ଲକ୍‌ଡାଉନ୍‌ରେ ଚର୍ଚ୍ଚ ଖୋଲିବା ଉପରେ ଲାଗିଥିଲା ପ୍ରତିବନ୍ଧକ: ଏପରି କଲେ ପାଦ୍ରୀ

ମହାମାରୀ କରୋନା ଯୋଗୁ ଆମେରିକାର କାଲିଫର୍ନିଆ ସହରରେ ପୁଣିଥରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ତେବେ ଏହି ଳକ୍‌ଡାଉନ୍‌ରେ ପେଟ୍ରୋଲ ଷ୍ଟେଶନ ଏବଂ ସୁପର ମାର୍କେଲ ଖୋଲିବାକୁ ଅନୁମତି ମିଳିଛି। ଏଥିସହ ଷ୍ଟିପ୍‌ କ୍ଲବ ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି। ଏହାକୁ ନେଇ ଅନେକ ଲୋକ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଛନ୍ତି। କିନ୍ତୁ ଏହାଠାରୁ ଅଧିକ ଆଶ୍ଚର୍ଯ୍ୟଜନକ ହେଉଛି ଲକ୍‌ଡାଉନ୍‌ ନିୟମରୁ ରକ୍ଷା ପାଇବା ପାଇଁ ଏବେ ଚର୍ଚ୍ଚ ନିଜକୁ ଷ୍ଟ୍ରିପ୍‌ କ୍ଲବ ରୂପେ ଘୋଷଣା କରିଛି।
ସାନ ଡିଏଗୋରେ ଅବସ୍ଥିତ ଗାଡସ୍ପିକ୍‌ କଲଭେରୀ ଚାପେଲ ଏବଂ ଅଭେକନ ଚର୍ଚ୍ଚ ନିଜକୁ ଷ୍ଟ୍ରିପ୍‌ କ୍ଲବ ବୋଲି ଘୋଷଣା କରିଛନ୍ତି, ଯାହାଦ୍ୱାରା ସେମାନେ ଲକ୍‌ଡାଉନ୍‌ ନିୟମକୁ ଏଡାଇ ପାରିବେ। ଅଭେକନ ଚର୍ଚ୍ଚର ପାଦ୍ରି ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି ଯେ, ଲକ୍‌ଡାଉନ୍‌ ସମୟରେ ଷ୍ଟ୍ରିପ୍‌ କ୍ଲବ ଖୋଲିବାକୁ ଅନୁମତି ମିଳିଛି, କିନ୍ତୁ ଚର୍ଚ୍ଚ ନୁହେଁ। ତେଣୁ ଆମେ ସ୍ଥିର କରିଛୁ ଯେ, ଆମେ ଏକ ପରିବାର ବନ୍ଧୁତ୍ୱପୂର୍ଣ୍ଣ ଭାବେ ଷ୍ଟ୍ରିପ୍‌ କ୍ଲବରେ ପରିଣତ ହେବୁ।
ଜର୍ଗନ ନାମକ ଏହି ପାଦ୍ରୀ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଏହି ଭିଡିଓରେ ୨ ଜଣ ଲୋକ ମଞ୍ଚ ଉପରେ ଚଢ଼ି ନିଜର ଜ୍ୟାକେଟ ଏବଂ ଟାଏ ଖୋଲୁଥିବା ବେଳେ ଦର୍ଶକମାନେ କରତାଳି ଦେଉଛନ୍ତି। ଜଣେ ବ୍ୟକ୍ତି ଏହା ମଧ୍ୟ କହୁଛନ୍ତି ଯେ, ଯଦି ସେମାନେ ଚର୍ଚ୍ଚକୁ ଆନୁଷ୍ଠାନିକଭାବେ ଷ୍ଟ୍ରିପ୍‌ କ୍ଲବ କରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ୩୦ ସେକେଣ୍ଡ ପାଇଁ ଷ୍ଟେଜ ଉପରେ ଅଭିନୟ କରିବାକୁ ପଡ଼ିବ। ଏହା ପରେ ଜଣେ ବ୍ୟକ୍ତି କେବଳ ମଞ୍ଚ ଉପରେ ଛିଡା ହେଉଥିବା ଦେଖିବାକୁ ମିଳୁଛି। ସୁପ୍ରିମକୋର୍ଟ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

Share