ଶ୍ରୀମନ୍ଦିର ସାମ୍ନାରେ ଭିକ୍ଷା ବୃତ୍ତି କରୁଛନ୍ତି ଶିଶୁ

ପୁରୀ ଅଫିସ,୧୪।୭: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଚାକଚକ୍ୟ ଓ ଶ୍ରଦ୍ଧାଳୁଙ୍କ ପାଇଁ ମୌଳିକ ସୁବିଧା ଭଳି ବ୍ୟବସ୍ଥା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଭକ୍ତମାନେ ପୁରୀ ଆସିଲେ କିଭଳି ଭଲ ଅନୁଭୂତି ନେଇ ଫେରିବେ, ତାହା ଉପରେ ପ୍ରାଥମିକତା ରହିଛି। ମାତ୍ର ଏହି ଚାକଚକ୍ୟ ଭିତରେ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରୁଥିବା କୋମଳମତି ଶିଶୁଙ୍କ ପ୍ରତି ପ୍ରଶାସନର ନଜର ପଡୁନାହିଁ। ଚିରାଫଟା କପଡ଼ା ପିନ୍ଧା ପିଲାମାନେ ଗିନା ଦେଖାଇ ଲୋକଙ୍କୁ ଟଙ୍କା ମାଗୁଛନ୍ତି। ଲୋକେ ଟଙ୍କାଏ କି ଦୁଇଟଙ୍କା ଦେଇ ଚାଲିଯାଉଛନ୍ତି। ଏହି ଦୃଶ୍ୟ ନିତିଦିନିଆ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେମାନଙ୍କ ମୌଳିକ ଅଧିକାର ସୁନିଶ୍ଚିତ କରିବାକୁ ପଦକ୍ଷେପ ନିଆଯାଉନାହିଁ। ବୁଧବାର ଶ୍ରୀମନ୍ଦିର ସିଂହଦ୍ୱାର ଜୋତାଷ୍ଟାଣ୍ଡ ସମ୍ମୁଖରେ ଦୁଇଜଣ ଛୋଟଛୁଆ ଥାଳି ଧରି ବସିରହିଥିଲେ। ଉଭୟଙ୍କ ବୟସ ୫ରୁ ଅଧିକ ହେବ ନାହିଁ। ଦୁହେଁ ଲୋକଙ୍କୁ ଥାଳି ଦେଖାଇ ହାତ ପାତି ପଇସା ମାଗୁଥିଲେ। ନିଜ ନାମ ଠିକ୍‌ ଭାବେ ଉଚ୍ଚାରଣ କରିପାରୁ ନ ଥିବା ଏହି କୋମଳମତି ଶିଶୁ ଦୁହିଁଙ୍କୁ ପେଟର ଭୋକ ଭିକ୍ଷାବୃତ୍ତି ଲାଗି ବାଧ୍ୟ କରିଥିଲା। ଉଭୟଙ୍କ ଘର ପୁରୀ ସହରରେ ବୋଲି କହିଥିଲେ। ଏହି ପ୍ରସଙ୍ଗରେ ସୂଚନା ଅଧିକାର କର୍ମୀ ଜୟନ୍ତ ଦାଶ କହିଛନ୍ତି, ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ଜିଲା ପ୍ରଶାସନ ଆଦୌ ଗୁରୁତ୍ୱର ସହ ନେଉନାହିଁ। ଯେଉଁ ପିଲା ପରିବାର ସହ କିମ୍ବା ପରିବାର ନ ଥାଇ ଭିକ୍ଷାବୃତ୍ତି କରୁଛନ୍ତି, ସେମାନଙ୍କୁ ସ୍ବତନ୍ତ୍ର ଭାବେ କାଉନସେଲିଂ କରାଯିବା ଦରକାର। ପରିବାର ଲୋକଙ୍କ ସହ ଥିବା ପିଲା ଯଦି ଭିକ୍ଷା ବୃତ୍ତିରେ ସଂଶ୍ଳିଷ୍ଟ ତେବେ ସେ ମଧ୍ୟ ଶିଶୁ କଲ୍ୟାଣ କମିଟି ନିକଟରେ ଉପସ୍ଥାପିତ ହେବା ଦରକାର। ମାତ୍ର ଶିଶୁ ସୁରକ୍ଷା ବିଭାଗ ସେ ଦିଗରେ ଧ୍ୟାନ ଦେଉନାହିଁ। କେବଳ ରାସ୍ତାରୁ ଉଠାଇ ଆଣି ଆଶ୍ରୟସ୍ଥଳରେ ରଖିଦେଲେ ଶିଶୁର ମୌଳିକ ଅଧିକାର ସୁରକ୍ଷିତ ହୁଏ ନାହିଁ। ପ୍ରଶାସନ ଚାହିଁଲେ, ଏଭଳି ଶିଶୁମାନେ ପଢ଼ିବାର ସୁଯୋଗ, ସରକାରୀ ଯୋଜନାର ସୁଫଳ ସମେତ ସୁଷମ ଖାଦ୍ୟ ଓ କପଡ଼ା ପାଇପାରନ୍ତେ। ସେହିଭଳି ରେଳ ଷ୍ଟେଶନଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସବୁଠି ଶିଶୁମାନେ ଭିକ୍ଷା ମାଗୁଛନ୍ତି। ପୋଲିସ ମଧ୍ୟ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତା। ମାତ୍ର ପୋଲିସ କିମ୍ବା ଶିଶୁ ସୁରକ୍ଷା ଟିମ୍‌ କେହି ବିଶେଷ ଆଗ୍ରହ ଦେଖାଉନାହାନ୍ତି। ସେହିଭଳି ଚାଇଲ୍ଡ ଲାଇନ କେବଳ ଅଭିଯୋଗ ଅପେକ୍ଷାରେ ବସି ରହୁଛି। ୧୦୯୮କୁ ଯୋଗାଯୋଗ ନ କରାଯିବା ପର୍ଯ୍ୟନ୍ତ ସ୍ବତଃପ୍ରବୃତ୍ତ ଭାବେ କାହାକୁ ଉଦ୍ଧାର କରିବା ଦେଖିବାକୁ ମିଳୁନାହିଁ। ନିୟମ ମୁତାବକ ଚାଇଲ୍ଡ ଲାଇନ ଟିମ୍‌ ଜିଲାର ବିଭିନ୍ନ ସ୍ଥାନ ବୁଲି ଶିଶୁ ଶ୍ରମିକ ଓ ଭିକ୍ଷାବୃତ୍ତି କରୁଥିବା ଶିଶୁଙ୍କୁ ଚିହ୍ନଟ ଏବଂ ଉଦ୍ଧାର କରିବା କଥା। ମାତ୍ର ନିୟମ କେବଳ କାଗଜକଲମରେ ସୀମିତ ବୋଲି ଦାଶ ଅଭିଯୋଗ କରିଛନ୍ତି। ସାମାଜିକ କର୍ମୀ ଅଜୁ ମିଶ୍ର କହିଛନ୍ତି, ଶିଶୁମାନେ ଭିକ୍ଷାବୃତ୍ତି କରିବା ଆମ ବ୍ୟବସ୍ଥାର ଏକ ଦୟନୀୟ ସ୍ଥିତି। ଅଭିଭାବକମାନେ ଭିକ୍ଷାବୃତ୍ତି କରାଉଛନ୍ତି ବୋଲି ଆଳ ଦେଇ ଖସିଯିବା ଆଦୌ ଗ୍ରହଣୀୟ ନୁହେଁ। ସମ୍ପୃକ୍ତ ପିଲାମାନଙ୍କର କିଭଳି ସାମଗ୍ରିକ ବିକାଶ ହେବ ସେନେଇ ସରକାର ଯତ୍ନବାନ ହେବା ଦରକାର। ଅନ୍ୟପକ୍ଷରେ ଏ ନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ କହିଛନ୍ତି, ଜିଲାରେ କେହି ନାବାଳିକା କିମ୍ବା ନାବାଳକ ଭିକ୍ଷାବୃତ୍ତି କରୁନାହାନ୍ତି। ଯେଉଁ କେତେଜଣ ଶିଶୁ ଭିକ୍ଷାବୃତ୍ତିରେ ସଂଶ୍ଳିଷ୍ଟ, ତାଙ୍କ ମାତାପିତାମାନେ ସାଙ୍ଗରେ ରହୁଛନ୍ତି। ସମ୍ପୃୃକ୍ତ ପରିବାରକୁ ଉଦ୍ଧାର କରାଯାଇ ନୀଳାଦ୍ରି ନିଳୟକୁ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

ଯୁଦ୍ଧ ବୁଡାଜାହାଜ ପଠାଇଲା ଆମେରିକା, ଚାଇନା ସହ ଯୁଦ୍ଧ ସଙ୍କେତ! ୩ ମହାସାଗରରେ ହଲଚଲ…

ବେଜିଂ,୨୪।୩: ଚୀନ ଏକ ବିଶାଳ ଜଳମଗ୍ନ ସର୍ଭେ ଏବଂ ମ୍ୟାପିଂ ଅପରେସନ ଆରମ୍ଭ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ସମୁଦ୍ର ବିଷୟରେ ଗଭୀର ସୂଚନା ସଂଗ୍ରହ କରିବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri