Categories: ଫୁରସତ

ଘର ରୋଷେୟାଙ୍କ ଦୁଖ ଦେଖିପାରିଲେନି କୁନିପୁଅ, ଟୁର୍ନାମେଣ୍ଟ ଜିତିଥିବା ଟଙ୍କାରେ କିଣିଦେଲେ ମୋବାଇଲ ଫୋନ

କଥାରେ ଅଛି ‘ବଚ୍ଚେ ମନ କି ସଚ୍ଚେ’। ମାଟିରେ ହାଣ୍ଡି-ମାଠିଆ ଗଢିବା ସମୟରେ କୁମ୍ଭାର ଚିକିଟା ମାଟିର ବ୍ୟବହାର କରିଥାଏ। ହାଣ୍ଡି-ମାଠିଆର ଗଢିବାବେଳେ ଯେପରି କିଛି ଭୁଲ ନ ହୁଏ ସେଥିପାଇଁ ତାକୁ ଧ୍ୟାନର ସହ ଗଢିଥାଏ। ସେହିପରି ଶିଶୁଟିର ଦୁର୍ଗୁଣ-ସୁଗୁଣ ଛୋଟବେଳୁ ହିଁ ଜଣାପଡିଯାଏ। ଅଭିଭାବକଙ୍କ ଉତ୍ତମ ସଂସ୍କାରରେ ଶିଶୁଟି ଭଲ ମଣିଷ ଭାବେ ସମାଜରେ ପରିଚୟ ପାଏ। ଆମେ ଏହି କଥା କାହିଁକି କହୁଛୁ ଏକଥା ନିଶ୍ଚୟ ଆପଣ ଜାଣିବାକୁ ଚାହୁଁଥିବେ।

ସୋସିଆଲ ମିଡିଆରେ ଏକ କୁନିପୁଅର କାହାଣୀ ସାମ୍ନାକୁ ଆସିଛି। ଯାହା ବିଷୟରେ ଶୁଣିଲେ ପିଲାଟିକୁ ପ୍ରଶଂସା ନ କରି ଆପଣ ରହିପାରିବେନି। ପିଲାଟିର ଏହି କାହାଣୀ ବିଷୟରେ ତାଙ୍କ ବାପା ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଘଟଣାଟି ହେଉଛି, ଅଙ୍କିତ ଓ୍ବିକେଣ୍ଡ ଟୁର୍ନାମେଣ୍ଟରେ ଜିତି ୭ହଜାର ଟଙ୍କାର ପୁରସ୍କାର ପାଇଥିଲେ। ସେହି ଟଙ୍କାରେ ସେ ତାଙ୍କ ଘରେ ଖାଦ୍ୟ ରାନ୍ଧୁଥିବା ରୋଷେୟା ସରୋଜାଙ୍କ ପାଇଁ ୨ହଜାର ଟଙ୍କାର ମୋବାଇଲ ଉପହାର ଦେଇଛନ୍ତି।
ଅଙ୍କିତଙ୍କ ବାପା ଏବିଷୟରେ ଆଗକୁ ଲେଖିଛନ୍ତି, ସରୋଜ ତାଙ୍କ ଘରେ ରୋଷେଇ କରିବା ସହ ପୁଅ ଅଙ୍କିତକୁ ବି ସମ୍ଭାଳୁଛନ୍ତି। ଅଙ୍କିତ ୬ମାସର ଥିବା ସମୟରୁ ସରୋଜା ତାଙ୍କ କେୟାର ଟେକର୍‌ ଭାବେ ଅଛନ୍ତି।
ପୋଷ୍ଟଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ୟୁଜର୍ସ ଅଙ୍କିତ ଖୁବ୍‌ ସ୍ନେହ ଦେବା ସହ ତାଙ୍କ ବାପା-ମାଆଙ୍କ ସଂସ୍କାରକୁ ମଧ୍ୟ ପ୍ରଶଂସା କରୁଛନ୍ତି।

Share