ଧୂଆଁରେ ଢାଙ୍କି ହୋଇଛି ସହର, ଚିନ୍ତାରେ ଲୋକେ

ବେଜିଂ,୧୨ା୩: ଆଜିକାଲି ଭାରତର ପଡ଼ୋଶୀ ଦେଶ ଚାଇନା ମଧ୍ୟ ପ୍ରଦୂଷଣର ସମ୍ମୁଖୀନ ହେଉଛି। ବାୟୁ ଏତେ ବିଷାକ୍ତ ଯେ, ୨୦୦ ମିଟର ଦୂରରୁ କିଛି ଦେଖାଯାଉନି। ଦିନରେ ଅନ୍ଧାର ମାଡ଼ି ଆସିବା ପରି ଦୃଶ୍ୟମାନ ହୋଇଛି।

ବେଜିଂ ସହର ପ୍ରଦୂଷିତ ବାୟୁରେ ଢାଙ୍କି ହୋଇଛି। ଏହି ପ୍ରଦୂଷଣ ଯୋଗୁ ବଡ଼ବଡ଼ ଅଟ୍ଟାଳିକା ମଧ୍ୟ ଦେଖାଯାଉନି। ବେଜିଂରେ ଲୋକମାନେ ଧୂଳି ଏବଂ ଧୂଆରୁ ରକ୍ଷା ପାଇବା ପାଇଁ ମାସ୍କ ବାନ୍ଧି ବୁଲୁଛନ୍ତି। ଚାଇନା କୋଇଲା ଚାଳିତ ଶକ୍ତିକୁ ପ୍ରୋତ୍ସାହିତ କରୁଛି। ଯାହା ଜଳବାୟୁ ପରିବର୍ତ୍ତନ କରୁଥିବା ଅଙ୍ଗାରକାମ୍ଳ ନିର୍ଗମନକୁ ବୃଦ୍ଧି କରୁଛି।

ଚାଇନାର ରାଜଧାନୀ ଜୋନ ବେଜିଂ-ତିଆନଜିନ-ହେବାଇ ଅଞ୍ଚଳରେ ସାଧାରଣତଃ ଶୀତଦିନେ ପ୍ରଦୂଷଣ ବୃଦ୍ଧି ପାଇଥାଏ। ଯେତେବେଳେ ପବନର ବେଗ କମିଯାଏ। ସେତେବେଳେ ଏପରି ସ୍ଥିତି ଉପୁଜିଥାଏ।

Share