ସହର ସାରା କୁଢ଼ କୁଢ଼ ଆବର୍ଜନା

ଯାଜପୁର ଅଫିସ,୨୬ା୧୧: ସହରର ସ୍ବଚ୍ଛ ଓ ସୁସ୍ଥ ପରିମଳ ପ୍ରତ୍ୟେକ ସ୍ବାୟତ୍ତ ଶାସନ ସଂସ୍ଥାର ମୌଳିକ ଦାୟିତ୍ୱ। ଏ କ୍ଷେତ୍ରରେ ବ୍ୟାସନଗର ମ୍ୟୁନିସିପାଲିଟି କେବଳ ଆପରାଧିକ ଅବହେଳା କରୁନାହିଁ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତାଗିଦକୁ ମଧ୍ୟ ବେଖାତିର କରୁଛି। ଅପରପକ୍ଷେ ମ୍ୟୁନିସିପାଲିଟିର ଏହି ଆଭିମୁଖ୍ୟ ପାଇଁ ସହରର ବାୟୁ ପ୍ରଦୂଷିତ ହେଉଛି। ବ୍ୟାସ ସରୋବର ନିକଟରେ ଥିବା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ବା ସମ୍ପଦ କେନ୍ଦ୍ର କାନ୍ଥବାଡରେ ଅଳିଆକୁ ବାହାରେ ନିଆଁ ଲଗାଇ ଜାଳିବା ଆଇନ ଅନୁଯାୟୀ ନିଷିଦ୍ଧ ବୋଲି ଲେଖା ହୋଇଛି। ହେଲେ ଏଠାରୁ ମାତ୍ର ୧୦୦ ମିଟର ଦୂରରେ କୁଢ଼କୁଢ଼ ଅଳିଆ ପୋଡ଼ାଯାଉଥିବା ଗୁରୁବାର ଦେଖିବାକୁ ମିଳିଛି। ଫଳରେ ପୌରାଣିକ ବ୍ୟାସ ସରୋବର ସମେତ ପ୍ରାକୃତିକ ଜଙ୍ଗଲ ପ୍ରତି ବିପଦ ମାଡି ଆସିିଛି। ଏହିକ୍ରମରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସପିସିବି)ର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟରୁ ପୂର୍ବରୁ କାରଣ ଦର୍ଶାଅ ନୋଟିସ ଜାରି ସତ୍ତ୍ବେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।
କଳିଙ୍ଗନଗର ଶିଳ୍ପାଞ୍ଚଳ ୮୮୧.୧୬ ବର୍ଗ କିଲୋମିଟରକୁ ନେଇ ଗଢି ଉଠିଛି। ସେଥିମଧ୍ୟରୁ ୨୨.୩୬ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ବ୍ୟାସନଗର ମ୍ୟୁନିସିପାଲିଟିର ପରିସୀମା। ୨୬ଟି ୱାର୍ଡକୁ ନେଇ ଗଠିତ ଏହି ପୌରାଞ୍ଚଳରେ ବେସରକାରୀ ଭାବେ ଲୋକସଂଖ୍ୟା ଦେଢଲକ୍ଷ ଛୁଇଁଲାଣି। ପ୍ରତ୍ୟହ ସହରରୁ ଅତି କମ୍‌ରେ ୫୦ ଟନ ଆବର୍ଜନା ବାହାରୁଛି। ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅନୁସାରେ ଏହି ଆବର୍ଜନାର ପରିଚାଳନା ପାଇଁ ରାଜ୍ୟ ସରକାର ଏକ ସମ୍ପଦ କେନ୍ଦ୍ର ୨୦୧୯ରୁ ପ୍ରତିଷ୍ଠା କରିଛନ୍ତି। ମ୍ୟୁନିସିପାଲିଟି ସହରର ୨୬ଟି ଯାକ ୱାର୍ଡର ଆବର୍ଜନା ଉଠାଇବା ଦାୟିତ୍ୱ ସବ୍ୟସାଚୀ ମହାକୁଡ ନାମକ ଏକ ବେସରକାରୀ ସଂସ୍ଥାକୁ ଠିକା ଦେଇଛି। ସମ୍ପୃକ୍ତ ଠିକା ସଂସ୍ଥା ସହରର ଆବର୍ଜନା ଏଣେତେଣେ ଗଦା କରିବା ସହ ବଡ଼ ଅଂଶ ବ୍ୟାସ ସରୋବର ଲେପ୍ରୋସି କଲୋନି ନିକଟରେ ଜମା କରୁଛି। କିନ୍ତୁ ସମ୍ପଦ କେନ୍ଦ୍ରଠାରେ ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା ନ କରି ସେଠାରେ ନିଆଁ ଲଗାଇ ଦେଉଛି। କାନ୍ଥବାଡରେ ସ୍ବଚ୍ଛ ପରିମଳ ପାଇଁ ବିଭିନ୍ନ ନିୟମ ପାଳନ କରିବାକୁ ଅର୍ଥ ଖର୍ଚ୍ଚ କରି ବହୁ ସଚେତନତାର ବାର୍ତ୍ତା ଲେଖାଯାଉଛି। ଉଲ୍ଲଂଘନକାରୀଙ୍କୁ ଜାତୀୟ ସବୁଜ ପ୍ରାଧିକରଣଙ୍କ ଦ୍ୱାରା ୫ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ବୋଲି ଦର୍ଶାଯାଇଛି। ହେଲେ ଖୋଦ୍‌ ଉକ୍ତ ନିୟମକୁ ପାଳନ ନ କରି ପୌର ପରିଷଦ ଆଇନର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ପରିମଳ ବ୍ୟବସ୍ଥା ପାଇଁ ନିୟୋଜିତ ଠିକାସଂସ୍ଥାକୁ ସରକାରୀ ଭାବେ ମାସକୁ ପ୍ରାୟ ୨୫ ଲକ୍ଷ ଟଙ୍କା ଦିଆଯାଉଛି। ଏହାବାଦ ରାସ୍ତାକଡ଼ରୁ ମଇଳା ନ ଉଠିବା, ଡ୍ରେନ୍‌ ସଫା ନ ହେବା ଯୋଗୁ ମଶାଙ୍କ ପ୍ରାଦୁର୍ଭାବ ଚରମସୀମାରେ ପହଞ୍ଚିଛି। ପୌର ପରିଷଦ ତରଫରୁ ନିୟୋଜିତ ସଂସ୍ଥା ଦ୍ୱାରା କୌଣସି ମଶାମରା ଔଷଧ ବ୍ୟବହାର ହେଉନାହିଁ। ପ୍ରାୟ ୬ ମାସ ହେବ ସହରର ଅଧିକାଂଶ ଡ୍ରେନ ସଫା ହୋଇନାହିଁ। ଡ୍ରେନରେ ଆବଶ୍ୟକ ମଶାତେଲ ସିଞ୍ଚନ କରାଯାଉନାହିଁ। ଏଥିପାଇଁ ଆସୁଥିବା ଅନୁଦାନକୁ ଠିକାସଂସ୍ଥା ଓ ପୌର କର୍ତ୍ତୃପକ୍ଷ ମିଳିମିଶି ଚଳୁ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ଏଥିପାଇଁ ଗତ ଅକ୍ଟୋବର ୧୫ରେ ନିର୍ବାହୀ ଅଧିକାରୀଙ୍କ ଉପରକୁ ପୌରାଧ୍ୟକ୍ଷା ଫାଇଲ ଫୋପାଡିବା ଭଳି ନିନ୍ଦନୀୟ ଭିଡିଓ ଭାଇରାଲ ହୋଇଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରିବା ସହ ପୌରାଧ୍ୟକ୍ଷାଙ୍କ ଗିରଫ ଦାବି କରାଯାଇଛି। ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ବିକ୍ରମ ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି, ଅଳିଆ ଗଦାରେ ନିଆଁ ଲଗାଇବା ଘଟଣା ଉପରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri