୪ ଦଶନ୍ଧିର ଦାବି, ହୋଇପାରୁନି ଘୁମୁସର ଜିଲା

ବ୍ରହ୍ମପୁର ଅଫିସ,୯ା୧୨:ରାଜ୍ୟରେ ନୂଆ ଜିଲା ଗଠନ ଦାବି ସମ୍ପ୍ରତି ବଢ଼ିବାରେ ଲାଗିଛି। ଆସନ୍ତା ୨୦୨୩ରେ ପଦ୍ମପୁରକୁ ଜିଲା ମାନ୍ୟତା ଦିଆଯିବ ବୋଲି ନବୀନ ପଟ୍ଟନାୟକ ସୂଚନା ଦେବା ପରେ ବିଜେଡି ଅଡ଼ୁଆରେ ପଡ଼ିଛି। ୪ ଦଶନ୍ଧିର ଦାବି ଘୁମୁସର ଜିଲା ଗଠନ ହୋଇ ନ ଥିବା ବେଳେ ଏବେ ଗଞ୍ଜାମର ଆସିକା, କନ୍ଧମାଳର ବାଲିଗୁଡ଼ା ଓ ଅନୁଗୋଳର ତାଳଚେରକୁ ଜିଲା ଘୋଷଣା ପାଇଁ ସ୍ବର ଉଠିଛି। ଆଉ ମାତ୍ର ବର୍ଷକ ପରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଜିଲା ପ୍ରସଙ୍ଗ ଶାସକ ଦଳକୁ ସମସ୍ୟାରେ ପକାଇବାର ରାଜନୈତିକ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି।
ରାଜ୍ୟର ଅନ୍ୟତମ ବୃହତ୍ତମ ଜିଲା ଗଞ୍ଜାମରେ ୩ ସବଡିଭିଜନ, ୨୨ ବ୍ଲକ ଓ ୫୦୩ ଗ୍ରାମପଞ୍ଚାୟତ ଅଛି। ୩ ହଜାରରୁ ଊର୍ଦ୍ଧ୍ୱ ରାଜସ୍ବ ଗ୍ରାମ ଜିଲାରେ ଅଛି। ପ୍ରଶାସନିକ ବ୍ୟବସ୍ଥାର ବିକେନ୍ଦ୍ରୀକରଣ ଏବଂ ପ୍ରଶାସନକୁ ଲୋକାଭିମୁଖୀ କରିବା ନିମନ୍ତେ ଗଞ୍ଜାମ ଜିଲା ବିଭାଜନ ଜରୁରୀ ହୋଇଯାଇଛି। ସୋରଡ଼ା ଓ ଭଞ୍ଜନଗର ଠାରୁ ଜିଲା ସଦର ମହକୁମା ଶତାଧିକ କିଲୋମିଟର ଦୂରତା ହୋଇଥିବାରୁ ଦୀର୍ଘବର୍ଷର ଜନ ଦାବି ଘୁମୁସର ଜିଲା ଘୋଷଣା ଅପରିହାର୍ଯ୍ୟ ହୋଇଛି। ଏହା ଭିତରେ ଏବେ କେଁ ପଶିଛି ଓ ଆସିକା ଅଞ୍ଚଳବାସୀଙ୍କ ପକ୍ଷରୁ ଋଷିକୂଲ୍ୟା ଜିଲା ଗଠନ ସ୍ବର ଉଠିଛି। ତେଣୁ ରାଜନୈତିକ ସମସ୍ୟା ଉପୁଜିଛି।
୧୯୮୦ରେ କଂଗ୍ରେସ ଶାସନର ଘୁମୁସର ଜିଲା ଦାବି ଆରମ୍ଭ ହୋଇଥିଲା। ସେତେବେଳେ ଭଞ୍ଜନଗର ବିଧାୟକ ଥିଲେ ପୂର୍ବତନ ବାଚସ୍ପତି, ମନ୍ତ୍ରୀ ଓ ଏମପି ସ୍ବର୍ଗତ ସୋମନାଥ ରଥ। ଆନ୍ଦୋଳନ ଜୋର ଧରିଥିଲା ଏବଂ କାନ୍ଥ ବାଡ଼ ଓ ଚଳାଚଳ କରୁଥିବା ବସଗୁଡିକରେ ଦାବି ସମ୍ବଳିତ ପୋଷ୍ଟର