ଓଡ଼ିଆ ଭାଷା ବୁଝୁନାହାନ୍ତି ପିଲା

ମାଲକାନଗିରି/ମାଥିଲି, ୨୧।୧୧(ଡି.ଏନ୍‌.ଏ.)(ଦୁର୍ଯ୍ୟୋଧନ ପାତ୍ର/ସୁବାସ ଚନ୍ଦ୍ର ଖୁଡୁପିଆ) : ଓଡ଼ିଆ ଭାଷାରେ ଶିକ୍ଷକ କରୁଛନ୍ତି ଶିକ୍ଷାଦାନ। ହେଲେ କୋୟା ଆଦିବାସୀ ପିଲା ତାହାକୁ ବୁଝିପାରୁନାହାନ୍ତି। ଅନୁରୂପ ସମସ୍ୟା ସୃଷ୍ଟି ହୋଇଛି ଶିକ୍ଷକଙ୍କ କ୍ଷେତ୍ରରେ। ପିଲାମାନେ କୋୟା ଭାଷାରେ କଥା ହେଉଥିବାବେଳେ ସେସବୁ ଶିକ୍ଷକଙ୍କ ମଗଜରେ ପଶୁନାହିଁ। ଶିକ୍ଷକ ଏବଂ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏଭଳି ବ୍ୟବଧାନ ଯେ କେବଳ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲିଦେଇନାହିଁ, ବରଂ ଏଥିରେ ପେଷି ହୋଇଯାଉଛି ଓଡ଼ିଆ ଭାଷା। ଶିକ୍ଷା ବ୍ୟବସ୍ଥାର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ଆନ୍ଧ୍ର ସୀମାନ୍ତ ମାଲକାନଗିରି ଜିଲାର ମାଥିଲି ବ୍ଲକରେ। କେବଳ ମାଥିଲି ନୁହେଁ, ବହୁଭାଷୀ ଶିକ୍ଷକଙ୍କ ଅଭାବରୁ ଜିଲାର ଅନ୍ୟାନ୍ୟ ଅଞ୍ଚଳରେ ଉପୁଜିଛି ସମାନ ସ୍ଥିତି।
ମାଥିଲି ବ୍ଲକର କମାରପାଲି ପଞ୍ଚାୟତ ଅନ୍ତର୍ଗତ ସୋଡ଼ିଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ୩୨ ଛାତ୍ରୀଛାତ୍ର ପାଠ ପଢୁଥିବାବେଳେ ସେମାନଙ୍କ ପାଇଁ ନିୟୋଜିତ ହୋଇଛନ୍ତି ଏକମାତ୍ର ଓଡ଼ିଆ ଶିକ୍ଷକ ରତ୍ନାକର ପାଳ। ତେବେ କୋୟା ଭାଷାଭାଷୀ ଛାତ୍ରୀଛାତ୍ର ଶିକ୍ଷକଙ୍କ କଥା ବୁଝିପାରୁନାହାନ୍ତି କି ସେମାନେ କ’ଣ କହିବାକୁ ଚାହୁଁଛନ୍ତି ତାହା ବୁଝିପାରୁନାହାନ୍ତି ଶିକ୍ଷକ। ଫଳରେ ସ୍କୁଲରେ ଶିକ୍ଷକ ଏବଂ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷାକୁ ନେଇ ସୃଷ୍ଟି ହୋଇଛି ବ୍ୟବଧାନ। ସମସ୍ୟା କେବଳ ଏତିକିରେ ସରିନାହିଁ। ସମ୍ପୃକ୍ତ ଶିକ୍ଷକଙ୍କୁ ବ୍ଲକ ପ୍ରଶାସନ ଏବେ ନିୟୋଜିତ କରିଛି ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ। ଶିକ୍ଷକ ଜଣକ ସରକାରୀ କାର୍ଯ୍ୟରେ ଗଲେ ସ୍କୁଲରେ ତାଲା ଝୁଲୁଛି। ତେଣୁ ଛତିଶଗଡ଼ ସୀମାନ୍ତ ଏହି ବିଦ୍ୟାଳୟରେ କୋୟା ଭାଷା ଜାଣିଥିବା ଜଣେ ଅଭିଜ୍ଞ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ଅଭିଭାବକମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଶିକ୍ଷକ ରତ୍ନାକର ପାଳ ଏବଂ ମାଥିଲି ବ୍ଲକ ଦାୟିତ୍ୱରେ ଥିବା ଖଇରପୁଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଶିଭୂଷଣ ମିଶ୍ରଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଉଭୟଙ୍କ ମତାମତ ମିଳିପାରିନାହିଁ। ଅନ୍ୟପଟେ ଏଭଳି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ବହୁଭାଷୀ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିବାବେଳେ ସଂଖ୍ୟାତ୍ମକ ଦୃଷ୍ଟିରୁ ତାହା ଅତି ନଗଣ୍ୟ। ଏହାର ନିୟମିତ ସମୀକ୍ଷା କରାଯାଉ ନ ଥିବାରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସବୁକିଛି କାମଚଳାରେ ଚାଲିଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି।
ମାଲକାନଗିରି ଜିଲାରେ ସବୁଠି ସମାନ ସ୍ଥିତି
ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ ରାଜ୍ୟ ସୀମାନ୍ତ ମାଲକାନଗିରି ଜିଲାର ଖଇରପୁଟ, ଚିତ୍ରକୋଣ୍ଡା, ମୋଟୁ, କାଲିମେଳା, ପଡ଼ିଆ ବ୍ଲକରେ ଓଡ଼ିଆ ଭାଷାକୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି। ଆନ୍ଧ୍ର ସରକାର ତେଲୁଗୁ ଭାଷାକୁ ପ୍ରୋତ୍ସାହିତ କରିବାକୁ ଯାଇ ଅଞ୍ଚଳବାସୀଙ୍କୁ ପ୍ରଲୋଭିତ କରୁଛନ୍ତି, ଯାହାର ଶିକାର ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟ। ପଡ଼ୋଶୀ ରାଜ୍ୟର ଲୋଭନୀୟ ଶିକ୍ଷା ବ୍ୟବସ୍ଥାରେ ଆକୃଷ୍ଟ ହୋଇ ସେମାନେ ତେଲୁଗୁ ସ୍କୁଲମୁହଁା ହେଉଥିବା ଅଭିଯୋଗ ହେଉଛି।
ଜିଲା ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ୧,୧୫୬ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀଯାଏ ପାଠ ପଢ଼ିବା ସୁବିଧା ରହିଛି।

ସେହିପରି ହାଇସ୍କୁଲ ସଂଖ୍ୟା ୧୧୩। ଏସବୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ୧ ଲକ୍ଷ ୩୦ ହଜାର ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଅନୁରୂପ ଭାବେ ମଙ୍ଗଳ ବିଭାଗ ଅଧୀନରେ ୪୦ରୁ ଊର୍ଦ୍ଧ୍ୱ ସେବାଶ୍ରମ ବିଦ୍ୟାଳୟରେ ୪୦,୦୦୦ ଛାତ୍ରୀଛାତ୍ର ଅଛନ୍ତି। ମୋଟ ଉପରେ ପ୍ରାୟ ୯୫ ହଜାର ଛାତ୍ରୀଛାତ୍ର ଜନଜାତି ସମ୍ପ୍ରଦାୟର। ତେବେ ମାତ୍ର ୫୩ ବହୁଭାଷୀ ଶିକ୍ଷକ ସମଗ୍ର ଜିଲାରେ ନିଯୁକ୍ତି ଦିଆଯାଇଛି, ଯାହ ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି। ପଡ଼ିଆ ବ୍ଲକ ପାଇଁ ୪୫ ଏବଂ ଖଇରପୁଟ ବ୍ଲକ ପାଇଁ ୮ ଜଣ ଥିବାବେଳେ ଅନ୍ୟ ବ୍ଲକ କଥା ରାଜ୍ୟ ସରକାର ଭୁଲିଯାଇଛନ୍ତି, ଯାହା ଆଦିବାସୀ ପିଲାଙ୍କୁ ଓଡ଼ିଆ ଭାଷାରୁ ବିମୁଖ କରୁଥିବା ଅଭିଯୋଗ ହେଉଛି।
ଏ ସଂକ୍ରାନ୍ତରେ ବହୁଭାଷୀ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେଉଥିବା ଶିକ୍ଷକ ଭୋଳାନାଥ ରାୟ କୁହନ୍ତି, ଆଦିବାସୀ ପିଲା ପଢୁଥିବା ପ୍ରତି ସ୍କୁଲରେ ବହୁଭାଷୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା ଆବଶ୍ୟକ। ଫଳରେ ଆଦିବାସୀ ଛାତ୍ରୀଛାତ୍ର ଓଡ଼ିଆ ଲିପି ଏବଂ ଭାଷା ସହିତ ଯୋଡ଼ି ହୋଇପାରିବେ। ଠିକ୍‌ ଭାବେ ଓଡ଼ିଆ ଶବ୍ଦ ଉଚ୍ଚାରଣ ମଧ୍ୟ କରିପାରିବେ। ଏ ଦିଗରେ ଅଭିଭାବକଙ୍କୁ ମଧ୍ୟ ସଚେତନ କରାଇବା ଜରୁରୀ। ତେବେ ଜିଲାରେ ନିଯୁକ୍ତିପ୍ରାପ୍ତ ମାତ୍ର ୫୩ ବହୁଭାଷୀ ଶିକ୍ଷକଙ୍କ ପକ୍ଷେ ପାଖାପାଖି ୧ ଲକ୍ଷ ବଣ୍ଡା, କୋୟା, ଡିଡାଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବା ଅସମ୍ଭବ। ଫଳରେ ପିଲାମାନେ ଭାଷାଗତ ସମସ୍ୟାରେ ପଢୁଛନ୍ତି। କେତେକ କ୍ଷେତ୍ରରେ ଅଧାରୁ ପାଠ ଛାଡ଼ି ଦେଉଛନ୍ତି ଅଥବା ଓଡ଼ିଆ ଭାଷା ଛାଡ଼ି ଅନ୍ୟ ଭାଷାରେ ପଢ଼ିବା ପାଇଁ ଆଗ୍ରହୀ ହେଉଛନ୍ତି।
ବହୁଭାଷୀ ଶିକ୍ଷା ସହାୟକ ସଂଘ ସଭାପତି ମୁଡ଼ା ମାଡ଼କାମୀ କହିଛନ୍ତି, ଆଦିବାସୀଙ୍କୁ ବହୁମୁଖୀ ଶିକ୍ଷାଦାନ ପାଇଁ ଓଡ଼ିଆ, ବଣ୍ଡା ଏବଂ କୋୟା ଭାଷାରେ ପୁସ୍ତକ ପ୍ରକାଶିତ ହୋଇଛି। ହେଲେ ଶିକ୍ଷକଙ୍କୁ ଦିଆଯାଉଥିବା ପାରିଶ୍ରମିକ ଅତି ସ୍ବଳ୍ପ। ଏ କ୍ଷେତ୍ରରେ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ତେଣୁ ଦୁର୍ଗମ ଅଞ୍ଚଳର ଛାତ୍ରୀଛାତ୍ର ପ୍ରାଥମିକ ଶିକ୍ଷାକୁ ନେଇ ସମସ୍ୟାରେ ପଡୁଛନ୍ତି। ଆନ୍ଧ୍ର ଭଳି ଓଡ଼ିଶା ସରକାର ରାଜ୍ୟର ସୀମାନ୍ତ ଜିଲାରେ ଅଧିକ ସଂଖ୍ୟାରେ ବହୁଭାଷୀ ଶିକ୍ଷକ ନିଯୁକ୍ତି ସହ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଲେ ଜିଲାର ଛାତ୍ରୀଛାତ୍ରମାନେ ଓଡ଼ିଆ ଭାଷା ପ୍ରତି ଆକୃଷ୍ଟ ହୁଅନ୍ତେ।
ରାଜ୍ୟରେ ୨୨୧ ବହୁଭାଷୀ ଶିକ୍ଷକ
ରାଜ୍ୟରେ ୨୦୦୭-୦୮ରେ ଅନୁସୂଚିତ ଜନଜାତିର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଭିମୁଖୀ କରାଇବା ଉଦ୍ଦେଶ୍ୟରେ ବହୁଭାଷୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ଜନଜାତିବହୁଳ ଅଞ୍ଚଳର ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁକୂଳ ଶିକ୍ଷାଦାନ ଏବଂ ଅନୁସୂଚିତ ଜନଜାତି ପିଲାଙ୍କୁ ନିଜ ମାତୃଭାଷାରେ ଶିକ୍ଷା ଗ୍ରହଣ କରିବାର ସୁଯୋଗ ସୃଷ୍ଟି ପାଇଁ କନ୍ଧମାଳ, ମାଲକାନଗିରି, ମୟୂରଭଞ୍ଜ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲାରେ ୨୨୧ ବହୁଭାଷୀ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି। ୨୦୨୦ରୁ ସରକାରୀ ନିର୍ଦ୍ଦେଶନାମା ଅନୁସାରେ ସେମାନେ ମାସିକ ୩,୨୦୦ ଟଙ୍କା ପାରିଶ୍ରମିକ ପାଉଥିବାବେଳେ ଗତ ନଭେମ୍ବର ୪ରେ ରାଜ୍ୟ ସରକାର ସେମାନଙ୍କ ଦରମା ୫,୩୭୯ ଟଙ୍କାକୁ ବୃଦ୍ଧି କରିଛନ୍ତି। ତଥାପି ସ୍ବଳ୍ପ ଦରମାରେ ସେମାନେ ପରିବାର ଚଳାଇବାରେ ସଂଘର୍ଷ କରୁଛନ୍ତି। ଓଡ଼ିଆ ଭାଷା ସଂରକ୍ଷଣରେ ସମ୍ପୃକ୍ତ ଶିକ୍ଷକମାନେ ଗୁରୁଦାୟିତ୍ୱ ତୁଲାଉଥିବାବେଳେ ଅଧିକ ପାରିଶ୍ରମିକ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେଲେ ଶିକ୍ଷାଦାନରେ ସେମାନଙ୍କ ଉତ୍ସାହ ବୃଦ୍ଧି ପାଇପାରନ୍ତା ବୋଲି ବୁଦ୍ଧିଜୀବୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri