ଅପରାହ୍ନ ୩ଟାରୁ ଖୋଲିବ ପରିକ୍ରମା ମାର୍ଗ

ପୁରୀ,୧୨ା୧(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ସବୁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୧୭ ତାରିଖରେ ଗଜପତି ମହାରାଜାଙ୍କ ଦ୍ୱାରା ପୂର୍ଣ୍ଣାହୁତି ଦିଆଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରକଳ୍ପ ଲୋକାର୍ପଣ ହେବ। ୧୭ ତାରିଖ ଅପରାହ୍ନ ୩ଟା ପରେ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ପରିକ୍ରମା ମାର୍ଗ ଖୋଲାଯିବ ବୋଲି ଗୁରୁବାର ନୀଳାଦ୍ରି ଭକ୍ତନିବାସରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ସ୍ବତନ୍ତ୍ର ବୈଠକରେ ନିଷ୍ପତ୍ତି ନିଆଯାଇଛି। ପ୍ରକଳ୍ପର ଲୋକାର୍ପଣକୁ ନେଇ ପରିଚାଳନା କମିଟି ବୈଠକରେ ସାଂସ୍କୃତିକ ଓ ବିଭିନ୍ନ ସବ୍‌କମିଟିର ପୂର୍ବ ନିଷ୍ପତ୍ତିରେ ମୋହର ବାଜିଛି। ବୈଠକ ସମ୍ପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ରଞ୍ଜନ କୁମାର ଦାସ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଓ ପ୍ରତିଷ୍ଠା ନେଇ ଆଲୋଚନା କରାଯାଇଛି। ବିଭିନ୍ନ କମିଟିରେ ହୋଇଥିବା ନିଷ୍ପତ୍ତିକୁ ପରିଚାଳନା କମିଟିରେ ମୋହର ବାଜିଛି। ନିଷ୍ପତ୍ତି ଅନୁଯାୟୀ, ୧୨ତାରିଖ ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଗଜପତିଙ୍କ ଦ୍ୱାରା ବ୍ରାହ୍ମଣ ବରଣ ଓ ଗୁଆଟେକା ଅନୁଷ୍ଠିତ ହେବ। ସନ୍ଧ୍ୟା ସାଢ଼େ ୬ଟାରୁ ୮ଟା ମଧ୍ୟରେ ଯଜ୍ଞ ପାଇଁ ଅଙ୍କୁରାରୋପଣ କରାଯିବ। ୧୩ ତାରିଖରେ ଅଙ୍କୁର ପୂଜନ, ୧୪ ତାରିଖରେ ପୂଜନ ସହ ଯଜ୍ଞ ଅଧିବାସ, ମଣ୍ଡଳ ସ୍ଥାପନ, ଧ୍ୱଜା ସ୍ଥାପନ, ତୋରଣ ସ୍ଥାପନ କରାଯିବ। ୧୫ ତାରିଖରେ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ, ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାରାୟଣ, ଅନ୍ତଃପ୍ରଦିକ୍ଷଣ ପଥରେ ନାମ ସଂକୀର୍ତ୍ତନ, ବୈଷ୍ଣବ ଅଗ୍ନି ସଂସ୍କାର, ଆରତୀ, ପୁଷ୍ପାଞ୍ଜଳି ଓ ପ୍ରଦକ୍ଷିଣ, ୧୬ ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ପଞ୍ଚକର୍ମ, ଇତ୍ୟାଦି ଅନୁଷ୍ଠିତ ହେବ। ୧୭ ତାରିଖ ସକାଳ ୭ଟା ୩୦ରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା ପରେ ଅପରାହ୍ନ ୧.୧୫ରୁ ୧.୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ଫଳକ ଉନ୍ମୋଚନ କରିବେ। ୧ଟା ୩୦ରୁ ୨ଟା ମଧ୍ୟରେ ଗଜପତିଙ୍କ ଦ୍ୱାରା ଯଜ୍ଞର ପୂର୍ଣ୍ଣାହୁତି ପରେ ପୁଷ୍ପାଞ୍ଜଳି ଅର୍ପଣ କରାଯିବ। ଅପରାହ୍ନ ୨ଟାରୁ ୨.୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ, ଗଜପତି, ସାଧୁସନ୍ଥ ଓ ସାଂସ୍କୃତିକ ଦଳଗୁଡ଼ିକ ପରିକ୍ରମା ମାର୍ଗରେ ପ୍ରଦକ୍ଷିଣ କରିବେ। ପରେ ଉତ୍ତର ପାଶର୍‌ବ ମଠରେ ହୋଇଥିବା ସଭା ସ୍ଥାନରେ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧନା ଓ ଧନ୍ୟବାଦ ଜଣାଇବେ। ବିଭିନ୍ନ ପ୍ରକଳ୍ପର ଭିଡିଓ ଜାରି କରାଯିବ। ଅପରାହ୍ନ ୩ଟା ପରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପରିକ୍ରମା ମାର୍ଗ ଉନ୍ମୁକ୍ତ ହେବ ଓ ଭକ୍ତମାନେ ପରିକ୍ରମା ପ୍ରକଳ୍ପ ବୁଲି ନୂତନ ଅନୁଭୂତି ପାଇପାରିବେ। ଉକ୍ତ ଦିନ ସକାଳ ୮ଟାରୁ ବିଭିନ୍ନ ସାଂସ୍କୃତିକ ଦଳ ଓଡ଼ିଶୀ, ସମ୍ବଲପୁରୀ, ସାହିଯାତ, ମାହାରୀ, ଗୋଟିପୁଅ ସହ ବିଭିନ୍ନ ଅଞ୍ଚଳର ଲୋକନୃତ୍ୟ ପରିବେଷଣ କରିବେ। ସନ୍ଧ୍ୟାରେ ଲାଇଟ ସାଉଣ୍ଡ କାର୍ଯ୍ୟକ୍ରମ ପରିବେଷଣ ହେବ। ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଗୁରୁବାର ରାତିରେ ହସ୍ତାନ୍ତର କରାଯିବ। ଭିଆଇପି ଓ ନିମନ୍ତ୍ରିତ ଅତିଥିମାନେ ଶ୍ରୀଜଗନ୍ନାଥ ବଲ୍ଲଭ ମଠରୁ ଶ୍ରୀମାର୍ଗ ଦେଇ ଯଜ୍ଞସ୍ଥଳ ଓ ବସିବା ସ୍ଥାନକୁ ଆସିବେ। ବାଟରେ ଯୋଡ଼ି ଶଙ୍ଖ, ଲଉଡ଼ି ଖେଳ ପ୍ରଦର୍ଶନ କରାଯାଇ ଅତିଥିଙ୍କୁ ସ୍ବାଗତ କରାଯିବ। ଶ୍ରୀଜଗନ୍ନାଥ ବଲ୍ଲଭଠାରେ ମହାପ୍ରଭୁଙ୍କ ମହିମା ଓ ବେଶ ପ୍ରଦର୍ଶିତ ହେବ। ନିମନ୍ତ୍ରିତ ଅତିଥିଙ୍କ ରହଣି, ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି। ପ୍ରାୟ ୯୦୦ ଅତିଥିଙ୍କ ବସିବା ପାଇଁ ୩ଟି ଜୋନ୍‌ କରାଯାଇଛି। ପ୍ରତି ଜୋନରେ ୩୦୦ ଅତିଥି ବସିପାରିବେ। ଏଲ୍‌ଇଡି ମାଧ୍ୟମରେ ସମସ୍ତ କାର୍ଯ୍ୟର ସିଧା ପ୍ରସାରଣ କରାଯିବ। ସେହିପରି ଯେଉଁମାନଙ୍କୁ ଯଜ୍ଞସ୍ଥଳକୁ ଆସିବାକୁ ଅନୁମତି ରହିଛି, ସେମାନଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ନେପାଳ ରାଜାଙ୍କ ସମେତ ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟଙ୍କୁ ଦୁଇଥର ନିମନ୍ତ୍ରଣ କରାଯାଇଛି। ଶଙ୍କରାଚାର୍ଯ୍ୟ ଶୁଭେଚ୍ଛା ବାର୍ତ୍ତା ପଠାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଚେଷ୍ଟା କରିବି ବୋଲି ଜଗଦ୍‌ଗୁରୁ କହିଛନ୍ତି। ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ନେଇ କାୈଣସି କଟକଣା ନାହିଁ ବୋଲି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ସାମରିକ ଆକ୍ରମଣରେ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ କରିଥିବା ମୁଖ୍ୟ କାର୍ପଟଦାର ନିହତ!

ଜେରୁଜେଲମ,୨୬।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇସ୍ରାଏଲ ଏକ ବଡ଼ ଦାବି କରିଛି। ଜଣେ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ ଅନୁଯାୟୀ, ଇରାନର IRGC ନୌସେନାର ମୁଖ୍ୟ ଆଲିରେଜା…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଏହିସବୁ ବ୍ୟକ୍ତିଙ୍କୁ ମିଳିବ ମାଗଣା ରେଳ ସେବା: ରେଳ ବିଭାଗର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୩: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାରଙ୍କ ପାଇଁ ଖୁସିଖବର। ରେଳ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଘୋଷଣା କରାଯାଇଛି। ସାହସିକତା ପୁରସ୍କାର ପ୍ରାପ୍ତଙ୍କୁ…

ଯୁଦ୍ଧ ରୋକିବା ପାଇଁ ଭାରତ ଉପରେ କାହିଁକି ନିର୍ଭର କରୁଛି ଇରାନ? ଜାଣନ୍ତୁ ୫ କାରଣ

ନୂଆଦିଲ୍ଲୀ,୨୬।୩: ଗତକାଲି ନୂଆଦିଲ୍ଲୀରେ ଦେଇଥିବା ବିବୃତ୍ତିରେ, ଇରାନ ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଇରାନ-ଇସ୍ରାଏଲ ବିବାଦରେ ଭାରତକୁ ଏକ ନିର୍ଭରଯୋଗ୍ୟ ମଧ୍ୟସ୍ଥି ଭାବରେ ବର୍ଣ୍ଣନା କରିଥିଲେ, ଯାହା ମଧ୍ୟପ୍ରାଚ୍ୟରେ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri