ସହର ସାରା କୁଢ଼ କୁଢ଼ ଆବର୍ଜନା

ଯାଜପୁର ଅଫିସ,୨୬ା୧୧: ସହରର ସ୍ବଚ୍ଛ ଓ ସୁସ୍ଥ ପରିମଳ ପ୍ରତ୍ୟେକ ସ୍ବାୟତ୍ତ ଶାସନ ସଂସ୍ଥାର ମୌଳିକ ଦାୟିତ୍ୱ। ଏ କ୍ଷେତ୍ରରେ ବ୍ୟାସନଗର ମ୍ୟୁନିସିପାଲିଟି କେବଳ ଆପରାଧିକ ଅବହେଳା କରୁନାହିଁ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତାଗିଦକୁ ମଧ୍ୟ ବେଖାତିର କରୁଛି। ଅପରପକ୍ଷେ ମ୍ୟୁନିସିପାଲିଟିର ଏହି ଆଭିମୁଖ୍ୟ ପାଇଁ ସହରର ବାୟୁ ପ୍ରଦୂଷିତ ହେଉଛି। ବ୍ୟାସ ସରୋବର ନିକଟରେ ଥିବା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ବା ସମ୍ପଦ କେନ୍ଦ୍ର କାନ୍ଥବାଡରେ ଅଳିଆକୁ ବାହାରେ ନିଆଁ ଲଗାଇ ଜାଳିବା ଆଇନ ଅନୁଯାୟୀ ନିଷିଦ୍ଧ ବୋଲି ଲେଖା ହୋଇଛି। ହେଲେ ଏଠାରୁ ମାତ୍ର ୧୦୦ ମିଟର ଦୂରରେ କୁଢ଼କୁଢ଼ ଅଳିଆ ପୋଡ଼ାଯାଉଥିବା ଗୁରୁବାର ଦେଖିବାକୁ ମିଳିଛି। ଫଳରେ ପୌରାଣିକ ବ୍ୟାସ ସରୋବର ସମେତ ପ୍ରାକୃତିକ ଜଙ୍ଗଲ ପ୍ରତି ବିପଦ ମାଡି ଆସିିଛି। ଏହିକ୍ରମରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସପିସିବି)ର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟରୁ ପୂର୍ବରୁ କାରଣ ଦର୍ଶାଅ ନୋଟିସ ଜାରି ସତ୍ତ୍ବେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।
କଳିଙ୍ଗନଗର ଶିଳ୍ପାଞ୍ଚଳ ୮୮୧.୧୬ ବର୍ଗ କିଲୋମିଟରକୁ ନେଇ ଗଢି ଉଠିଛି। ସେଥିମଧ୍ୟରୁ ୨୨.୩୬ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ବ୍ୟାସନଗର ମ୍ୟୁନିସିପାଲିଟିର ପରିସୀମା। ୨୬ଟି ୱାର୍ଡକୁ ନେଇ ଗଠିତ ଏହି ପୌରାଞ୍ଚଳରେ ବେସରକାରୀ ଭାବେ ଲୋକସଂଖ୍ୟା ଦେଢଲକ୍ଷ ଛୁଇଁଲାଣି। ପ୍ରତ୍ୟହ ସହରରୁ ଅତି କମ୍‌ରେ ୫୦ ଟନ ଆବର୍ଜନା ବାହାରୁଛି। ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅନୁସାରେ ଏହି ଆବର୍ଜନାର ପରିଚାଳନା ପାଇଁ ରାଜ୍ୟ ସରକାର ଏକ ସମ୍ପଦ କେନ୍ଦ୍ର ୨୦୧୯ରୁ ପ୍ରତିଷ୍ଠା କରିଛନ୍ତି। ମ୍ୟୁନିସିପାଲିଟି ସହରର ୨୬ଟି ଯାକ ୱାର୍ଡର ଆବର୍ଜନା ଉଠାଇବା ଦାୟିତ୍ୱ ସବ୍ୟସାଚୀ ମହାକୁଡ ନାମକ ଏକ ବେସରକାରୀ ସଂସ୍ଥାକୁ ଠିକା ଦେଇଛି। ସମ୍ପୃକ୍ତ ଠିକା ସଂସ୍ଥା ସହରର ଆବର୍ଜନା ଏଣେତେଣେ ଗଦା କରିବା ସହ ବଡ଼ ଅଂଶ ବ୍ୟାସ ସରୋବର ଲେପ୍ରୋସି କଲୋନି ନିକଟରେ ଜମା କରୁଛି। କିନ୍ତୁ ସମ୍ପଦ କେନ୍ଦ୍ରଠାରେ ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା ନ କରି ସେଠାରେ ନିଆଁ ଲଗାଇ ଦେଉଛି। କାନ୍ଥବାଡରେ ସ୍ବଚ୍ଛ ପରିମଳ ପାଇଁ ବିଭିନ୍ନ ନିୟମ ପାଳନ କରିବାକୁ ଅର୍ଥ ଖର୍ଚ୍ଚ କରି ବହୁ ସଚେତନତାର ବାର୍ତ୍ତା ଲେଖାଯାଉଛି। ଉଲ୍ଲଂଘନକାରୀଙ୍କୁ ଜାତୀୟ ସବୁଜ ପ୍ରାଧିକରଣଙ୍କ ଦ୍ୱାରା ୫ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ବୋଲି ଦର୍ଶାଯାଇଛି। ହେଲେ ଖୋଦ୍‌ ଉକ୍ତ ନିୟମକୁ ପାଳନ ନ କରି ପୌର ପରିଷଦ ଆଇନର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ପରିମଳ ବ୍ୟବସ୍ଥା ପାଇଁ ନିୟୋଜିତ ଠିକାସଂସ୍ଥାକୁ ସରକାରୀ ଭାବେ ମାସକୁ ପ୍ରାୟ ୨୫ ଲକ୍ଷ ଟଙ୍କା ଦିଆଯାଉଛି। ଏହାବାଦ ରାସ୍ତାକଡ଼ରୁ ମଇଳା ନ ଉଠିବା, ଡ୍ରେନ୍‌ ସଫା ନ ହେବା ଯୋଗୁ ମଶାଙ୍କ ପ୍ରାଦୁର୍ଭାବ ଚରମସୀମାରେ ପହଞ୍ଚିଛି। ପୌର ପରିଷଦ ତରଫରୁ ନିୟୋଜିତ ସଂସ୍ଥା ଦ୍ୱାରା କୌଣସି ମଶାମରା ଔଷଧ ବ୍ୟବହାର ହେଉନାହିଁ। ପ୍ରାୟ ୬ ମାସ ହେବ ସହରର ଅଧିକାଂଶ ଡ୍ରେନ ସଫା ହୋଇନାହିଁ। ଡ୍ରେନରେ ଆବଶ୍ୟକ ମଶାତେଲ ସିଞ୍ଚନ କରାଯାଉନାହିଁ। ଏଥିପାଇଁ ଆସୁଥିବା ଅନୁଦାନକୁ ଠିକାସଂସ୍ଥା ଓ ପୌର କର୍ତ୍ତୃପକ୍ଷ ମିଳିମିଶି ଚଳୁ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ଏଥିପାଇଁ ଗତ ଅକ୍ଟୋବର ୧୫ରେ ନିର୍ବାହୀ ଅଧିକାରୀଙ୍କ ଉପରକୁ ପୌରାଧ୍ୟକ୍ଷା ଫାଇଲ ଫୋପାଡିବା ଭଳି ନିନ୍ଦନୀୟ ଭିଡିଓ ଭାଇରାଲ ହୋଇଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରିବା ସହ ପୌରାଧ୍ୟକ୍ଷାଙ୍କ ଗିରଫ ଦାବି କରାଯାଇଛି। ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ବିକ୍ରମ ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି, ଅଳିଆ ଗଦାରେ ନିଆଁ ଲଗାଇବା ଘଟଣା ଉପରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri