ସହରକୁ ସରସ ସୁନ୍ଦର, ଭୟ ମୁକ୍ତ କରିବା ଆମ ଲକ୍ଷ୍ୟ: ଉପଜିଲାପାଳ

ବାଲିଗୁଡ଼ା,୨୧ା୨(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଶାର ସର୍ବ ବୃହତ୍ତମ ଉପଖଣ୍ଡ ରୂପେ ପରିଗଣିତ ହେଉଥିବା କନ୍ଧମାଳ ଜିଲାର ବଡ଼ ବ୍ୟବସାୟିକ ପେଣ୍ଠସ୍ଥଳ ବାଲିଗୁଡ଼ା ସହର ଏବେ ଟ୍ରାଫିକ୍‌ ସମସ୍ୟା ସହ ଅପରାଧୀଙ୍କ ପେଣ୍ଠସ୍ଥଳୀ ପାଲଟିବାକୁ ଯାଉଛି। ଯାହା ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏ ସବୁକୁ ଆଖି ଆଗରେ ରଖି ବାଲିଗୁଡ଼ା ଉପଜିଲ୍ଲାପାଳ ଡଃ.ରୀନା ପ୍ରଧାନଙ୍କ ଏକ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ ଉପସ୍ଥିତ ଥିବା ବେଳେ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ସଭା ପରିଚାଳନା କରିଥିଲେ। ସମ୍ପ୍ରତି ବାଲିଗୁଡ଼ା ସହରରେ ଦିନକୁ ଦିନ ଜନ ସଂଖ୍ୟା ଓ ଯାନବାହନ ବୃଦ୍ଧି ପାଇବା ସହ ଟ୍ରାଫିକ ସମସ୍ୟା, ଚୋରି ଡକାୟତି, ରାହାଜାନି, ଛୋଟ ବଡ଼ ଦୁର୍ଘଟଣା,ଦ୍ରୁତ ଗତିରେ ବାଇକ୍‌ ଚଳାଇବା ଓ ସହର ମଧ୍ୟରେ ଉଠା ଦୋକାନୀଙ୍କ ସମସ୍ୟା ଉତ୍କଟ ରୂପ ନେଉଛି, ପୋଲିସ ପାଟ୍ରୋଲିଂ, ସହର ମଧ୍ୟରେ ଲାଗିଥିବା ସିସିଟିଭିକୁ ସଚଳ କରିବା ଉପରେ ଆଲୋଚନା ହୋଇଥିଲା। ଉପଜିଲାପାଳ ଡଃ.ରୀନା ପ୍ରଧାନ କହିଛନ୍ତି ଯେ, ସହରକୁ ସୌନ୍ଦର୍ଯ୍ୟକରଣ କରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ସହର ମଧ୍ୟରେ ରହିଥିବା ପୋଖରୀ ନିକଟରେ ଫୁଡ କୋର୍ଟ ନିର୍ମାଣ ,ବିଭିନ୍ନ ସ୍ଥାନରେ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ କରିବା ପାଇଁ ଜାଗା ଚିହ୍ନଟ ସରିଛି, ଫୁଡ କୋର୍ଟ ସାଙ୍ଗକୁ ପରିବା ବଜାର, ମାଛ ମାଂସ ବଜାର ନେଇ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଛି ତାହା ଅନୁମତି ହୋଇଗଲେ ସହର ମଧ୍ୟରେ ରହିଥିବା ଉଠା ଦୋକାନୀ ସମେତ ଟ୍ରାଫିକ ସମସ୍ୟା ଦୂର ହୋଇଯିବ, ଅଟୋ ଷ୍ଟାଣ୍ଡ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା ଓ ସୁରକ୍ଷା ସମ୍ପର୍କିତ ଅଭିଯୋଗ ଉପରେ ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରମେନ୍ଦ୍ର ପ୍ରସାଦ କହିଛନ୍ତି ସହର ମଧ୍ୟରେ ସିସିଟିଭିକୁ ସଚଳ କରିବା ସହ ସହର ମଧ୍ୟରେ ପେଟ୍ରୋଲିଂ ଓ ରାତ୍ରିକାଳୀନ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବ, ଦୁର୍ଘଟଣା ରୋକିବା ପାଇଁ ସହରର ବିଭିନ୍ନ ସ୍ଥାନରେ ସ୍ପିଡ ବ୍ରେକର ଲଗାଯିବ, ରାତିରେ କୌଣସି ଲୋକ ସନ୍ଦେହଜନକ ଭାବେ ବୁଲିଥିଲେ ତାକୁ ଅଟକ ରଖି ପଚରା ଉଚରା କରାଯିବ l ଏଣୁ ସେପରି ଜରୁରୀ କାମ ନ ଥିଲେ ରାତିରେ କୌଣସି ଲୋକ ନ ବୁଲିବାକୁ କୁହାଯାଇଛି ଓ ବଣିକ ସଂଘକୁ ଅନୁରୋଧ କରାଯାଇ ପ୍ରତ୍ୟେକ ଦୋକାନ ସମ୍ମୁଖରେ ସିସିଟିଭି ଲଗାଯିବା ପାଇଁ କୁହାଯିବ ବୋଲି କହିଛନ୍ତି। ବାଲିଗୁଡ଼ାକୁ ସରସ ସୁନ୍ଦର ଓ ଭୟ ମୁକ୍ତ ସହର କରିବା ଆମ ସମସ୍ତଙ୍କ ସହଯୋଗ ରହିବା ଦରକାର ବୋଲି ମତାପ୍ରକାଶ ପାଇଥିଲା। ଏହି ବୈଠକରେ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ,ବିଭିନ୍ନ ବ୍ୟାଙ୍କ ଅଧିକାରୀ, ବଣିକ ସଂଘ, ଅଟୋ ସଂଘ, କ୍ଷୁଦ୍ର ବଣିକ ସଂଘ, ଟ୍ରାକ୍ଟର ସଂଘ, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

ସ୍କୁଲରେ ହଣାକଟା: ୯ମ ଶ୍ରେଣୀ ଛାତ୍ରଙ୍କୁ ହାଣିଲେ ୧୦ମ ଛାତ୍ର

ବାଲେଶ୍ୱର,୩୧ା୧(ବାଞ୍ଛାନିଧି ଦେ): ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ…

ଭେଙ୍କଟପଲମ ମେଗା ପାନୀୟ ଜଳ ପ୍ରକଳ୍ପ: ପରିଦର୍ଶନ କଲେ ବିଧାନ ସଭା ଷ୍ଟାଣ୍ଡିଂ କମିଟି ସଦସ୍ୟ

କାଲିମେଳା,୩୧।୧(ଜୀବନକୃଷ୍ଣ ଦାସ ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଭେଙ୍କଟପଲମ ପଞ୍ଚାୟତରେ ଚାଲିଥିବା ମେଗାପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରିଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟ।…

ଗର୍ଜିଲେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗର ଲୋକେ, ସ୍ଥାୟୀ ଠିକଣା ଦାବି କରି…

ଦାରିଙ୍ଗବାଡ଼ି,୩୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ଶନିବାର ସର୍ବଭାରତୀୟ ମୂଳ ନିବାସୀ ସଂଘର ବିଭିନ୍ନ ଦାବିରେ ସଭା, ଶୋଭାଯାତ୍ରା ଓ ବିକ୍ଷୋଭ କରାଯାଇଛି। ସଂଘର ବ୍ଲକସ୍ତରୀୟ…

ସ୍କୁଲ ଛାତ୍ର ନିକଟରୁ ମିଳିଲା ବନ୍ଧୁକ: ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ

ବାହାନଗା, ୩୧। ୧(ଅରୂପ କୁମାର ଦାସ ): ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗସ୍ଥିତ ଦାସମହାପାତ୍ର ହାଇସ୍କୁଲର ଜଣେ ଛାତ୍ରଙ୍କ ବ୍ୟାଗରୁ ଏକ ବନ୍ଧୁକ ବାହାରିଥିଲା। ଏହି…

ପଶ୍ଚିମବଙ୍ଗର ୨୧ ଚୋରଙ୍କୁ ବାନ୍ଧିଲା ଭଞ୍ଜନଗର ପୋଲିସ, ବିଦେଶୀ ଲିଙ୍କ୍‌ର ହେବ ଖୋଳତାଡ଼, ପାଖରୁ ମିଳିଲା…

ଭଞ୍ଜନଗର,୩୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର ୨୧ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହ ସେମାନଙ୍କଠାରୁ ୧୦୬୬ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri