ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ଭାରତ ହକି ବିଶ୍ୱକପ୍‌ ଜିତୁ

ଭୁବନେଶ୍ୱର,୨୦ା୧୨(ବ୍ୟୁରୋ):୨୦୨୩ ବିଶ୍ବକପ୍‌ ଲୋକଙ୍କ ବିଶ୍ବକପ୍‌। ଏହା କୌଣସି ଦେଶ କିମ୍ବା ଖେଳାଳିଙ୍କ ଲାଗି ଆୟୋଜନ କରାଯାଉନି। ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଜଣେ ଓଡ଼ିଆ ଅଲିମ୍ପିକ୍‌ରେ ପଦକ ହାସଲ କରିବା। ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଏହି ବିଶ୍ୱକପ୍‌ ଲୋକଙ୍କ ସହଯୋଗରେ ହେଉ। ଭାରତ ହକି ବିଶ୍ୱକପ୍‌ ଜିତୁ। ହକି ବିଶ୍ବକପ୍‌ ପାଇଁ ଓଡ଼ିଶା ପ୍ରସ୍ତୁତ। ଭୁବନେଶ୍ବରର କଳିଙ୍ଗ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏହି ବିଶ୍ବକପ୍‌କୁ ସ୍ମରଣୀୟ କରିବା ପାଇଁ ସମସ୍ତ ଚେଷ୍ଟା କରାଯାଉଛି। ସୋମବାର ସନ୍ଧ୍ୟାରେ କ୍ରୀଡ଼ାବିତ୍‌ ଓ ପ୍ରଶଂସକଙ୍କ ସହ ସୋସିଆଲ ମିଡିଆରେ ଲାଇଭ୍‌ ଆସି ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ୫-ଟି ସଚିବ ଭି. କେ. ପାଣ୍ଡିଆନ ଏହା କହିଛନ୍ତି।
କ୍ରୀଡ଼ାରେ ନିବେଶ ଯୁବବର୍ଗଙ୍କ ଉପରେ ନିବେଶ। କ୍ରୀଡ଼ାରେ ନିବେଶ ରାଜ୍ୟକୁ ସଫଳତା ଦେଇଛି। କିଏ କେଉଁ ଦେଶର ପ୍ରଶଂସକ, ସେଥିରେ କିଛି ଫରକ ପଡ଼ି ନ ଥାଏ। ହାର୍‌ ଜିତ୍‌ ଉପରେ ମଧ୍ୟ କୌଣସି ଫରକ ପଡ଼ି ନ ଥାଏ। ଖେଳ ଶେଷରେ ସବୁ ଖେଳାଳି ସାରା ଦେଶ ଓ ବିଶ୍ବର ସମ୍ପତ୍ତି ବୋଲି ୫-ଟି ସଚିବ କହିଛନ୍ତି। କଠିନ ପରିଶ୍ରମ, ବାରମ୍ବାର ଶିକ୍ଷାରୁ ସଫଳତା ମିଳିଥାଏ।
ଓଡ଼ିଶାର ଯୁବବର୍ଗ ବିଶ୍ବସ୍ତରର ଖେଳାଳିଙ୍କଠାରୁ ଶିଖନ୍ତୁ। ବିଶ୍ବକପ୍‌ ହକିରେ ଭାରତୀୟ ଟିମ୍‌ ଭଲ କରିବ ବୋଲି ସେ ଆଶା କରିଛନ୍ତି। ଓଡ଼ିଶାର ସୁନ୍ଦରଗଡ଼ରୁ ହକିର ଆରମ୍ଭ, ହକିର ମୂଳପିଣ୍ଡ ବୋଲି ସେଠାରେ ଷ୍ଟାଡିୟମ ନିର୍ମାଣକୁ ପ୍ରାଧାନ୍ୟ ଦିଆଯାଇଥିଲା। ଭାରତ ଉତ୍ତମ ପ୍ରଦର୍ଶନ କରି ରାଉଣ୍ଡ ଲିଗ୍‌ ପରେ କ୍ବାର୍ଟର, ସେମି ଓ ଫାଇନାଲ୍‌ ଖେଳିବା ନେଇ ସେ ଆଶା ରଖିଛନ୍ତି। ୨୦୨୩ ପାଇଁ ବିଡର ରେସ୍‌ରେ ଥିଲେ ମାଲେସିଆ, ବେଲଜିୟମ୍‌, ଭାରତ।
ବେଲ୍‌ଜିୟମ୍‌ ସହ ଟଫ୍‌ ଫାଇଟ୍‌ ପରେ ଭାରତ ଜିତିଥିଲା ବିଡ୍‌। ଭିତ୍ତିଭୂମି, ଇଭେଣ୍ଟ ରେକର୍ଡ, ଅଧିକ ପ୍ରଶଂସକ ଏହି ୩ଟି ବର୍ଗରେ ସବୁଠୁ ଆଗରେ ରହି ଭାରତ ହୋଷ୍ଟ ପାଇଁ ବିଡିଂ ଜିତିଥିଲା। ଦୁଇଟି ସହରରେ ଖେଳ ଆୟୋଜନ ହେଉଥିବାରୁ ଏଥର ଉଦ୍‌ଘାଟନ ଉତ୍ସବ ହେବନାହିଁ। କିନ୍ତୁ ୫ଟି ମହାନଗରେ ଏହାର ଉତ୍ସବ ପାଳନ କରାଯିବ। କଟକକୁ ଆସିବେ ବିଶିଷ୍ଟ ଗାୟକ ପ୍ରୀତମ୍‌। ସେହିପରି ସବୁ ଖେଳାଳିଙ୍କୁ ସ୍ବତନ୍ତ୍ର ଓଡ଼ିଆ ଖାଦ୍ୟ ପରଷାଯିବ ବୋଲି କହିଛନ୍ତି ୫-ଟି ସଚିବ। ହକି ପାଇଁ ୩୦ ଜିଲାର ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଓ କୋଚିଂ ଦିଆଯିବ। ବିଜୁବାବୁଙ୍କ ହକି ଭଲପାଇବାକୁ ସ୍ମୃତିଚାରଣ କରିବା ସହ ଏହି ମାଟିରୁ ଭାରତ ହକି ବିଶ୍ୱକପ୍‌ ଜିତୁ ବୋଲି ସେ ପ୍ରାର୍ଥନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri