ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ସିମ୍ପାଞ୍ଜି ପରିବାରକୁ ଦେଖିବାକୁ ମିଳୁଛି। ଦୁଇ ସିମ୍ପାଞ୍ଜି ତାଙ୍କ ଛୁଆ ସହିତ ଖେଳୁଛନ୍ତି। ଛୁଆଟିକୁ ମନଭରି ଗେଲ କରୁଛନ୍ତି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
A family that plays together,
Stays together💕 pic.twitter.com/adzvVyqNu0— Susanta Nanda IFS (@susantananda3) November 12, 2021