ଅଦ୍ଭୁତ ଘଟଣା: ମା’ ପେଟରୁ ଏଭଳି ଜିନିଷ ହାତରେ ଧରି ବାହାରିଲେ ନବଜାତକ, ଡାକ୍ତର ଦେଖି ହେଲେ ଆଶ୍ଚର୍ଯ୍ୟ

ବିହାରର ମୁଜାଫରପୁରରେ ଜଣେ ପ୍ରସୂତି ନିକଟରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ତେବେ ଶିଶୁଟି ମା’ ଗର୍ଭରୁ ଏମିତି ଏକ ଜିନିଷ ଧରି ବାହାରିଥିଲେ, ଯାହାକୁ ଦେଖିବା ପରେ ଡାକ୍ତରଙ୍କ ସମେତ ପରିବାର ଲୋକ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ମହିଳାଙ୍କର ପ୍ରସବ ବେଦନା ହେବାକୁ ତାଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅସ୍ତ୍ରୋପଚାର କରାଯାଇ ଶିଶୁକୁ ମାତୃ ଗର୍ଭରୁ ବାହାର କରାଗଲା। ଏହି ସମୟରେ ଶିଶୁର ହାତ ବନ୍ଦ ଥିଲା। ଡାକ୍ତର ଶିଶୁର ହାତକୁ ଖୋଲିବା ପରେ ଏକ ଗୁଳି ବାହାରିଥିଲା। ଏହାକୁ ଦେଖିବା ପରେ ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ଜଣାପଡିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ପଚରାଉଚରା କରିଥିଲେ। ମହିଳା କହିଥିଲେ ଯେ, ତାଙ୍କ ଜୀବନରେ ଅପରାଧିକ ମାମଲା ସହିତ କୌଣସି ସମ୍ପର୍କ ନାହିଁ। ତେବେ ଶିଶୁ ହାତରେ ଗୁଳି କିପରି ଆସିଲା ତାହା ସେ ଜାଣି ନ ଥିବା କହିଥିଲେ।
ମହିଳାଙ୍କ ଚିକିତ୍ସା କରୁଥିବା ଡାକ୍ତର କୁହନ୍ତି, ମା’ ଗର୍ଭରୁ ଗୁଳି ଧରି ନବଜାତକ ବାହାରିବା ତାଙ୍କ ଜାଣିବାରେ ଏହା ହେଉଛି ପ୍ରଥମ ଏବଂ ଅଦ୍ଭୁତ ଘଟଣା।

Share