣ୍ଣରୁ ବଞ୍ଚିତ ହେଲେ ମନୁ ଭାକର

ନୂଆଦିଲ୍ଲୀ, ୯ା୨: ଅଲିମ୍ପିକ ଡବଲ ବ୍ରୋଞ୍ଜ ପଦକ ବିଜେତା ମନୁ ଭାକର ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ଅଳ୍ପକେ ସ୍ୱର୍ଣ୍ଣ ପଦକ ପାଇବାରୁ ବଞ୍ଚିତ ହୋଇଛନ୍ତି।…

ଏହି ଗୋଟିଏ ସର୍ତ୍ତ ସହିତ ଭାରତ ବିପକ୍ଷରେ ଖେଳିବାକୁ ରାଜି ହେଲା ପାକିସ୍ତାନ! ଜାଣନ୍ତୁ କ’ଣ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ,୯।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ହେବାର ସମ୍ଭାବନା ଉପରେ ଆଲୋଚନା ଚାଲିଛି। ଆଇସିସି କାର୍ଯ୍ୟସୂଚୀ ଅନୁଯାୟୀ, ଫେବୃଆରୀ ୧୫ ତାରିଖରେ ଶ୍ରୀଲଙ୍କାର କଲମ୍ବୋରେ ଉଭୟ…

ଟି-୨୦ ବିଶ୍ୱକପ୍: ବଡ଼ ଦଳଙ୍କୁ ନାକେଦମ୍ କଲେଣି ‘ଅଣ୍ଡରଡଗ୍ସ’, ଚର୍ଚ୍ଚାରେ ଏସବୁ ମ୍ୟାଚ୍

ନୂଆଦିଲ୍ଲୀ,୯।୨: ଚଳିତ ଟି-୨୦ ବିଶ୍ୱକପ୍‌ର ପ୍ରଥମ ସପ୍ତାହ କ୍ରିକେଟ ଜଗତର ସମସ୍ତ ପୁରୁଣା ସମୀକରଣକୁ ବଦଳାଇ ଦେଇଛି। ଯେଉଁ ଛୋଟ ଦଳମାନଙ୍କୁ ଦିନେ ‘ଦୁର୍ବଳ’ ବୋଲି କୁହାଯାଉଥିଲା,…

ପାକିସ୍ତାନକୁ ୪୪୦ ଭୋଲ୍ଟର ଝଟ୍‌କା ଦେଲା ICC: ସବୁ ସର୍ତ୍ତ ପ୍ରତ୍ୟାଖାନ

ନୂଆଦିଲ୍ଲୀ,୯।୨: ଟି୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମ୍ୟାଚ ପାଖେଇ ଆସୁଛି। ଏହା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (PCB)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri