‘ସହାୟ’ ଏବେ ଅସହାୟ

ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ଅନେକ ଲୋକ ଭିକ୍ଷାବୃତ୍ତି କରୁଛନ୍ତି। ସହରକୁ ଭିକାରିମୁକ୍ତ କରାଯାଇ ପାରୁନାହିଁ। ଏପରି କି ସହରାଞ୍ଚଳରେ ଥିବା ଭିକାରି, ବୃଦ୍ଧ, ଅସହାୟ, ଶାରୀରିକ ଅକ୍ଷମମାନଙ୍କୁ ଖାଦ୍ୟ ଯୋଗାଣ ପାଇଁ ହୋଇଥିବା ନିଷ୍ପତ୍ତି ବି ଠିକ୍‌ ଢଙ୍ଗରେ କାର୍ଯ୍ୟକାରୀ ହୋଇ ପାରୁ ନାହିଁ। ଫଳରେ କରୋନା ଲକ୍‌ଡାଉନ ଖୋଲିବା ପରଠାରୁ ସହରାଞ୍ଚଳରେ ଭିକାରିଙ୍କ ସଂଖ୍ୟା ବଢିବାରେ ଲାଗିଛି। ବିଶେଷ କରି ଅନ୍ୟ ରାଜ୍ୟରୁ ଆସି ବିଭିନ୍ନ ଛକ, ମନ୍ଦିର, ହାଟବଜାର ଓ ଶପିଂମଲ୍‌ ନିକଟରେ ଭିକ୍ଷାବୃତ୍ତି କରୁଥିବା ଲୋକମାନଙ୍କୁ ଥଇଥାନ କରିବା ନେଇ ସମସ୍ୟା ବଢି ଯାଇଛି। ଭିକାରିମାନଙ୍କୁ ଥଇଥାନ କରିବାକୁ ରାଜ୍ୟ ସରକାର ‘ସହାୟ’ ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏବେ ତାହା ଏକ ପ୍ରକାର ଅସହାୟ ହୋଇପଡିଛି। ଭୁବନେଶ୍ୱର ମହାନଗର ସମେତ ବିଭିନ୍ନ ସହରରେ ଭିକ୍ଷୁକଙ୍କ ସଂଖ୍ୟା ବଢିଯାଇଛି।
ରାଜ୍ୟ ସରକାର ସହରାଞ୍ଚଳଗୁଡିକୁ ଭିକାରିମୁକ୍ତ କରିବାପାଇଁ ୨୦୧୭ରେ ‘ସହାୟ’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସହରାଞ୍ଚଳରେ ବୁଲୁଥିବା ଭିକାରି ଚିହ୍ନଟ କରିବାକୁ ତତ୍କାଳୀନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ସଚିବ ନୀତିନ ଚନ୍ଦ୍ରା ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଥିଲେ। ଏଥିସହିତ ୨୦୧୭ ଏପ୍ରିଲ ୩୦ ସୁଦ୍ଧା ଏ ନେଇ ଭିକାରିଙ୍କୁ ଥଇଥାନ କରିବା ପାଇଁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ସହାୟ ଯୋଜନାରେ ଭିକାରିମାନଙ୍କୁ ଥଇଥାନ କରିବା ପାଇଁ ଘର ଲାଗି ଜମି ଯୋଗାଇ ଦେବା ସହ ସେମାନଙ୍କୁ କାମ କରିବା ନିମନ୍ତେ ଦକ୍ଷତା ବୃଦ୍ଧି କରିବା, ରାଶନ କାର୍ଡ, ବୀମା ଯୋଗାଇବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ବିଶେଷ କରି ବୃଦ୍ଧାବୃଦ୍ଧ ଭିକାରିଙ୍କୁ ତୁରନ୍ତ ଥଇଥାନ ସ୍ଥଳକୁ ନେବାକୁ କୁହାଯାଇଥିଲା। ଅନ୍ୟ ପକ୍ଷରେ ଯେଉଁ ଭିକାରିମାନେ ଭିକ୍ଷାବୃତ୍ତି ଛାଡି ସମ୍ମାନର ସହ ବଞ୍ଚିବା ପାଇଁ ଜୀବିକାକୁ ଗ୍ରହଣ କରିବେ, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜିଲାରୁ ୨୫ ଜଣ ଭିକାରିଙ୍କୁ ସ୍ବାଧୀନତା ଦିବସ କିମ୍ବା ଗଣତନ୍ତ୍ର ଦିବସରେ ପୁରସ୍କୃତ କରିବାକୁ ନିଷ୍ପତ୍ତି ହୋଇଥିଲା। ଏପରିକି ଭିକାରିଙ୍କ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସୁଯୋଗ ଦେବା ସହ ଶିକ୍ଷାବୃତ୍ତି ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଏହି କାର୍ଯ୍ୟକ୍ରମ ଠିକ୍‌ ଢଙ୍ଗରେ ଚାଲୁ ନ ଥିବାରୁ ଭିକାରିଙ୍କ ସଂଖ୍ୟା ବଢିଚାଲିଛି।
୨୦୧୧ ଜନଗଣନା ଅନୁଯାୟୀ ଓଡ଼ିଶାରେ ୬,୫୫୦ ଜଣ ଭିକାରି ରହିଛନ୍ତି। ସେମାନଙ୍କ ମଧ୍ୟରୁ ୩,୮୬୦ ପୁରୁଷ ଏବଂ ୨,୭୦୦ ମହିଳା ରହିଛନ୍ତି। ଭିକାରି ସଂଖ୍ୟାରେ ପଶ୍ଚିମବଙ୍ଗ ପରେ ଓଡ଼ିଶା ହେଉଛି ଦ୍ୱିତୀୟ ରାଜ୍ୟ। ଅନ୍ୟ ପକ୍ଷରେ ସରକାରଙ୍କ ପକ୍ଷରୁ ବିଧାନସଭାରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ୬,୩୯୦ ଭିକାରି ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କଟକ ଜିଲାରେ ସର୍ବାଧିକ ୧୦୬୦ ଜଣ ଭିକାରି ଥିବା ବେଳେ ବଲାଙ୍ଗୀର ୭୦୮, ମୟୂଭରଞ୍ଜ ୪୮୫, ସୁନ୍ଦରଗଡ଼ ୪୬୭, ଗଞ୍ଜାମ ୪୫୮, ନୂଆପଡ଼ା ୨୮୮, ସୋନପୁର ୨୮୦, ସମ୍ବଲପୁର ୨୨୩, ଭଦ୍ରକ ୨୨୦, କଳାହାଣ୍ଡି ୨୧୪ ଏବଂ କୋରାପୁଟରେ ୨୦୦ ଭିକାରି ରହିଛନ୍ତି। ତେବେ ବୌଦ୍ଧରେ ସର୍ବନିମ୍ନ ୧୯, ମାଲକାନଗିରିରେ ୨୧, କେନ୍ଦ୍ରାପଡ଼ା ୨୨, ଝାରସୁଗୁଡା ୪୧ ଏବଂ ଜଗତ୍‌ସିଂହପୁରରେ ୪୧ ଜଣ ଭିକାରି ଥିବା କୁହାଯାଇଛି।
ସହରଗୁଡିକରେ ଭିକାରିଙ୍କ ସଂଖ୍ୟା ବଢୁଥିଲେ ମଧ୍ୟ ସହରାଞ୍ଚଳ କର୍ତ୍ତୃପକ୍ଷ ଏ ନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି। ଫଳରେ ଦିନକୁ ଦିନ ସହରରେ ଭିକାରି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ୱରରେ ଏହି ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ ପୌରାଞ୍ଚଳ କର୍ତ୍ତୃପକ୍ଷ ଭିକାରିମାନଙ୍କୁ ଚିହ୍ନଟ କରି ଥଇଥାନ କେନ୍ଦ୍ରକୁ ଆଣିବାକୁ ବ୍ୟବସ୍ଥା ରହିଛି। ସେଥିପାଇଁ ପୁରୀ ଓ ଭୁବନେଶ୍ୱରରେ ୪ଟି ଭିକାରି ଥଇଥାନ କେନ୍ଦ୍ର ସ୍ଥାପନ କରାଯାଇଛି। ରାଜ୍ୟର ଅନ୍ୟ ଭାଗରେ ମଧ୍ୟ ଏହି କେନ୍ଦ୍ର ସ୍ଥାପନ କରାଯିବାକୁ ପଦକ୍ଷେପ ନିଆଯାଉଛି। ସମ୍ବଲପୁର ଓ ବ୍ରହ୍ମପୁର ସହରରେ ଥଇଥାନ କେନ୍ଦ୍ର ଖୁବ୍‌ଶୀଘ୍ର କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri