ପିଲାଙ୍କୁ ପ୍ଲେ ସ୍କୁଲରେ ଛାଡ଼ିବା ପୂର୍ବରୁ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ବର୍ତ୍ତମାନ ସମୟରେ ଅଭିଭାବକମାନେ ପିଲାଙ୍କ ପାଠପଢ଼ାକୁ ନେଇ ବେଶି ଚିନ୍ତିତ। ଅପରପକ୍ଷେ କର୍ମବ୍ୟସ୍ତତା କାରଣରୁ ଅନେକେ ସେମାନଙ୍କର ପିଲାଙ୍କୁ ଶୀଘ୍ର ପ୍ଲେ ସ୍କୁଲରେ ଛାଡିଥାନ୍ତି। କାରଣ କମ୍‌ ବୟସରୁ ସେମାନଙ୍କ ପିଲା ପାଠ ଶିଖିଯାଆନ୍ତୁ ବୋଲି ସେମାନେ ଚାହାନ୍ତି। ମାତ୍ର ସେମାନଙ୍କୁ ସ୍କୁଲକୁୁ ଛାଡିବା ପୂର୍ବରୁ କିଛି ଗୁରୁତ୍ୱପୁର୍ଣ୍ଣ କଥା ଶିଖାନ୍ତୁ । ଏହା ନ ଶିଖାଇବା ଫଳରେ ସେମାନଙ୍କୁ ସମସ୍ୟା ସୃଷ୍ଟି ହୋଇଥାଏ। ସେ ସମ୍ପର୍କରେ ଜାଣି ରଖନ୍ତୁ।

ଆପଣଙ୍କ ପିଲାକୁ ପ୍ଲେ ସ୍କୁଲ ପଠାଇବା ପୂର୍ବରୁ ତାକୁ ଟୟଲେଟରେ ପରିସ୍ରା କିପରି କରିବ ତାହା ଶିଖାନ୍ତୁ। କାରଣ ସେ ସମୟରେ ଆପଣ ସେମାନଙ୍କ ପାଖରେ ରହି ନ ଥାନ୍ତି।

ପିଲା ଯେପରି ନିଜ ଜିନିଷ ନିଜ ପାଖରେ ଯତ୍ନରେ ରଖିବ ତାହା ଶିଖାନ୍ତୁ।

ଆପଣଙ୍କ ପିଲା ଅନ୍ୟ ପିଲାଙ୍କମାନଙ୍କ ସହ ମିଶି ପାରୁଛି କି ନାହିଁ ତାହା ଦେଖନ୍ତୁ। ସେଥିପାଇଁ ସ୍କୁଲ ଛାଡ଼ିବା ପୂର୍ବରୁ ସେମାନଙ୍କୁ ବାହାରକୁ କିମ୍ବା କୌଣସି ପାର୍କରେ ପିଲାଙ୍କ ସହ ଛାଡ଼ନ୍ତୁ।

ପିଲାଙ୍କୁ ନାକ ପୋଛିବା, ଟିଫିନ୍‌ ବକ୍ସ ଖୋଲିବା ଇତ୍ୟାଦି ଅଭ୍ୟାସ କରାଇବାକୁ ପଡ଼ିଥାଏ। ପିଲାଙ୍କୁ ନିଜ ମା’ ବାପାଙ୍କ ପରିଚୟ, ସେମାନଙ୍କ ଫୋନ ନମ୍ବର, ଘର ଠିକଣା ସହ ଭଲ ମ୍ୟାନର ଶିଖାଇବା ଜରୁରୀ ହୋଇଥାଏ।