ଏସବୁ ବ୍ୟାୟାମ କଲେ ଡେଙ୍ଗା ହେବେ ପିଲା

କୁହାଯାଏ, ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ପିଲା ବଢ଼ିଥା’ନ୍ତି। ତା’ ପରେ ଆଉ ବଢ଼ନ୍ତି ନାହିଁ। ତେଣୁ ପିଲାଙ୍କ ଉଚ୍ଚତା ଯଦି କମ୍‌ ହୋଇଥାଏ ଅଭିଭାବକମାନେ ମନ ଊଣା କରିଥା’ନ୍ତି। ଅନେକ ଅଭିଭାବକ ପିଲାଙ୍କୁ ଡାକ୍ତରଙ୍କ ପାଖକୁ ନେଇ ମଧ୍ୟ ଯାଇଥା’ନ୍ତି। ମାତ୍ର ଏମିତି କିଛି ବ୍ୟାୟାମ ଅଛି ଯାହା କଲେ ପିଲା ଡେଙ୍ଗା ହୋଇପାରିବେ। ଜାଣନ୍ତୁ ଏ ସମ୍ପର୍କରେ…
ସ୍କିପିଙ୍ଗ୍‌ :
ଡେଙ୍ଗା ହେବାକୁ ଚାହୁଁଥିଲେ ସବୁଠୁ ଭଲ ଉପାୟ ହେଉଛି ସ୍କିପିଙ୍ଗ୍‌। ଏହା ଦ୍ୱାରା ଶରୀରରେ ରକ୍ତ ପ୍ରବାହ ଠିକ୍‌ ଭାବରେ ହୋଇଥାଏ। ଏଥିସହିତ ହାଡ୍‌ ମଜଭୁତ ଏବଂ ଡେଙ୍ଗା ହେବାରେ ସହାୟକ ହୋଇଥାଏ।
ସୁଇମିଂ:
ସୁଇମିଂ ବା ପହଁରିଲେ ଶରୀର ଅଧିକ ଲମ୍ବା ହୋଇଥାଏ। ଯଦି ପ୍ରତିଦିନ ପିଲାଙ୍କୁ ୨ ଘଣ୍ଟା ପହଁରିବା ପାଇଁ ଛାଡ଼ିବେ ତେବେ ଖୁବ୍‌ଶୀଘ୍ର ସେମାନେ ଡେଙ୍ଗା ହୋଇଯିବେ।
ଫର୍‌ଓ୍ବାର୍ଡ ବେଡ୍‌:
ଚଟାଣ ଉପରେ ବସି ଦୁଇ ଗୋଡ଼କୁ ସିଧା ଲମ୍ବାନ୍ତୁ। ଅଣ୍ଟାକୁ ସିଧା କରି ଦୁଇ ହାତରେ ପାଦକୁ ଧରନ୍ତୁ। ଏପରି କିଛିଦିନ କଲେ ପିଲାମାନେ ଡେଙ୍ଗା ହୋଇଥା’ନ୍ତି। ଏତଦ୍‌ବ୍ୟତୀତ ପ୍ରତିଦିନ ସକାଳୁ କିଛି ବାଟ ଦୌଡ଼ିବା, ଓହଳିବା, ଡେଇଁବା ଆଦି କଲେ ପିଲାମାନଙ୍କୁ ଡେଙ୍ଗା ହେବାରେ ସାହାଯ୍ୟ କରେ ବୋଲି ଯୋଗ ବିଶେଷଜ୍ଞ କୁହନ୍ତି।