ଲଗାଯାଇଥିଲା। ପରବର୍ତ୍ତି ପର୍ଯ୍ୟାୟରେ କଂଗ୍ରେସରୁ ଉମାକାନ୍ତ ମିଶ୍ର ଓ ଜନତା ଦଳର ରାମକୃଷ୍ଣ ଗୌଡ଼ ବିଧାୟକ ହୋଇଥିଲେ। ୧୯୯୫ରୁ ୨୦୧୯ ମଧ୍ୟରେ ଲଗାତର ବିଧାୟକ ହୋଇଛନ୍ତି ବର୍ତ୍ତମାନର ବାଚସ୍ପତି ବିକ୍ରମ କେଶରୀ ଆରୁଖ। ପୂର୍ବରୁ ସେ ୩ ଥର କ୍ୟାବିନେଟ ମନ୍ତ୍ରୀ ପଦ ପାଇଥିଲେ। ଘୁମୁସର ଜିଲା ପାଇଁ ନିର୍ବାଚିତ ଜନ ପ୍ରତିନିଧିମାନେ ଗୃହରେ ପ୍ରସଙ୍ଗ ଉଠାଇ ନ ଥିବା ରାଜନୈତିକ ବିଶ୍ଲେଷକ ମତ ରଖିଛନ୍ତି। ଇତିମଧ୍ୟରେ ଓକିଲ ସଂଘ ପକ୍ଷରୁ ଘୁମୁସର ଜିଲା ନିମନ୍ତେ ତୀବ୍ର ସ୍ବର ଉତ୍ତୋଳନ କରାଯାଇଛି। ଗୋବରାରୁ ଆନ୍ଦୋଳନକୁ ତେଜିବାର ଚେତାବନୀ ଦିଆଯାଇଛି। ଗତ ୨୦୨୧ ସେପ୍ଟେମ୍ବର ୧୫ରେ ଭଞ୍ଜନଗରରେ ଅନୁଷ୍ଠିତ ହୋଇଥିଲା ଗଞ୍ଜାମ ଜିଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ। ଶାସକ ଦଳର ସବୁ ନେତା ଯୋଗ ଦେଇଥିଲେ। ତେବେ ୪ ଦଶନ୍ଧିର ନ୍ୟାର୍ଯ୍ୟ ଦାବି ଘୁମୁସର ଜିଲା ଗଠନ ପାଇଁ ଜଣେ ବି ପ୍ରସଙ୍ଗ ଉଠାଇ ନ ଥିଲେ। ଦଳର ରାଜନୈତିକ ଚିଠା ପ୍ରସ୍ତାବରେ ମଧ୍ୟ ଦାବି କରାଯାଇ ନ ଥିଲା। ପଦ୍ମପୁର ଜିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ପକ୍ଷରୁ ନୁହେଁ ବିଜେଡି ସଭାପତି ଭାବେ ସୂଚନା ଦେଇଛନ୍ତି। ଅପରପକ୍ଷରେ ଚଳିତ ମାସ ୧ ତାରିଖରେ ବିଧାନସଭାରେ ରାଜସ୍ବ ମନ୍ତ୍ରୀ ରାଜ୍ୟରେ ନୂଆ ଜିଲା ଗଠନର ପ୍ରସ୍ତାବ ନ ଥିବା ଦର୍ଶାଇଛନ୍ତି। ଫଳରେ ପଦ୍ମପୁର ଜିଲା ହେବ କି ନାହିଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ବେଳେ ଘୁମୁସରକୁ ଚ୍ୟାଲେଞ୍ଜ କରି ଆସିକା ଅଞ୍ଚଳବାସୀ ଋଷିକୁଲ୍ୟା ଜିଲା ଦାବି କରିଛନ୍ତି। ବିଜେଡି ସରକାର କ’ଣ ପଦକ୍ଷେପ ନେବେ ସେନେଇ ଜିଲାର ସଚେତନ ମହଲ ସତର୍କ ଦୃଷ୍ଟି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri