ଏକଦା ରାତାରାତି ଭୟରେ ଖାଲି ହୋଇଯାଇଥିଲା ଏହି ସହର

ବିଶ୍ୱରେ ଅନେକ କିଛି ରହସ୍ୟ ଅଛି, ଯାହା ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି ନାହିଁ। ଏପରି ଏକ ରହସ୍ୟ ପୂର୍ଣ୍ଣ ଯାଗା ହେଉଛି ସାଇପ୍ରସର ଭରୋସା ସହର। କିନ୍ତୁ ବର୍ତ୍ତମାନ ଏହି ସହରଟି ଜନଶୂନ୍ୟ ହୋଇଯାଇଛି। ଭରୋସା ଭୂତ ସହର ଭାବରେ ମଧ୍ୟ ଜଣାଶୁଣା।
ଏଠାରେ ବିରାଟ ବିରାଟ କୋଠା ଅଛି, କିନ୍ତୁ କେହି ବାସ କରନ୍ତି ନାହିଁ। ହୋଟେଲ, ଆବାସିକ ଅଟ୍ଟାଳିକାଠାରୁ ଆରମ୍ଭ କରି ସହରର ବାର୍‌ ଏବଂ ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ସବୁକିଛି ବର୍ତ୍ତମାନ ଧ୍ୱଂସାବଶେଷରେ ପରିଣତ ହେବାକୁ ଯାଉଛି।

ଫାମାଗସ୍ତା ପ୍ରଦେଶର ଭରୋସା ରେ ଏକ ଛୋଟ ଅଞ୍ଚଳକୁ ଛାଡ଼ି ଏଠାରେ ଥିବା ଅଧିକାଂଶ ବେଳାଭୂମି ସବୁଦିନ ପାଇଁ ବନ୍ଦ ହୋଇଯାଇଛି। ୱେସିଙ୍ଗରେ ବନ୍ଦୀ ହୋଇଥିବା ଏହି ସହରରେ ପ୍ରବେଶ କରିବା ତ ଦୂର କଥା, ଯଦି କେହି ବାହାରୁ ଫଟୋ ଉଠାଇବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କୁ ଗିରଫ କରାଯାଏ।

୪୫ ବର୍ଷ ପୂର୍ବେ ସହରର ପ୍ରାୟ ୪୦,୦୦୦ ଜନସଂଖ୍ୟା ଥିଲା, କିନ୍ତୁ ୧୯୭୪ ମସିହାରେ, ଭୟ ଯୋଗୁ ସାରା ସହରକୁ ରାତିସାରା ଖାଲି ହୋଇଯାଇଥିଲା। ଏହି ସହର ସହିତ ଲାଗିଥିବା ବାକି ସହରଗୁଡ଼ିକ ଦିନରାତି ଆଲୋକିତ ହୋଇ ରହିଛନ୍ତି, କିନ୍ତୁ ଏହା ସମ୍ପୂର୍ଣ୍ଣ ନିଛାଟିଆ ହୋଇଯାଇଛି।

୧୯୭୪ ଜୁଲାଇ ରେ, ତୁର୍କୀ ସୈନ୍ୟମାନେ ସାଇପ୍ରସ ଉପରେ ଆକ୍ରମଣ କରିଥିଲେ। ଯାହା ପରେ ଭୟ କାରଣରୁ ସମଗ୍ର ସହରରେ ବାସ କରୁଥିବା ଲୋକଙ୍କୁ ଗୋଟିଏ ରାତିରେ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ରହୁଥିବା ଲୋକମାନେ ନିକଟ ସହରରେ ଯାଇ ଆଶ୍ରୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏତିକି ଦିନ ପାଇଁ ଅସ୍ତ୍ରବିରତି ଘୋଷଣା: ୨ ନେତାଙ୍କୁ ଧନ୍ୟବାଦ ଦେଲା ଇରାନ, କହିଲା ଏମାନଙ୍କ ପାଇଁ…

ଓ୍ବାଶିଂଟନ୍‌,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଖସିଲା ଅଶୋଧିତ ତେଲ ମୂଲ୍ୟ, ଜାଣନ୍ତୁ ନୂଆ ଦାମ୍‌

ଓ୍ବାଶିଂଟନ୍‌,୮।୪: ୮ ଏପ୍ରିଲରେ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ଦୁଇ…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ: ହର୍ମୁଜ ପ୍ରଣାଳୀ ଖୋଲିବାକୁ ରାଜି ହେଲା ଇରାନ, ବିଶ୍ୱବାସୀଙ୍କ ପାଇଁ ଖୁସିଖବର

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଆମେରିକା ଇରାନ ସହିତ ଦୁଇ…

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri