ଯୌନ ନିର୍ଯାତନା ମାମଲାରେ କୋରିଓଗ୍ରାଫରଙ୍କୁ ମିଳିଲା ଜାମିନ୍‌

ମୁମ୍ବାଇ,୨୩।୬: ଯୌନ ନିର୍ଯାତନା ମାମଲାରେ ବଲିଉଡର ପ୍ରଖ୍ୟାତ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କୁ ମିଳିଲା ଜାମିନ୍‌। ଗୁରୁବାର ମୁମ୍ବାଇର ମାଜିଷ୍ଟ୍ରେଟ କୋର୍ଟ ତାଙ୍କୁ ଏହି ମାମଲାରେ ଜାମିନ୍‌ ପ୍ରଦାନ କରିଛନ୍ତି। ଗଣେଶ ଆଜି କୋର୍ଟରେ ହାଜର ହୋଇଥିଲେ।ଏହା ପରେ ତାଙ୍କୁ ମାଜିଷ୍ଟ୍ରେଟ କୋର୍ଟ ଜାମିନ ଦେଇଛନ୍ତି।
ସୂଚନାନୁସାରେ, ଜଣେ ମହିଳାଙ୍କୁ ଡ୍ୟାନ୍ସ ଶିଖାଇବା ବାହାନାରେ ସେ ଯୌନ ନିର୍ଯାତନା ଦେଇଥିବା ନେଇ ମହିଳା ଜଣଙ୍କ ଅଭିଯୋଗ କରିଥିଲେ। ତେବେ ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଗଣେଣଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ଏହି ଏଫଆଇରରେ ଦୁଇ ଜଣ ମହିଳାଙ୍କ ନାଁ ମଧ୍ୟ ରହିଥିଲା। ଉଭୟ ଗଣେଶ ଆଚାର୍ଯ୍ୟଙ୍କ କଥାରେ ଅଭିଯୋଗକାରୀ ମହିଳାଙ୍କୁ ଜାନୁଆରୀ ୨୬ରେ ମାଡ଼ ମାରିଥିବା କୁହାଯାଇଥିଲା। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

Share